Sex Racket Busted / ରାଜଧାନୀ ଉପକଣ୍ଠରୁ ସେକ୍ସ ରାକେଟ ଠାବ ,୬ ଦେହଜୀବୀଙ୍କୁ ଉଦ୍ଧାର କଲା ପୋଲିସ, ୫ ଗ୍ରାହକ ଗିରଫ
·1 hour ago·2 min read

Key Points
ରାଜଧାନୀ ଉପକଣ୍ଠରୁ ସେକ୍ସ ରାକେଟ ଠାବ
ଜଟଣୀରେ ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ
୫ ଗ୍ରାହକ ଗିରଫ,୬ ଦେହଜୀବୀଙ୍କୁ ଉଦ୍ଧାର କଲା ପୋଲିସ

ଜଟଣୀ,୨୧/୦୫: ରାଜଧାନୀ ଉପକଣ୍ଠରୁ ସେକ୍ସ ରାକେଟ ଠାବ । ଜଟଣୀ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ ହୋଇଛି । ଜଟଣୀ ଥାନା ପୋଲିସ ସେଠାରୁ ୬ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏହାସହ ରାକେଟ୍ର କିଙ୍ଗପିନ୍ ସାଜିଥିବା ଜଣେ ବୃଦ୍ଧାଙ୍କ ସମେତ ୫ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ବୁଧବାର ରାତିରେ ଏହି ଭଡା଼ ଘରେ ଅତର୍କିତ ଚଢାଉ କରି ସେମାନଙ୍କୁ କାବୁ କରିଛି ।
ସୂଚନା ମୁତାବକ, କିଙ୍ଗପିନ୍ ଜଣକ ଉକ୍ତ ଘରେ ଦୀର୍ଘ ଦିନ ଧରି ଭଡ଼ାସୂତ୍ରରେ ରହୁଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଜବରଦସ୍ତି ଏହି ଘରେ ରହି ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ । ସ୍ଥାନୀୟ ବାସିନ୍ଦା ଦେହ ବେପାର ଚାଲୁଥିବାର ସନ୍ଦେହ କରିବା ସହ ବିରୋଧ କରୁଥିଲେ । କିନ୍ତୁ ସେଠାରେ ଯୁବତୀମାନଙ୍କୁ ଧନ୍ଧାମୂଳକ ଶିକ୍ଷା ଦିଆଯାଉଥିବା ଦର୍ଶାଇ କିଙ୍ଗପିନ୍ ଖସିଯାଉଥିଲେ ।
ପଢନ୍ତୁ ଏହି ଖବର: ସିଙ୍ଗର୍ ବନାଇବାର ପ୍ରତିଶ୍ରୁତି ଦେଇ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ, ଗିରଫ ହେଲେ ଟେଲି ଅଭିନେତା
ତେବେ ସଞ୍ଜ ନଇଁବା କ୍ଷଣି ବାହାର ଲୋକମାନଙ୍କ ଭିଡ଼ ଜମୁଥିଲା । ସେମାନେ ଉକ୍ତ ଘରେ ଘଣ୍ଟା ଘଣ୍ଟା ସମୟ ବିତାଇ ଫେରିଯାଉଥିଲେ । ପୋଲିସ ଏହି ଖବର ପାଇ ବୁଧବାର ରାତି ୮ଟା ବେଳେ ଅଚାନକ୍ ଚଢ଼ାଉ କରିଥିଲା ।
ଚଢ଼ାଉ ବେଳେ ଦେହଜୀବୀ ଓ ଗ୍ରାହକମାନେ ଅସଞ୍ଜତ ଅବସ୍ଥାରେ ଥିବା ପୋଲିସ ଦେଖିଥିଲା । ଉକ୍ତ ଘରୁ ପୋଲିସ ଏକାଧିକ ଗାଡି଼, ମୋବାଇଲ, ଟଙ୍କା ସହ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ଗ୍ରାହକମାନେ ଜଟଣୀ ଓ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଦେହଜୀବୀମାନଙ୍କୁ ପୋଲିସ ସର୍ଟ ଷ୍ଟେ ହୋମରେ ଛାଡ଼ିଛି । କିଙ୍ଗପିନ୍ ସମେତ ଗ୍ରାହକଙ୍କୁ ପୁଲିସ ଆସନ୍ତାକାଲି କୋର୍ଟଚାଲାଣ କରିବ। ସେକ୍ସ ରାକେଟ ଚାଲିବା ନେଇ ଘର ମାଲିକ ଜାଣିଥିଲେ କି ନାହିଁ । ତାହା ପୋଲିସ ଯାଞ୍ଚ କରୁଛି ।
ଗତକାଳି ବରଗଡରୁ ଠାବ ହୋଇଥିଲା ଏକ ସେକ୍ସ ରାକେଟ। ବରଗଡ ଧାଙ୍ଗେରର ଏକ ଢାବାରେ ଚାଲିଥିଲା ସେକ୍ସ ରାକେଟ। ଦେହ ବ୍ୟାପାର ଚାଲିଥିବା ଖବର ପାଇ ପୋଲିସ୍ ଚଢ଼ାଉ କରିଥିଲା। ତିନି ଗ୍ରାହକଙ୍କ ସହ ଢାବା ମାଲିକ ଓ ତାଙ୍କ ସ୍ତ୍ରୀ ଗିରଫ ହୋଇଥିବା ସୂଚନା । ରେଡ୍ ସମୟରେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ , ନଗଦ 26 ହଜାର 260 ଟଙ୍କା , ଦୁଇ ମୋଟର ସାଇକେଲ ,6 ଟି ମୋବାଇଲ ଫୋନ ଓ ବିପୁଳ ପରିମାଣର ମଦ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଢାବା ମାଲିକ ଧାଙ୍ଗର ଗାଁର ଆତ୍ମାରାମ ପଣ୍ଡା ଓ ତାଙ୍କ ସ୍ତ୍ରୀ ପ୍ରଣତି ପଣ୍ଡା । ଅଡଗାଁ ଅଞ୍ଚଳର ନିମାଇଁ ସାହୁ ,ସାମନ୍ତ ଭୋଇ , ମଦନ ବନଛୋର୍ ବୋଲି ପୋଲିସ୍ ସୂଚନା ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories