Videos
|
Odisha

ଘୂର୍ଣ୍ଣିବଳୟ ପ୍ରଭାବରେ ୨୬ ରୁ ବଢିବ ବର୍ଷା

Manini Pattanayak
Browse all articles by Manini Pattanayak
·2 years ago·1 min read
ଘୂର୍ଣ୍ଣିବଳୟ ପ୍ରଭାବରେ ୨୬ ରୁ ବଢିବ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପ୍ରଭାବରେ ୨୬ ରୁ ବଢିବ ବର୍ଷା। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ। ଆସନ୍ତା ୫ ଦିନ ବର୍ଷା ହେବ। ୪୮ ଘଂଟା ଯାଏଁ ହାଲୁକା ବର୍ଷା ହେବ। ୨୬ ରୁ ୨୮ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା ତିନି ଦିନ ଉପକୂଳ, ଦକ୍ଷିଣ ଅଭ୍ୟନ୍ତରୀଣ, ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶlରେ ବିଜୁଳି ଘଡଘଡି ସହ ୩୦ ରୁ ୪୦କିମି ବେଗରେ ପବନ ବହିବା ପରେ, ଏହାକୁ ନଜରରେ ରଖିବା ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି  ।

ଯଦିଓ ସାରା ରାଜ୍ୟ କୁ ମୌସୁମି ଛୁଇଁ ସାରିଛି l ୬ ଜିଲ୍ଲାରେ ସ୍ୱାଭିକ ବର୍ଷା ରେକର୍ଡ କାରାଯାଇଥିବା ବେଳେ ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି lଆଜି ସୁଦ୍ଧା ୧୫୪.୬ ମିଳିମିଟର ବର୍ଷା ହବାକୁ ଥିବାବେଳେ ହେଇଛି ୯୧.୮ ମିଲି ମିଟର l ୪୧ ପ୍ରତିଶତ କାମ ବର୍ଷା ହେଇଛି।ଆଗକୁ ବଡ ବର୍ଷା ହାବକୁ ଥିବା ବେଳେ ଏହାର ପରିମାଣ କମି ପରେ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର।

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rain will increase from 26 due to cyclone effect | Argus News