Videos
|
Odisha

ମୌସୁମୀ ଅଗ୍ରସରକୁ ନେଇ ପାଗ ଅନୁକୂଳ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୌସୁମୀ ଅଗ୍ରସରକୁ ନେଇ ପାଗ ଅନୁକୂଳ...

ଅର୍ଗସ ବ୍ୟୁରୋ:  ଚଳିତ ବର୍ଷ ଜୁନ ୮ରେ ରାଜ୍ୟରେ  ମୌସୁମୀ  ଛୁଇଁଥିବା  ବେଳେ  ଆଉ ଆଗକୁ  ଅଗ୍ରସର ହେଉନାହିଁ । ଓଡିଶା ଛୁଇଁବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ମାଲକାନଗିରିର  କିଛି ଅଂଚଳ ଛୁଇଁଥିଲା। ବର୍ତ୍ତମାନ ଏହା କୋରାପୁଟ  ଓ ମାଲକାନଗିରିରେ ସକ୍ରିୟ ରହିଛି। ମୌସୁମୀ ଅଗ୍ରସରକୁ ନେଇ ପାଗ ଅନୁକୂଳ ରହିଥିବା  ବେଳେ  ଆଉ ୩ ରୁ ୪ ଦିନ  ଭିତରେ  ରାଜ୍ୟର  ଅନ୍ୟ ଅଂଚଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଚଳିତ  ବର୍ଷ  ରାଜ୍ୟରେ  ମୌସୁମୀ ସଅଳ ଆସିଥିଲେ ବି ଆଗକୁ ଅଗ୍ରସର ହେଉନଥିବା ବେଳେ କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ବର୍ଷା ୬୬.୧ ରହିଥାଏ। ୧୧ ଜିଲ୍ଲାରେ ସ୍ୱାଭାବିକ ବା  ତାଠୁ  ଅଧିକ  ବର୍ଷା ହୋଇଥିବା ବେଳେ ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ସେପଟେ ପଶ୍ଚିମରେ  ଖରାକୁ  ଉପକୂଳରେ ଅସହ୍ୟ  ଗୁଳୁଗୁଳି  ହେଉଥିବା  ବେଳେ  ଆହୁରି  ୪୮ ଘଣ୍ଟା  ରାଜ୍ୟରେ  ଗ୍ରୀଷ୍ମ  ପ୍ରବାହ  ଜାରି  ରହିବ  ବୋଲି ପୂର୍ବାନୁମାନ କରିଛି ଭୁଭାଗ। ସେହିପରି ଆହୁରି ୫ଦିନ ଉପକୂଳରେ ଯାଏ  ଅସହ୍ୟ ଗୁଳୁଗୁଳି ଲାଗିରହିବ। ତେଣୁ  ଏଥର  ରଜରେ ମେଘୁଆ କି ଶୁଖିଲା ପାଗ ନୁହେଁ  ବର ଗୁଳୁଗୁଳି ବା ଗମଗମରେ କଟିବ ରଜ ମଉଜ। ୭ ଜିଲ୍ଲା  ଯେପରିକି  ବୌଦ୍ଧ ସୋନପୁର  ସମ୍ବଲପୁର ଝାରସୁଗୁଡା କେନ୍ଦୁଝର ସୁନ୍ଦରଗଡ ଓ ମୟୁଭଞ୍ଜରେ ଜାରି ରହିବ  ଗ୍ରୀଷ୍ମ  ପ୍ରଵାହ। ଯାହାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉଷ୍ମ  ଓ ଆଦ୍ର  ସ୍ଥିତି ଲାଗିରହିବ। ଏହାସହ ଆଗାମୀ ୫ ଦିନରେ ରାଜ୍ୟର  କିଛି  ଅଂଚଳରେ ବିଜୁଳି  ଘଡଘଡି ସହ ବର୍ଷା ହେବାର ସମ୍ଭାବନା  ରହିଛି । ଦକ୍ଷିଣ ଓ ଉତ୍ତର  ଓଡ଼ିଶାର  ଵିଭିନ୍ନ ସ୍ଥାନରେ  ବର୍ଷା ସମ୍ଭାବନା  ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

rain in odisha update today | Argus News