Heavy Rain / ଖରା ଭିତରେ ରାଜ୍ୟରେ ହେବ ତୁହାକୁ ତୁହା ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
·5 months ago·2 min read

Key Points
ରାଜ୍ୟକୁ ବର୍ଷା ଆଲର୍ଟ
ପାଗରେ ପରିବର୍ତ୍ତନ ହେବା ଦେଖିବାକୁ ମିଳିଛି
୨୪ ଘଣ୍ଟା ମଧ୍ୟରେ ବର୍ଷା ଆଲର୍ଟ
ପାଗରେ ପରିବର୍ତ୍ତନ ହେବା ଦେଖିବାକୁ ମିଳିଛି
୨୪ ଘଣ୍ଟା ମଧ୍ୟରେ ବର୍ଷା ଆଲର୍ଟ
ରାଜ୍ୟକୁ ବର୍ଷା ଆଲର୍ଟ। ପାଗରେ ପରିବର୍ତ୍ତନ ହେବା ଦେଖିବାକୁ ମିଳିଛି। ଦକ୍ଷିଣ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଓ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । ଏଥିପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆସନ୍ତା ୧୬ ତାରିଖ ସକାଳ ୮.୩୦ ଯାଏ ରାଜ୍ୟର ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡାରେ ୪୦ ଡିଗ୍ରୀ ମୁହାଁ ତାପମାତ୍ରା ।
ଗତ ୨୪ ଘଣ୍ଟାରେ ଝାରସୁଗୁଡା ରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଏପଟେ ପାଣିପାଗ କେନ୍ଦ୍ରର ସୂଚନା ଆଗାମୀ ୨ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା । ସେପଟେ ଭୟଙ୍କର ରୂପ ନେଇ ଆସୁଛି ସୁପର ଏଲ୍- ନିନୋ । ଜୁଲାଇରୁ ଦେଖାଇବ କୋପ । ଶୁଖିଯିବ ମୌସୁମୀ । ହଜିଯିବ ବର୍ଷା । ବଢ଼ିଯିବ ଖରା ପ୍ରକୋପ । ମାଡ଼ି ଆସିବ ମରୁଡ଼ି । ଏଭଳି ଆଶଙ୍କା ଦେଖାଇଲାଣି ସମ୍ଭାବ୍ୟ ସୁପର ଏଲ୍ନିନୋ ପ୍ରକୋପ । ଲା-ନିନା ପ୍ରଭାବରେ ଏଥର ଥଣ୍ଡା ପ୍ରକୋପ ବେଶ୍ ଜୋରଦାର ରହିବା ସହ ଅବଧି ବି ଲମ୍ବା ରହିଥିଲା । ମାତ୍ର ଲା-ନିନା ପ୍ରଭାବ କମିଲାଣି ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ବଢିବ ତାତି, ୪୦ ଡିଗ୍ରି ରହିବ ତାପମାତ୍ରା
ଚଳିତବର୍ଷ ଖୁବ୍ ଶୀଘ୍ର ଦେଶକୁ ଗ୍ରୀଷ୍ମର ଆଗମନ ହେବ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମାର୍ଚ୍ଚ-ମେ ପାଣିପାଗ ପୂର୍ବାନୁମାନ ଜାରି କରିଛନ୍ତି। ବିଭାଗ ଅନୁସାରେ ଏହି ଅବଧିରେ ଅଧିକାଂଶ କ୍ଷେତ୍ରରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିବ। କେତେକ ସ୍ଥାନରେ ହିଟ-ୱେଭ ଦିନସଂଖ୍ୟା ମଧ୍ୟ ବଢିପାରେ। ଏଥିରେ ଚାଷୀ ଓ ସାଧାରଣ ଲୋକଙ୍କ ସମସ୍ୟା ଜଟିଳ ହେବ। ତେବେ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତର କେତେକ କ୍ଷେତ୍ରରେ ତାପମାତ୍ରା ସ୍ବଭାବିକରୁ ସାମାନ୍ୟ କମ୍ ମଧ୍ୟ ରହିପାରେ।ଅଧିକାଂଶ ସ୍ଥାନର ରାତି ତାପମାତ୍ରାରେ ମଧ୍ୟ ବୃଦ୍ଧି ହୋଇପାରେ। ଏଣୁ ଦିନରେ ଲୋକେ ଗରମରେ ସନ୍ତୁଳି ହୋଇ ରାତିରେ ବି ତ୍ରାହି ପାଇବେନି। ହେଲେ ଦକ୍ଷିଣ ଭାରତର କିଛି ଅଞ୍ଚଳ ଓ ଅନ୍ୟ ସ୍ଥାନରେ ରାତିର ତାପମାତ୍ରା ସ୍ୱଭାବିକ ଅଥବା ତା ଠାରୁ କମ ରହିପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
Related Topics
Explore more stories