Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ରଜ ସଜବାଜ, ଉତ୍ସବ ମୁଖର ଗାଁ ଠୁ ସହର...

Odisha

ଆଜି ରଜ ସଜବାଜ, ଉତ୍ସବ ମୁଖର ଗାଁ ଠୁ ସହର...

Smruti Parija
Browse all articles by Smruti Parija
·1 year ago·2 min read
ଆଜି ରଜ ସଜବାଜ, ଉତ୍ସବ ମୁଖର ଗାଁ ଠୁ ସହର...

Key Points

ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ 
ଦିଶୁଥାଏ ଝଟଝଟ

 

ଅର୍ଗସ ବ୍ୟୁରୋ:  ରାତି ପାହିଲେ ପହିଲି ରଜ । ଆଉ ଆଜି ରଜ ସଜବାଜ । ଘରେ ଘରେ କୁଆଁରୀ ଝିଅ ଓ ନୂଆ ବୋହୂମାନେ ସଜବାଜ ହେଲେଣି । ନିଜକୁ ସଜେଇବାରେ ସମସ୍ତେ ବ୍ୟସ୍ତ । କିଏ ଅଳତା ଲଗାଉଛି ତ କିଏ ନେଲପଲିସ, ତ କିଏ କେଶ ବିନ୍ୟାସ କରୁଛି । ସେପଟେ ପୋଡପିଠାକୁ ରଜ ପାନର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଖାଲି ଗାଁ ନୁହେଁ ସହରରେ ମଧ୍ୟ ପ୍ରସ୍ତୁତି ଜୋରସୋର୍ ରେ ଚାଲିଛି । 

ସମସ୍ତଙ୍କ ପାଇଁ ମନରେ ରହିଛି ଅପୂର୍ବ ଆନନ୍ଦ ଉଲ୍ଲାସ । ପୋଡପିଠା ପାଇଁ ପ୍ରସ୍ତୁତି ଚାଲିଛି । ସେଥିପାଇଁ ପୋଡପିଠାର ମହକ ଭାସି ଆସୁଛି । ଆଉ ରଜ ପର୍ବର ସବୁଠୁ ବଡ ଆକର୍ଷଣ ଦୋଳି । କେଉଁଠି ଦୋଳି ବନ୍ଧା ହେବ । କାଲି ପାଇଁ ସେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି ।

ଦୋଳି ପାଇଁ ବଡ ବଡ ଗଛ ଖୋଜା ପଡୁଛି । ତ ପୁଣି କିଏ ନିଜ ଘର ବାଲୋକନି କିମ୍ବା ଘର ଭିତରେ ଦୋଳିର ବ୍ୟବସ୍ଥା କରୁଛି । ଆଉ କିଛି କିଛି ସ୍ଥାନରେ ସମୂହ ଦୋଳିର ବ୍ୟବସ୍ଥା ହେଉଛି ।  ସେପଟେ ରଜ ତିନି ଦିନ ଜମିବ ତାସ, ଲୁଡୁ, କବାଡି, ଆଉ ପୁଚି କେଳ । ଘରେ ଘରେ କୁଣିଆ । ସ୍କୁଲ, କଲେଜ ଛୁଟି ଥିବାବେଳେ ବୁଲା ବୁଲି ମଜାମସ୍ତିର ସବୁ ପ୍ରସ୍ତୁତି ଚାଲିଛି ।

ବଡ ବଡ ହୋଟେଲ, ରେସ୍ତୋରାଁ, ସପିଂ ମଲ୍ ରେ ମଧ୍ୟ ରଜ ପାଇଁ ସ୍ପେଶାଲ ପ୍ରସ୍ତୁତି ସ୍ପେଶାଲ୍ ଅଫର୍ ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଧାରଣତଃ ରଜ 5 ଦିନ ଧରି ପାଳନ କରାଯାଏ । ରଜ ସଜବାଜ, ପହିଲି ଲଜ, ରଜ ସଂକ୍ରାନ୍ତି , ଭୂମି ଦହନ ଓ ବସୁମତୀ ସ୍ନାନ ।  ରଜ ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।

ଆମେ ଆଧୁନିକ ଯୁଗରେ ବଞ୍ଚୁଥିବାବେଳେ ଏବେ ବି ଏହି ଓଡିଆ ପରମ୍ପରା ବଞ୍ଚି ରହିଛି । ରଜ ଆସିଲେ ସମସ୍ତଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଖେଳିଯାଉଛି । ସମସ୍ତେ ଏକାଠି ହେବା, ବିଭିନ୍ନ ପ୍ରକାରର ଖେଳ, ମଜାମସ୍ତି, ବୁଲାବୁଲି ଆଦି କରୁଛନ୍ତି । ଯାହା ଆମ ପରମ୍ପରାକୁ ବଜାୟ ରଖିଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
raja-festival-begins-from-today-in-odisha | Argus News