Vigilance Arrested / କୋଟିପତି କିରାଣି ସୁବ୍ରତ ବେହେରା ଗିରଫ, ଲାଇଫଷ୍ଟାଇଲ ଦେଖି ଭିଜିଲାନସ ତାଜୁବ
·7 months ago·2 min read

Key Points
କୋଟିପତି କନିଷ୍ଠ କିରାଣି ସୁବ୍ରତ ବେହେରା ଗିରଫ
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣି ସୁବ୍ରତ

ଅନଗୁଳ: ଫେବ୍ରୁଆରୀ ୨୦ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ଗଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରିତକର୍ମା କୋଟିପତି କନିଷ୍ଠ କିରାଣି ସୁବ୍ରତ ବେହେରା। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଅପରାହ୍ନରେ ସୁବ୍ରତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ରେଡ୍ ବେଳେ ସୁବ୍ରତଙ୍କ ଠାରୁ ଆୟ ତୁଳନାରେ ୨୦୫% ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ପାଇଥିଲା ଭିଜିଲାନ୍ସ। ନିଜ ଦରମାକୁ ଢେର ବଢ଼ାଇ ରାଜକୋଷରୁ ୨ କୋଟି ୩୮ ଲକ୍ଷ ଟଙ୍କା ଆତ୍ମସାତ କରିଥିଲା ସୁବ୍ରତ।
ଫେବ୍ରୁଆରୀ ୨୦ ତାରିଖରେ ସୁବ୍ରତ ଙ୍କ ଜାମିନ ଆବେଦନର ଶୁଣାଣି କରିବେ ଭିଜିଲାନ୍ସ କୋର୍ଟ। ସୂଚନା ଥାଉକି ୨୦୦୭ ମସିହାରେ ୮୦୦୦ ଟଙ୍କା ଦରମାରେ ଜୁନିୟର ଆସିଷ୍ଟାଣ୍ଟ ଭାବେ ଆଠମଲ୍ଲିକ ଡାକ୍ତରଖାନାରେ ଚାକିରି ଆରମ୍ଭ କରିଥିଲେ ସୁବ୍ରତ। ୨୦୧୧ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି ହୋଇ ଆସିଥିଲେ। ୨୦୧୭ରୁ ୨୦୨୫ ମଧ୍ୟରେ ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବା ସମୟରେ ନିଜ ଦରମା ବଢ଼ାଇ ବାସ୍ତବ ଦରମା ବାଦ୍ ନିଜ ଆକାଉଣ୍ଟକୁ ଅଧିକ ୨ କୋଟି ୩୮ ଲକ୍ଷ ଟଙ୍କା ନେଇଯାଇଛନ୍ତି ସୁବ୍ରତ।
ଅକ୍ଟୋବର ମାସରେ AG ଓ ସ୍ଵାସ୍ଥ୍ୟ ବିଭାଗ ଅଡିଟ ଟିମର ଖୋଳତାଡ ପରେ ସୁବ୍ରତଙ୍କ ଅର୍ଥ ତୋଷାରପାତର ଗୁମର ଖୋଲିଥିଲା। ଗତ ୧୧ ତାରିଖରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କୋଟିପତି କିରାଣିଙ୍କ ଘରେ ଚଢ଼ଉ କରିଥିଲା ଭିଜିଲାନ୍ସ। ମାତ୍ର ୮ ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିବା କନିଷ୍ଠ କିରାଣିଙ୍କ ଏତେ ସଂପତ୍ତି ଦେଖି ତାଜୁବ୍ ହୋଇଥିଲା ଭିଜିଲାନ୍ସ। ସେ ଏତେ ସଂପତ୍ତି କେମିତି ଠୁଳ କଲେ ତା’ର ହିସାବ ଚାଲିଛି।
ତାଙ୍କ ଅନୁଗୁଳ ସୁସୁଡ଼ାସ୍ଥିତ ୩ ମହଲା ଘର ସମେତ ଏକକାଳୀନ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ। ସୌଖିନ ଜୀବନ ଜିଉଁଥିଲେ ସୁବ୍ରତ। ତାଙ୍କର ଅନଗୁଳର ସୁସୁଡ଼ାରେ ଆଖିଖୋସା ପ୍ରାସାଦ ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ। ଘରେ ଲାଗିଛି ଅଟୋମେଟେଡ ସେନସର୍ ଡୋର। ସେନସର ମିରର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦେଖନ୍ତୁ ଏହି ଖବର: ପୀତବାସ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ, ହତ୍ୟାକାଣ୍ଡ ପଛରେ ଅଶ୍ଳୀଳ ଫଟୋ
କାନ୍ଥରେ ଲାଗିଛି ଦାମୀ ୱାଲପେପର। ତାଙ୍କ ପାଖରୁ ମିଳିଛି ୯ଟି ଦାମୀ ଘଣ୍ଟା। ବହୁ ପାସବୁକ, ଚେକ୍। ବାବୁ ପଢୁଥିଲେ ଟଙ୍କା ରୋଜଗାର ବାଟ ଦେଖାଉଥିବା ବହି। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଯେତେବେଳେ ସୁବ୍ରତ ବେହେରାଙ୍କ ଘରେ ଚଢ଼ଉ କରିଛନ୍ତି, ସେମାନେ ଟେରା ହୋଇଯାଇଛନ୍ତି। ପ୍ରାୟ ୪୫୦ ଗ୍ରାମ୍ ସୁ ନା ଅଳଙ୍କାର, ଗୋଟିଏ ଦାମୀ କାର୍, ୩ଟି ଦୁଇ ଚକିଆ ଗାଡ଼ି, ବ୍ୟାଙ୍କ, ପୋଷ୍ଟାଲ୍ ଓ ବିଭିନ୍ନ ନିବେଶ ସାଙ୍ଗକୁ ବିପୁଳ ପରିମାଣର କାଗଜାତ୍ ଭିଜିଲାନ୍ସ ଠାବ କରିଛି।

Related Topics
Explore more stories