Videos
|
Odisha

ଟ୍ରେନ ଯୋଗେ ଭୁବନେଶ୍ୱରରୁ ବାଳେଶ୍ୱର ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Smruti Parija
Browse all articles by Smruti Parija
·2 years ago·1 min read
ଟ୍ରେନ ଯୋଗେ ଭୁବନେଶ୍ୱରରୁ ବାଳେଶ୍ୱର ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର:  ଟ୍ରେନ ଯୋଗେ ଭୁବନେଶ୍ୱରରୁ ବାଳେଶ୍ୱର ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 3ଦିନ ବାଳେଶ୍ୱରରେ କରିବେ ପ୍ରଚାର ।  2014ପୂର୍ବରୁ ରେଲୱେ ପାଇଁ ଓଡିଶାକୁ ମିଳୁଥିଲା ବର୍ଷକୁ ମାତ୍ର 800 କୋଟି ଟଙ୍କା । ଏବେ ମୋଦି ଓଡିଶାକୁ ରେଲୱେ ପାଇଁ ଦେଉଛନ୍ତି 10 ହଜାର କୋଟିରୁ ଅଧିକ ଟଙ୍କା । କାମ ଯାହା 10 ବର୍ଷ ଭିତରେ ହୋଇଛି ତାର ଲିଷ୍ଟ ଦେଲେ ରେଳ ମନ୍ତ୍ରୀ । 

ଓଡ଼ିଶାରେ ରେଳ ବିକାଶ କ୍ଷେତ୍ରରେ ଅନେକ କାମ ହୋଇଛି । ଆହୁରି ମଧ୍ୟ କାମ ଚାଲିଛି । 52 ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯାଉଛି । ଟେଲିକମ ପାଇଁ 5 ହଜାର 300 କୋଟି ଟଙ୍କା ଦେଇଛନ୍ତି । ନୂଆ ଟାୱାର ପାଇଁ ପ୍ରଧାନମନ୍ତ୍ରୀ ମୋଟ 10 ହଜାର କୋଟି ଟଙ୍କା ଦେଇଛନ୍ତି ।

24 ବର୍ଷ ହେଲାଣି ଲୋକ ବିଜେଡି ଶାସନ ଦେଖିଲେଣି । ସ୍କୁଲରେ ଟିଚର ନାହିଁ । ହସ୍ପିଟାଲରେ ଡ଼କ୍ଟର ନାହାନ୍ତି ।  ଏଥର ଲୋକେ ନିଷ୍ପତ୍ତି ନେଇସାରିଛନ୍ତି ଏଥର ଭାରତୀୟ ଜନତା ପାର୍ଟିକୁ ଚାନ୍ସ ଦେଇକି ଦେଖିବେ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Railway Minister Ashwini Vaishnab went to Baleshwar from Bhubaneswar by train-for-election-campaigning | Argus News