ରାଜ୍ୟରେ ଜାରି ରହିଛି ବର୍ଷା, ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଆହୁରି ୪ ଦିନ ପ୍ରବଳ ବର୍ଷିବ। ଏହାସହ ପୂର୍ବ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ପାଖାପଖି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଛତିଶଗଡ଼ ଓ ଆଖପାଖ ଅଂଚଳରେ ୭.୬ କିମି ଯାଏ ଲମ୍ବିଛି। ଫଳରେ ରାଜ୍ୟରେ ୫ ଦିନଯାଏ ବର୍ଷା ଜାରି ରହିବା ସହ ୪ ଦିନ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଂଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅତିପ୍ରବଳ ବର୍ଷା ପାଇଁ ଢେଙ୍କାନାଳ, ଅନୁଗୁଳ ,ସମ୍ବଲପୁର ,ଦେଓଗଡ ,କଟକ ,ଜଗତସିଂହପୁର, ବୌଦ୍ଧ ଓ କେନ୍ଦ୍ରାପଡା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ପ୍ରବଳ ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ , କନ୍ଧମାଳ, ବଲାଙ୍ଗୀର,ବରଗଡ଼, ଝାରସୁଗୁଡା ,ସୁନ୍ଦରଗଡ, ମୟୁରଭଞ୍ଜ , କେନ୍ଦୁଝର, ବାଲେଶ୍ୱର ଭଦ୍ରକ ଯାଜପୁର ଗଂଜାମ ନୂଆପଡା ଓ ସୋନପୁର ଜିଲ୍ଲାକୁ ୟେଲୋ ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ବାଲେଶ୍ୱର ମୟୁରଭଞ୍ଜ କେନ୍ଦୁଝର ସୁନ୍ଦରଗଡ ଓ ଭଦ୍ରକ ଜିଲ୍ଲାରେରେ ଅତି ପ୍ରବଳ ଏବଂ ପ୍ରବଳ ବର୍ଷା ପାଇଁ ଢେଙ୍କାନାଳ ସମ୍ବଲପୁର ଝାରସୁଗୁଡା ବରଗଡ଼ ଅନୁଗୁଳ ଦେଓଗଡ ଓ ଯାଜପୁର ଜିଲ୍ଲାରେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର