ଯାଜପୁରରେ ଲଗାାଣବର୍ଷା ଜାରି
·2 years ago·1 min read

ଅର୍ଗସ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ଯାଜପୁର ଜିଲ୍ଲାରେ ଦୁଇ ଦିନ ହେବ ବର୍ଷା ଲାଗିରହିଛି। ରାତିରେ ପବନ, ଘଡଘଡି ସହ ଅଧିକ ପରିମାଣର ବର୍ଷା ହେଉଛି। ସେହିପରି ଆଜି ସକାଳୁ ମଧ୍ୟ ବର୍ଷା ଲାଗି ରହିଛି। ଯାଜପୁର ସମେତ ଜିଲ୍ଲାର ବରୀ, ଧର୍ମଶାଳା, ବଡ଼ଚଣା, ରସୁଲପୁର, ଦଶରଥପୁର, ବିଂଝାରପୁର, ଦାନଗଦି, ସୁକିନ୍ଦା ଆଦି ବ୍ଲକ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି।
ଜିଲ୍ଲାର ବରୀ ବ୍ଲକ ଅଞ୍ଚଳରେ ସର୍ବାଧିକ ୩୧ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ବର୍ଷା, ଘଡଘଡି ସହିତ ପବନ ହେବା ଫଳରେ ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି। ବର୍ଷା ହେବା ଫଳରେ ବାଦାମ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଗତକାଲି ଓ ଆଜି ବର୍ଷା ଲାଗି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖୁବାକୁ ମିଳିଛି।ଯାହା ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: