Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା

Odisha

ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା

ଅର୍ଗସ ବ୍ୟୁରୋ:  ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ । ଆଗାମୀ 22 ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ 24ରେ ଅବପାତରେ ପରିଣତ ହେବ l

ଏହା ପ୍ରଭାବରେ 24ରେ ଦକ୍ଷିଣ ଓଡ଼ିଶା ଏବଂ 25ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୧ ତାରିଖ ଯାଏଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱଭାବିକଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାରେ ଉଷ୍ମ ଆଦ୍ର ତାପମାତ୍ରା ପରିଲକ୍ଷିତ ହେବ। ଦିନ ସମୟରେ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେବ । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ଦୁଇ ରୁ ତିନି ଦିନ ଯାଏଁ କାଳବୈଶାଖୀ ର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rainfall may occur under the influence of a low pressure area, according to the Meteorological Department | Argus News