Storm and rain after a day / ଦିନକ ପରେ ଝଡ଼ବର୍ଷା, ୪୦ରୁ ୫୦ କିମି ରହିବ ପବନର ବେଗ
·5 months ago·2 min read

Key Points
ଦିନକ ପରେ ଝଡ଼ବର୍ଷା
ରାଜ୍ୟର କିଛି ସ୍ଥାନରେ ହେବ ଝଡ଼ବର୍ଷା
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିପାରେ

ଆସନ୍ତା ୧୫ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ଅଳ୍ପ କିଛି ସ୍ଥାନରେ କୁଆପଥର ବୃଷ୍ଟିର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ଝଟକା ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଉପର ବାୟୁମଣ୍ଡଳରେ ବାୟୁ ପ୍ରବାହରେ ଅସଙ୍ଗତି ଏବଂ ଟ୍ରଫଲାଇନ ଅର୍ଥାତ୍ ନିମ୍ନଚାପ ରେଖା ପ୍ରଭାବରେ ଏହି ବର୍ଷା ହେବା ସମ୍ଭାବନା ଦେଖାଦେଇଛି।
ରାଜ୍ୟରେ ଉପରମୁହାଁ ପାରଦ। ମାର୍ଚ୍ଚ ମାସ ଅଧା ନ ହେଉଣୁ ଓଡ଼ିଶାରେ କଲବଲ କରୁଛି ଖରା। ଆସନ୍ତା ୪୮ ଘଣ୍ଟା ପାଇଁ ହିଟ ୱେଭ ଜାରି।ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ହିଟ ୱେଭ୍ ଆଲର୍ଟ ଜାରି କଲା ଆଂଚଳିକ ପାଣିପାଗ ବିଭାଗ। ଗତକାଲି ୪୦ ଡିଗ୍ରୀ ପାର କରିଛି ଦିନର ତାପମାତ୍ରା। ଗତ ୨୩ ଘଣ୍ଟାରେ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ପଶ୍ଚିମ ଓଡ଼ିଶାର ଶିଳ୍ପ ସହର ଝାରସୁଗୁଡ଼ା। ସେଠାରେ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ରାଜ୍ୟର ୪ ଟି ସ୍ଥାନରେ ୩୯ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ସିଜନରେ ପ୍ରଥମ ଥର ପାଇଁ ରାଜ୍ୟର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ୪୦.୮ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି।
ସେହିପରି ସମ୍ବଲପୁର ଓ ସୁନ୍ଦରଗଡ଼ରେ ପାରଦ ୩୯ ଡିଗ୍ରୀ ଛୁଇଁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ ଏବଂ କଟକରେ ୩୫.୬ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି। ରାଜ୍ୟର ପ୍ରାୟ ୨୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାରଦ ଆହୁରି ୨ ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟ ଉପରେ ରହିଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର କିଛି କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଯାଇଛି। ଫଳରେ ଏହି ସବୁ ଅଞ୍ଚଳରେ ତାପମାତ୍ରା କିଛି କିଛି କମ୍ ରହିଥିଲା । ହେଲେ ଅବଶିଷ୍ଟ ଓଡ଼ିଶାରେ ପ୍ରବଳ ଖରା ସହ ଗରମ ଆରମ୍ଭ ହୋଇଯାଇଛି।
ପଢନ୍ତୁ ଏହି ଖବର: ଖରା ଭିତରେ ରାଜ୍ୟରେ ହେବ ତୁହାକୁ ତୁହା ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Related Topics
Explore more stories