Videos
|
Odisha

ରାଇରଙ୍ଗପୁର ବନ ବିଭାଗ ଉଦ୍ଧାର କଲା ରଣା ସାପ

Ritu Das
Browse all articles by Ritu Das
·2 years ago
ରାଇରଙ୍ଗପୁର ବନ ବିଭାଗ ଉଦ୍ଧାର କଲା ରଣା ସାପ

ଅର୍ଗସ ବ୍ୟୁରୋ: ରାଇରଙ୍ଗପୁର ବନ ବିଭାଗ ଦ୍ୱାରା ରଣା ସାପ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନାଞ୍ଚଳ ଅଧୀନରେ ଥିବା ଚମ୍ପାବୁଦା ବିଲ ଭିତରେ ମହିଳା ମାନେ ଘାସ ବାଛୁଥିବା ସମୟରେ ଏକ ରଣା ସାପକୁ ପାଇଥିଲେ। 

ଏହାପରେ ବନ ବିଭାଗକୁ ଖବର ଦେଇ ଥିଲେ। ଖବର ପାଇ ବନବିଭାଗ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ରଣା ସାପଟିକୁ କୁଚେଇବୁଢ଼ି ରିଜର୍ଭ ଫରେଷ୍ଟରେ ଛାଡି ଦିଆ ଯାଇଛି। ସାପଟିର ଲମ୍ବ ପାଖାପାଖି ୬ହେବ ବୋଲି ଅନୁମାନ କରାଯାଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rairangpur forest | Argus News Odia