୪ ରୁ କମିବ ବର୍ଷା, ଦୁଇ ଦିନ ବିରତି ପରେ ପୁଣି ବଢିବ..

ଭୁବନେଶ୍ୱର: ଝାଡଖଣ୍ଡ ଉପରେ ରହିଛି ଲଘୁଚାପ। ଉତ୍ତର ଉତ୍ତର ପଶ୍ଚିମ ଆଡ଼କୁ ଏହା ଗତି କରିବ। ଆଗାମୀ ୨୪ ଘଣ୍ଟାରେ ନେବ ଅବପାତର ରୂପ। ଫଳରେ ମହାନଦୀ ଉପର ମୁଣ୍ଡରେ ହେବ ପ୍ରବଳ ବର୍ଷା। ଓଡ଼ିଶାରେ ୪ ରୁ କମିବ ବର୍ଷା। ଦୁଇ ଦିନ ବିରତି ପରେ ପୁଣି ୬ ରୁ ବର୍ଷା ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ବର୍ତ୍ତମାନ ମୌସୁମୀ ରେଖା ସକ୍ରିୟ ରହିଛି। ଆଗାମୀ ୨୪ ଘଣ୍ଟାରେ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ରହିବ।
ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ରହିବ। ୪ ରୁ କମିବ ବର୍ଷା । ୬ ରୁ ପୁଣି ବଢିବା ନେଇ ଆକଳନ କରାଯାଇଛି। ୧୧ ଜିଲ୍ଲାରେ ଏବେ ବି ନିଅଣ୍ଟିଆ ବର୍ଷା ରହିଛି। ପ୍ରବଳ ବର୍ଷା ନେଇ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୬ ତାରିଖରେ ମୟୁରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଦେବଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଅଧିକ ପଢନ୍ତୁ ଓଡିଶା ଖବର