Videos
|
Odisha

Chaudwar Jail Escape / ଦୁର୍ଦ୍ଧାନ୍ତ ଅପରାଧି ରାଜା ସାହାଣୀକୁ ଧରା ପକାଇଲା ଗୋଟିଏ ଫଟୋ

Bikash Mohanty
Browse all articles by Bikash Mohanty
·5 months ago·2 min read
ଦୁର୍ଦ୍ଧାନ୍ତ ଅପରାଧି ରାଜା ସାହାଣୀକୁ ଧରା ପକାଇଲା ଗୋଟିଏ ଫଟୋ
Raja Sahani

Key Points

ଗୋଟିଏ ଫଟୋ ଖୋଲିଦେଲା ସବୁ ଗୁମର
ଦୁର୍ଦ୍ଧାନ୍ତ ଅପରାଧି ରାଜା ସାହାଣୀକୁ ଧରା ପକାଇଲା ଗୋଟିଏ ଫୋଟୋ
ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଲା ଦୁର୍ଦ୍ଧାନ୍ତ ଅପରାଧି ରାଜା ସାହାଣୀ


କଟକ,୦୪/୦୪: ଗୋଟିଏ ଫଟୋ ଖୋଲିଦେଲା ସବୁ ଗୁମର । ଚୌଦ୍ବାର ଜେଲରୁ ଫେରାର ହୋଇଥିବା ଦୁର୍ଦ୍ଧାନ୍ତ ଅପରାଧି ରାଜା ସାହାଣୀକୁ ଧରା ପକାଇଲା ଗୋଟିଏ ଫୋଟୋ। ଋଷିକେଶର ଫଟୋ ହିଁ ସବୁଜ ସଙ୍କେତ ଦେଇଥିଲା ଓଡ଼ିଶା ପୋଲିସକୁ। ତୁରନ୍ତ ଉତ୍ତରାଖଣ୍ଡ ପୋଲିସର ସହାୟତା ନେଇଥିଲା କମିଶନରେଟ ପୋଲିସ। ଏହି ଠାରୁ ରାଜାକୁ ପିଛା କରିବା ଆରମ୍ଭ କରି ଦେଇଥିଲା କମିଶନରେଟ ପୋଲିସ ଟିମ୍। ରାଜାର ପ୍ରତିଟି ଗତିବିଧି ଉପରେ ନଜର ରଖାଯିବା ପରେ ଋଷିକେଶର ନଟରାଜ ଛକ ନିକଟ ଏକ ହୋଟେଲରେ ରେଡ କରିଥିଲା ପୋଲିସ ଟିମ୍ । ଖତମ୍ ହୋଇ ଯାଇଥିଲା ରାଜାର ଲୁଚକାଳି ଖେଳ। ହୋଟେଲରେ ପୋଲିସ ତାକୁ ମାଡ଼ି ବସିଥିଲା।

ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଲା ଦୁର୍ଦ୍ଧାନ୍ତ ଅପରାଧି ରାଜା। କଟକ ଚୌଦ୍ବାର ଜେଲରୁ ଫେରାର ମାରିବା ପରେ ଏଣେତେଣେ ଲୁଚି ବୁଲୁଥିଲା ରାଜା। ହେଲେ ଉତ୍ତରାଖଣ୍ଡ ଯିବା ପଡ଼ିଲା ମହଙ୍ଗା। ଉତ୍ତରାଖଣ୍ଡର ଏକ ରେଲୱେ ଷ୍ଟେସନରେ ବୁଲୁଥିବା ବେଳେ ଉଠିଥିଲା ଫୋଟୋ। ଗାର୍ଲଫ୍ରେଣ୍ଡ ସହ ଋଷିକେଶ ବୁଲିବାକୁ ଯାଇଥିଲା ରାଜା। ଏହାପରେ ଏଇ ଫଟୋକୁ କମିଶନରେଟ୍ ପୋଲିସ୍ ଚିହ୍ନିବା ପରେ ଋଷିକେଶରେ ରାଜାର ସନ୍ଧାନ କରିଥିଲା ପୋଲିସ୍।

ପୋଲିସର ନଜର ଓ ସ୍କାନର୍ ଏଡାଇବା ପାଇଁ ସବୁ ପ୍ରକାର କଳାକୌଶଳ କରୁଥିଲା । ହେଲେ ପ୍ରେମ ହିଁ ତା ପାଇଁ କାଳ ସାଜିଲା । ସ୍ୱାମୀ ପରିତ୍ୟକ୍ତା ପ୍ରେମିକା ‘ସୋନି’ର ଜିଦ୍ ଆଗରେ ମୁଣ୍ଡ ନୁଆଁଇ ବୁଲିଯାଇଥିଲା ରିଷିକେଶ୍ । ସୋନିର ଫୋନ୍ ହିଁ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀର ୬ ମାସର ଲୁଚକାଳି ଖେଳ ଖତମ୍ କରିଦେଲା । କଟକ ଚୌଦ୍ୱାର ଜେଲ ରୁ ଗତ ଅକ୍ଟୋବର ୩ ତାରିଖରେ ଫେରାର ହୋଇଥିବା ବିହାରର ଦୁର୍ଦ୍ଦାନ୍ତ ଡକାୟତ ରାଜା ସାହାଣୀ।

ପଢନ୍ତୁ ଏହି ଖବର:ଲିଫ୍ଟ ଦେବା ଆଳରେ ଘରକୁ ନେଇ ଦୁଷ୍କର୍ମ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଋଷିକେଶରୁ ଧରାପଡ଼ିବା ପରେ ପୁଣି ତାକୁ ଚୌଦ୍ବାର ଜେଲକୁ ଅଣାଯାଇଛି। ଚୌଦ୍ୱାର ଜେଲରେ କଡ଼ା ସୁରକ୍ଷାରେ ରହିଛି ରାଜା ସାହାଣୀ । ରାଜାକୁ ବେଡି ପକାଇଯାଇଛି। ଜେଲର ହାଇସେକ୍ୟୁରିଟି ୨ ନମ୍ୱର ସେଲରେ ରହିଛି ରାଜା। ୨୪ ଘଣ୍ଟିଆ କଡା ପହରା ଭିତରେ ରଖିବା ଲାଗି ୩ ଜଣ ୱାର୍ଡର ନିୟୋଜିତ ହୋଇଛନ୍ତି । ରାଜାର ଗତିବିଧି ଉପରେ ନଜର ରଖିବାକୁ ସେଲ ଭିତରେ ୨ଟି ଏବଂ ସେହି କମ୍ପାଉଣ୍ଡରେ ୩ଟି ଏହିପରି ୫ ଟି ସିସିଟିଭି କ୍ୟାମେରା ଲାଗିଛି। ଦୁର୍ଦ୍ଦାନ୍ତ ହୋଇଥିବାରୁ ସେଲ୍ ଭିତରକୁ କାହାକୁ ଛଡା ଯିବ ନାହିଁ । ସେହି ସେଲ୍ ଭିତରକୁ ଖାଦ୍ୟ ପହଞ୍ଚା ଯିବ ବୋଲି ଜେଲ୍ ଅଧିକ୍ଷକ ସୂଚନା ଦେଇଛନ୍ତି । ପୂର୍ବରୁ ଜେଲରୁ ଫେରାର ହୋଇ ଧରାପଡ଼ିଥିବା ମାଧୁକାନ୍ତକୁ ବେଡି ପକାଇ ରଖା ଯାଇଥିଲା ତାପରେ ତାକୁ ଝାରପଡ଼ା ଜେଲକୁ ସ୍ଥାନନ୍ତର କରାଗଲା ।

ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଘଟଣାରେ ବିହାରର ରାଜା ସାହାଣୀ ଏବଂ ମଧୁକାନ୍ତ କୁମାର ଗିରଫ କରାଯାଇ ଚୌଦ୍ବାର ଜେଲରେ ରଖାଯାଇଥିଲା । ହେଲେ 2025 ଅକ୍ଟୋବର 2 ତାରିଖ ବିଳମ୍ବିତ ରାତିରେ ଦୁହେଁ ପାଚେରୀ ଡେଇଁ ଫେରାର ହୋଇଥିଲେ । ଚମ୍ପଟ ମାରିଥିବା ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା କମିଶନରେଟ ପୋଲିସ। ରାଜା ସାହାଣୀର ଘର ବିହାରର ବେଗୁସରାଇରେ। ଓଡ଼ିଶା ପୋଲିସ ତାଙ୍କୁ ଧରିବା ପାଇଁ 1 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ପୁର୍ବରୁ ମଧ୍ୟ ତାଙ୍କ ବିରୋଧରେ ଅନ୍ୟ ରାଜ୍ୟରେ ଅପରାଧିକ ମାମଲା ରହିଛି।

Related Topics

Explore more stories