Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲେଶ୍ୱରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Banajyotshna Ray
Browse all articles by Banajyotshna Ray
·2 years ago
ବାଲେଶ୍ୱରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଅର୍ଗସ ବ୍ୟୁରୋ: ବାଲେଶ୍ୱରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କ୍ଷୀରଚୋରା ଗପିନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ରେଳମନ୍ତ୍ରୀ।  ଓଡ଼ିଶାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନୂଆବର୍ଷ ଭେଟି । ଆଜି ରେଳମନ୍ତ୍ରୀ ନୂଆ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ। ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନର ହେବ ଲୋକାର୍ପଣ। ପ୍ରଥମଥର ଏହି ଅଞ୍ଚଳର ଲୋକମାନେ ଯାତ୍ରୀବାହୀ ଟ୍ରେନ ସେବା ପାଇପାରିବେ।

ତିନି ଯୋଡ଼ି ମେମୁ ଟ୍ରେନ ପ୍ରତିଦିନ ଏହି ମାର୍ଗରେ ଚଳାଚଳ କରିବ। ଏହାସହ ବେତନଟୀଠାରେ ଉପମାର୍ଗ ବା ସବୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବେତନଟୀଠାରେ ପିଆରଏସ୍ ବୁକିଂ କାଉଣ୍ଟରର ଉଦ୍ଘାଟନ କରିବେ। ଯାହାଦ୍ୱାରା ସ୍ଥାନୀୟ ଅଧିବାସୀ ରେଳଟ୍ରାକ ଅତିକ୍ରମ ନକରି ସବଓ୍ବେ ଦେଇ ଯାତାୟତ କରିପାରିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Railway Minister Ashwini Vaishnaw in balasore | Argus News