Videos
|
Odisha

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

ଅର୍ଗସ ବ୍ୟୁରୋ:  ଆସନ୍ତା ୧୭ରୁ ବଢିବ ବର୍ଷା। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ୧୮ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।  ମୌସୁମୀ ବର୍ତ୍ତମାନ କୋରାପୁଟରେ ସକ୍ରିୟ ରହିଥିବାବେଳେ ଆଗାମୀ ୩ ରୁ ୪ ଦିନ ଭିତରେ ଆଗକୁ ଅଗ୍ରସର ହେବ। ଆଜି ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ରହିଛି । ଆଗାମୀ ୫ ଦିନ ଯାଏଁ କାଳବୈଶାଖୀ ବର୍ଷା ବିଭିନ୍ନ ସ୍ଥାନରେ ରହିବ। କିନ୍ତୁ ଉପକୂଳରେ ଗୁଳୁଗୁଳି ଅନୁଭୂତ ହେବ । ଏହା ସହ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉତ୍ତର ଓଡ଼ିଶା ର କିଛି ସ୍ଥାନରେ ହିଟ୍ ୱେବ୍ ପରିସ୍ଥିତି ଜାରି ରହିବ।

ବର୍ତ୍ତମାନ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି। କେଉଁଠି ସାମାନ୍ୟ ବର୍ଷା ହେଉଥିବାବେଳେ ତାହା ସମୁଦ୍ରକୁ ଶଙ୍ଖେ । ଯେଉଁଭଳି ଭାବରେ ରାଜ୍ୟରେ ଅସହ୍ୟ ଗରମ ହେଉଛି ବର୍ଷାର ପରିମାଣ ଅଧିକ ବଢ଼ିବା ଆବଶ୍ୟକ ହୋଇପଡୁଛି। ତେବେ ଆଗକୁ ବର୍ଷା ଥିବାରୁ ରାଜ୍ୟବାସୀ ଆଶ୍ୱସ୍ତ ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
rain in odisha update | Argus News