Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟରେ ବର୍ଷା ସହ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି

Odisha

ରାଜ୍ୟରେ ବର୍ଷା ସହ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରାଜ୍ୟରେ ବର୍ଷା ସହ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି

ଅର୍ଗସ ବ୍ୟୁରୋ : ରାଜ୍ୟରେ ଦୁଇ ଦିନ ବର୍ଷା ସହ ଘନ କୁହୁଡ଼ି ନେଇ ସତର୍କତା । ଆଜି ଏବଂ ଆସନ୍ତାକାଲି ଉତ୍ତର-ପଞ୍ଚିମ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଝାରସୁଗୁଡ଼ାର କିଛି ଅଞ୍ଚଳରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ସେହିପରି ଆଜି ସକାଳ ସାଢ଼େ ୮ଟା ଯାଏ ୮ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅଧିକ ପଢନ୍ତୁ : ଶୀତରେ ଥରୁଛି ପୁରା ରାଜ୍ୟ, 4 ସହରର ତାପମାତ୍ରା 10 ଡିଗ୍ରୀ ତଳେ

କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଘନ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ ରହୁଥିବାରୁ ଦୁର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହୁଛି । ଉପକୂଳବର୍ତ୍ତି ଅଞ୍ଚଳରେ ଶୀତ ସାମାନ୍ୟ କମିଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Rain and fog warning issued in the state | Argus News