Videos
|
Odisha

ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା, ୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

Ritu Das
Browse all articles by Ritu Das
·2 years ago·1 min read
ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା, ୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଅର୍ଗସ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟାରେ ବର୍ଷା। ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୫ଦିନ ଯାଏ ରାଜ୍ୟରେ ମେଘୁଆ ପାଗ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।

ସେପଟେ ବିଶେଷଜ୍ଞ କହିଛନ୍ତି ବର୍ତ୍ତମାନ ଆରବସାଗରରୁ ଜଳୀୟବାଷ୍ପର ପ୍ରଭାବ ଅଧିକ ରହୁଛତ। ଦକ୍ଷିଣ ପଶ୍ଚିମ ଦିଗରୁ ଆସୁଥିବା ବାୟୁରେ ଅଧିକ ଜଳୀୟବାଷ୍ପ ରହୁଛି। ଫଳରେ ଓଡ଼ିଶାରେ ମେଘୁଆ ପାଗ ରହୁଛି, ବର୍ଷା ହେଉଛି। 

ଅଳ୍ପ ତାପମାତ୍ରାରେ ଗୁଳୁଗୁଳି ୮୦ ପ୍ରତିଶତରୁ ଅଧିକ ରହୁଛି। ରାତିରେ ୧୦୦ ପ୍ରତିଶତ ରହୁଛି। ପ୍ରଭାବରେ ଦିନ ୨ରୁ ସନ୍ଧ୍ୟା ୬ଟା ଯାଏ ତୁହାକୁ ତୁହାକୁ ବର୍ଷା ହେବ। କିନ୍ତୁ ବର୍ଷାର ପରିମାଣ କମ ରହିବ। ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ୭ରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଅଧିକ ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Rain in the state | Argus News