ରାଇରଙ୍ଗପୁରରେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ତୁହାକୁ ତୁହା ବର୍ଷା
·2 years ago

ଅର୍ଗସ ବ୍ୟୁରୋ: ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ହାଡ଼ଭଙ୍ଗାହାଡ଼ ଶୀତ ସାଙ୍ଗକୁ ତୁହାକୁ ତୁହା ବର୍ଷା ଦେଖିବାକୁ ମିଳିଛି। ଜନ ଜୀବନ ଅସ୍ତବ୍ୟସ୍ତ ହୋଉଥିବା ବେଳେ ଗୋଟିଏ ପଟେ ଶୀତ ପ୍ରଭାବରେ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। ଆଜି ସକାଳୁ ସକାଳୁ ରାଇରଙ୍ଗପୁର ଉପଖଣ୍ଡରେ ତୁହାକୁ ତୁହା ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି।
ସକାଳୁ ଘନ କୁହୁଡି ସାଙ୍ଗକୁ ବର୍ଷା ଲୋକ ମାନଙ୍କୁ ପ୍ରଭାବିତ କରିଛି। ରାସ୍ତା ଘାଟ ସବୁ ଜନଶୂନ୍ୟ ହୋଇ ପଡ଼ିଛି । ଲୋକେ ଘରୁ ବାହାରି ପାରୁ ନାହାନ୍ତି ଯାହା ଫଳରେ ଲୋକଙ୍କ ନିତିଦିନିଆ ଜୀବନଯାପନରେ ମଧ୍ୟ ବିଶେଷ ପ୍ରଭାବ ପରିଲକ୍ଷିତ ହୋଇଛି। ଗାଁ ଠାରୁ ସହର ଏହି ଅଦିନିଆ ବର୍ଷା ପ୍ରଭାବରେ ପ୍ରଭାବିତ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: