Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ରଜ ସଂକ୍ରାନ୍ତି, ସବୁଠି ଉତ୍ସବର ମାହୋଲ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ରଜ ସଂକ୍ରାନ୍ତି, ସବୁଠି ଉତ୍ସବର ମାହୋଲ

ଅର୍ଗସ ବ୍ୟୁରୋ: 

“ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ ଦିଶୁଥାଏ ଝଟଝଟ।”

ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡ଼ିକ ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡ଼ିକର ସୃଷ୍ଟି। ଓଡ଼ିଶାରେ ପାଳନ କରାଯାଉଥିବା ପର୍ବମାନଙ୍କ ମଧ୍ୟରୁ ରଜ ପର୍ବ ଅନ୍ୟତମ। ଏହା ଓଡ଼ିଶାର ଝିଅ ବୋହୂମାନଙ୍କର ଏକ ସ୍ୱତନ୍ତ୍ର ଓ ପ୍ରଧାନ ପର୍ବ। ଆଜି ହେଉଛି ଦ୍ୱିତୀୟ ରଜ ବା ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି। ମାଟି ଓ ମୌସୁମୀର ମିଳନର ପର୍ବ ରଜ। ରଜ ପର୍ବ ଆଷାଢ଼ ମାସରେ ପଡ଼େ। ଜ୍ୟେଷ୍ଠ ମାସ ଶେଷ ଦିନଠୁ ଆଷାଢ଼ ମାସ ଦ୍ୱିତୀୟ ଦିନ ପର୍ଯ୍ୟନ୍ତ ଅର୍ଥାତ ତିନିଦିନ ଧରି ରଜ ପର୍ବ ପାଳିତ ହୁଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦହନ କୁହନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ତିନିଦିନ ଲୋକେ ଆମୋଦ ପ୍ରମୋଦ ଓ ଖେଳ କୌତୁକରେ ସମୟ ବିତାଇଥାନ୍ତି। ଘରେ ଘରେ ପିଠାପଣାର ଆସର। ସଜବାଜ ଦିନ ପୋଡ଼ ପିଠାର ପ୍ରସ୍ତୁତି ରଜ ପର୍ବର ବିଶେଷ ଆକର୍ଷଣ। ପହିଲି ରଜ ଦିନ ସକାଳୁ ସକାଳୁ ଝିଅ ବୋହୂମାନେ ନିତ୍ୟକର୍ମ ସାରି ନୂଆ ବସ୍ତ୍ର ପରିଧାନ କରିଥାନ୍ତି। ଚନ୍ଦନ ଟିକା, ଅଳତା, କଜଳ ସେମାନଙ୍କ ସୌନ୍ଦର୍ଯ୍ୟ ବଢ଼ାଇଥାଏ। କୁମାରୀମାନେ ଖାଲି ପାଦରେ ଭୂମିରେ ନ ଚାଲିବାର ଏକ ପାରମ୍ପରିକ ବିଧି ରହିଛି। ଏଥିପାଇଁ ପୂର୍ବେ ଝିଅମାନେ ଗୁଆ ଖୋଳପା ପିନ୍ଧୁଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
raja special 2nd day today | Argus News