Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଗାମୀ ୫ଦିନ ଯାଏ ରାଜ୍ୟରେ ଜାରି ରହିବ ବର୍ଷା

Odisha

ଆଗାମୀ ୫ଦିନ ଯାଏ ରାଜ୍ୟରେ ଜାରି ରହିବ ବର୍ଷା

Ritu Das
Browse all articles by Ritu Das
·2 years ago·2 min read
ଆଗାମୀ ୫ଦିନ ଯାଏ ରାଜ୍ୟରେ ଜାରି ରହିବ ବର୍ଷା

ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା  ହୋଇଥିବା ବେଳେ ଆଗାମୀ ୫ ଦିନ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଓଡିଶା ଠାରୁ ଦକ୍ଷିଣ ପୂର୍ବ  ରାଜସ୍ଥାନ ଓ ଛତିଶଗଡ଼ ଉପର ଦେଇ ଏକ ଟ୍ରପ ଲାଇନ ରହୁଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉ ଥିବା ବେଳେ ଆସନ୍ତା୨୪ ଘଣ୍ଟାରେ ମୂରଭଞ୍ଜ, କେନ୍ଦୁଝର ,ବାଲେଶ୍ୱର ,ଭଦ୍ରକ, ଗଞ୍ଜାମ,ଗଜପତି ,କୋରାପୁଟ  ଓ ନବରଙ୍ଗପୁର  ଜିଲ୍ଲାର ଅନେକ  ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସଙ୍କେତ ଦେଇଛି ପାଣିପାଗ ବିଭାଗ। 

ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ରହିବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସବୁ  ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି  ପାଣିପାଗ ବିଭାଗ। ଏହାସହ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକର କିଛି କିଛି ସ୍ଥାନରେ ମଧ୍ୟ ସମାନ ସ୍ଥିତି ରହିବ। ସେହିପରି ଆସନ୍ତାକାଲି ବିଜୁଳି  ଘଡଘଡି ସହ ବର୍ଷା ଓ ଝଡିପବନ ହେବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ମୟୁରଭଞ୍ଜ କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ। ୯ ତାରିଖରେ ମୟୁରଭଞ୍ଜ  କେନ୍ଦୁଝର ଢେଙ୍କାନାଳ ଯାଜପୁର  ଭଦ୍ରକ ବାଲେଶ୍ୱର  ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ରହିଛି। ବିଶେଷ ଭାବେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡିଶା ର କିଛି ସ୍ଥାନରେ ବର୍ଷାର  ସମ୍ଭାବନା ଆଗାମୀ  ୩ ଦିନ ଯାଏ ବିସ୍ତାରିତ ବର୍ଷା ପାଇଁ ଓ୍ବାର୍ଣ୍ଣିଙ୍ଗ ରହିଛି। ଏହି ସମୟରେ  ୪ ରୁ ୬ ଡିଗ୍ରୀ  ତାପମାତ୍ରା  ହ୍ରାସ ପାଇବ ବୋଲି ବିଭାଗ ଆକଳନ କରିଛି । 

ଅନ୍ୟପଟେ ରାଜ୍ୟରେ ଆଜିଠାରୁ  ବର୍ଷାର ପ୍ରଭାବ ରହିଥିବା ବେଳେ  ୭ ରୁ ୧୨ ତାରିଖ  ଯାଏ  ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ରହିବ । ଏହାସହ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା ୨୪ଘଣ୍ଟା ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Sponsored
Rain will continue | Argus News