EOW Raid / ପୁଣି ବଢ଼ିଲା ରାଜା ଚକ୍ରଙ୍କ ଅଡ଼ୁଆ, କ୍ରସର କିଣାବିକା ମାମଲାରେ EOWର ଚଢ଼ାଉ
·1 hour ago·2 min read

Key Points
କେନ୍ଦୁଝରରେ EOWର ବଡ଼ଧରଣର ଚଢ଼ାଉ
୩ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍
ଅଭିଯୁକ୍ତ ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜାଙ୍କ ଘରେ ରେଡ୍
ରାଜାଙ୍କ ଦୁଇ ସହଯୋଗୀଙ୍କ ଘରେ ହେଲା ତଲାସୀ

କେଉଁଝର,୦୪/୧୧: କେନ୍ଦୁଝରରେ EOW ବା ଅର୍ଥନୈତିକ ଅପରାଧ ଶାଖାର ବଡ଼ଧରଣର ଚଢ଼ାଉ। ମୁଖ୍ୟ ଅଭିଯୁକ୍ତ ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜାଙ୍କ ସମେତ ତାଙ୍କର ଦୁଇ ସହଯୋଗୀଙ୍କ ଘରେ ଏକକାଳୀନ ମାଡ଼ି ବସିଛି EOW ଟିମ୍। କେନ୍ଦୁଝରର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଚାଲିଛି ଏହି ଖୋଳତାଳ। ଅଭିଯୁକ୍ତ ରାଜା, ସଦାଶିବ ପରିଡ଼ା ଏବଂ ଜ୍ୟୋତିରଞ୍ଜନ ମିଶ୍ରଙ୍କ ଘରେ EOW ଟିମ୍ ଚଢ଼ାଉ କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜାଙ୍କ ଘରୁ ମିଳିଛି କୋଟି କୋଟି ଟଙ୍କାର ସମ୍ପତ୍ତିର ସୁରାଗ। ଜାମୁନାଳିଆ ଓ ଧନାବେନି ଅଞ୍ଚଳରେ ଥିବା ପ୍ରାୟ ୪.୭୨ ଏକର ଜମି କ୍ରୟ ସମ୍ବନ୍ଧୀୟ ୭ଟି ବିକ୍ରୟ ଦଲିଲ୍ ଜବତ ହୋଇଛି। ଏହା ସହିତ 'ଶଙ୍କର ରୋଡୱେଜ'ର ଏକ ଡାଏରୀ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ପତ୍ର EOW ହାତରେ ଲାଗିଛି।ଅନ୍ୟପଟେ ଅଭିଯୁକ୍ତ ଜ୍ୟୋତିରଞ୍ଜନ ମିଶ୍ର ଏବଂ ସଦାଶିବ ପରିଡ଼ାଙ୍କ ଘରୁ ମଧ୍ୟ ବିପୁଳ ପରିମାଣର ଦସ୍ତାବିଜ ଜବତ କରାଯାଇଛି। ସେମାନଙ୍କ ଘରୁ ଆର୍ଥିକ କାରବାର ସମ୍ବନ୍ଧୀୟ କାଗଜପତ୍ର, ବିଭିନ୍ନ ସ୍ଥାନରେ ହୋଇଥିବା ମୋଟା ଅଙ୍କର ଇନଭେଷ୍ଟମେଣ୍ଟର ତଥ୍ୟ, ଏଟିଏମ୍ କାର୍ଡ ଏବଂ ଜମିବାଡ଼ି ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି EOW
ପଢନ୍ତୁ ଏହି ଖବର: ବିବାହର ପ୍ରତିଶ୍ରୁତି ଦେଇ ଶୋଷଣ ଅଭିଯୋଗ, ବନ୍ଧା ହେଲା ରସିକିଆ ପ୍ରେମିକ
ଅନ୍ୟପଟେ, ପୂର୍ବ ମାମଲାରେ ଗତବର୍ଷ ମାର୍ଚ୍ଚ ମାସରେ ଗିରଫ ହୋଇଥିବା ରାଜା ଚକ୍ର ବର୍ତ୍ତମାନ ବାଲେଶ୍ୱର ଜେଲରେ ଥିବା ଜଣାପଡ଼ିଛି । ତେବେ କ୍ରସର କିଣାବିକା ମାମଲାରେ EOWର ଏହି ସରଜମିନ ତଦନ୍ତ ପରେ ଆଗକୁ କି ପଦକ୍ଷେପ ନିଆଯାଉଛି ଏବଂ ତଦନ୍ତରୁ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories