Raja Sahani On Remand / ରାଜାକୁ ରିମାଣ୍ଡରେ ନେବ କର୍ଣ୍ଣାଟକ ପୋଲିସ, ୨୦ କୋଟି ଟଙ୍କା ସୁନା ଲୁଟ୍ର ଖୋଲିବ ଗୁମର
·5 months ago·2 min read

Key Points
ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ
୭ ଦିନିଆ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି
ଅନୁମତିି ଦେଲେ କଟକ JMFC କୋର୍ଟ
କର୍ଣ୍ଣାଟକ ମହୀଶୁରରଏକ ଗହଣା ଦୋକାନରୁ କରିଥିଲା ଡକାୟତି

କଟକ,୦୮/୦୪,ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ । ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କଟକ JMFC କୋର୍ଟ । ରିମାଣ୍ଡ ଆବେଦନ କରିଥିଲା କର୍ଣ୍ଣାଟକ ପୋଲିସ । ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ କରିବ ପଚରା ଉଚରା । ଆସନ୍ତା ୯ ରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି। ଗତ ଡିସେମ୍ବର ୨୮ରେ କର୍ଣ୍ଣାଟକ ମହୀଶୁର ଜିଲ୍ଲାର ହୁନସୁର୍ ଟାଉନ୍ରେ ଏକ ଗହଣା ଦୋକାନରୁ ଡକାୟତି କରି 20 କୋଟି ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିଲା ରାଜା। ସେନେଇ ସେଠାକାର ପୋଲିସ ରାଜାକୁ ଜେରା କରିବ ।
ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଘଟଣାରେ ବିହାରର ରାଜା ସାହାଣୀ ଏବଂ ମଧୁକାନ୍ତ କୁମାର ଗିରଫ କରାଯାଇ ଚୌଦ୍ବାର ଜେଲରେ ରଖାଯାଇଥିଲା । ହେଲେ 2025 ଅକ୍ଟୋବର 2 ତାରିଖ ବିଳମ୍ବିତ ରାତିରେ ଦୁହେଁ ପାଚେରୀ ଡେଇଁ ଜେଲରୁ ଫେରାର ହୋଇଥିଲେ । ଚମ୍ପଟ ମାରିଥିବା ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା କମିଶନରେଟ ପୋଲିସ। ରାଜା ସାହାଣୀର ଘର ବିହାରର ବେଗୁସରାଇରେ।
ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକମା ଦେଇ ଖସି ଯାଇଥିଲା ରାଜା ସାହାଣୀ । ଫେରାର୍ ହେବା ପରେ ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ କରିଥିଲା ଡକାୟତି। ଦିନ ପ୍ରାୟ ୨ଟା ସମୟରେ ହୁନସୁର ବସଷ୍ଟାଣ୍ଡ ନିକଟରେ ଥିବା ସ୍କାଏ ଗୋଲଡ୍ ଏବଂ ଡାଇମଣ୍ଡ ଗହଣା ଦୋକାନରୁ ରାଜା ନେତ୍ବତ୍ବରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ଲାଙ୍କ ଫାୟାରିଂ କରି ମାତ୍ର ୬ ମିନିଟରେ ୮କେଜି ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ। ଯାହା ମୂଲ୍ୟ ପ୍ରାୟ କୋଟି କୋଟି ଟଙ୍କା ହେବ। ଏହି ଘଟଣା ପରେ ଓଡ଼ିଶାର ଚୌଦ୍ବାର ଜେଲରୁ ଫେରାର୍ ରାଜା ସାହାଣୀ ପଛରେ ପଡ଼ିଯାଇଥିଲା କର୍ଣ୍ଣାଟକ ପୋଲିସ।
ପଢନ୍ତୁ ଏହି ଖବର: ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଲା ଦୁର୍ଦ୍ଧାନ୍ତ ଅପରାଧି ରାଜା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଭିନ୍ନ ରାଜ୍ୟରେ ୨୮ଟିରୁ ଅଧିକ ମାମଲା ସହ ୫ଟି ମର୍ଡ଼ର କେସ୍ ଥିବାରୁ ଓଡ଼ିଶା ସମେତ କର୍ଣ୍ଣାଟକ, ଆନ୍ଧ୍ର ଓ ଉତ୍ତରାଖଣ୍ଡ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ପାଲଟିଥିଲା ରାଜା ସାହାଣୀ। ରାଜା ସାହାଣୀ କ୍ରାଇମ ସିଣ୍ଡିକେଟରେ ପ୍ରାୟ ୨ ହଜାର ଅପରାଧୀ କାମ କରୁଥିବାର ଜଣାପଡ଼ିଛି। ଏମାନେ ଲୁଟ୍, ହତ୍ୟା, ବ୍ୟାଙ୍କ ଡକାୟତି, ଅଳଙ୍କାର ଦୋକାନ ଲୁଟ୍ ଭଳି ବିଭିନ୍ନ ଅପରାଧକୁ ଅଞ୍ଜାମ ଦେଉଥିଲେ। ଖାସ୍ କରି ନିଛାଟିଆ ସ୍ଥାନରେ ଥିବା ବ୍ୟାଙ୍କ କିମ୍ବା ଗହଣା ଦୋକାନକୁ ଟାର୍ଗେଟ୍ କରୁଥିଲା ରାଜା ସାହାଣୀ।
ଶେଷରେ ଉତ୍ତରାଖଣ୍ଡର ଏକ ହୋଟେଲ ନିକଟ ଗଳି ରାସ୍ତାରେ ରାଜା ସାହାଣୀ ତା’ର ଗାର୍ଲ ଫ୍ରେଣ୍ଡ ସହ ବୁଲୁଥିବା ବେଳେ ତା’ର ଫଟୋ ଉଠାଇଥିଲା ପୋଲିସ। ଆଉ ସେ ହିଁ ରାଜା ସାହାଣୀ ବୋଲି କନଫର୍ମ ହେବା ପରେ ତାକୁ ଗିରଫ କରିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ ।

Related Topics
Explore more stories