ଓଡ଼ିଶାରେ ଆଉ ଚଳିବନି ଅଫିସରଙ୍କ ମନମାନୀ

Key Points
- ଓଡ଼ିଶାରେ ଆଉ ଚଳିବନି ଅଫିସରଙ୍କ ମନମାନୀ
- ମୋହନଙ୍କ କଡ଼ା ନିଷ୍ପତ୍ତି, ସ୍ପଷ୍ଟ ବାର୍ତ୍ତା
- ଖଣ୍ଡି ଓଡ଼ିଆ ନେତୃତ୍ବ ବନାମ ଅସ୍ମିତାର ସ୍ବର
- ଅଫିସରଙ୍କୁ ବଞ୍ଚାଇ ରଖିଥିଲେ ନବୀନ
- ଏବେ ଲୋକଙ୍କ ସ୍ବାର୍ଥରେ ସରକାର
- ଦିଲ୍ଲୀରୁ ଫେରି ମୋହନ ଆକ୍ସନ ମୋଡ୍ରେ
ଅର୍ଗସ ବ୍ୟୁରୋ: ମହିଳା ପୋଲିସ ଇନସ୍ପେକ୍ଟରଙ୍କ ଘରେ ମାରପିଟ ଘଟଣାରେ ବରିଷ୍ଠ ଆଇପିଏସ ଅଫିସର ତଥା ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ ହୋଇଛନ୍ତି । ଭାରତୀୟ ପୋଲିସ ସେବା ଆଇନ ଇଲ୍ଲଙ୍ଘନ ପାଇଁ ରାଜେଶ ପଣ୍ଡିତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର । ଡିଆଇଜିଙ୍କ ନିଲମ୍ବନ ନେଇ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଇଏ ହେଉଛି ସେହି ନିର୍ଦ୍ଦେଶନାମା । ନବୀନ ସରକାରରେ ଅଫିସରମାନଙ୍କର ଯେଉଁ ମନମାନି ଚାଲିଆସିଥିଲା ତାହା ଆଉ ଚଳିବନି । ଯେଉଁ ଅଫିସରମାନଙ୍କୁ ବଂଚାଇ ରଖିଥିଲେ ନବୀନ, ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । କାହିଁକି ନା ଓଡିଆର ଆତ୍ମ ସମ୍ମାନ ଅଛି । ଦିଲ୍ଲୀରୁ ଫେରିବା ପରେ କଡା ନିଷ୍ପତ୍ତି ନେଇ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପୁରା ଘଟଣା ଏମିତି ଥିଲା । ଗତ 27 ତାରିଖ ରାତିର ଘଟଣା...
ଭୁବନେଶ୍ବର କ୍ୟାପିଟାଲ ଥାନା ଅଧିନରେ ଥିବା ଜଣେ ମହିଳା ଇନସ୍ପେକ୍ଟର୍ସଙ୍କ କ୍ବାଟର୍ସରେ ପହଂଚିଥିଲେ ରାଜେଶ । ମହିଳା ଇନସ୍ପେକ୍ଟଟରଙ୍କୁ ପ୍ରେମ ନିବେଦନ କରିଥିଲେ । ବିବାହ କରିବାକୁ ଅଡି ବସିଥିଲେ । ତାଙ୍କୁ ସାଙ୍ଗରେ ନେଇଯିବାକୁ ମଧ୍ୟ ଜିଦ କରିଥିଲେ । ଠିକ ଏହି ସମୟରେ ଏଣ୍ଟ୍ରି ମାରିଥିଲେ ମହିଳା ଇନସ୍ପେକ୍ଟରଙ୍କ ସ୍ବାମୀ । । ମହିଳା ଇନସ୍ପେକ୍ଟରଙ୍କ ସ୍ବାମୀଙ୍କ ସହିତ ରାଜେଶଙ୍କର ଯୁକ୍ତିତର୍କ ହୋଇଥିଲା । ପରେ ତାଙ୍କୁ ମାଡ ମାରିଥିଲେ ରାଜେଶ ।
📱 Get Argus News App
✨ମାମଲା ପହଂଚିଥିଲା ମାନବିଧିକାର କମିଶନଙ୍କ ପାଖରେ । ପୋଲିସ ଡିଜି ଘଟଣାର ତଦନ୍ତ କରି ଗୃହ ବିଭାଗର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ । ମୋହନ ମାଝୀ ରାଜେଶଙ୍କ ବିରୋଧରେ ନେଇଥିଲେ କଡା ନିଷ୍ପତ୍ତି । ତାଙ୍କୁ ନିଲମ୍ବନ କରି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ରାଜ୍ୟରେ ଅଫିସରଙ୍କ ମନମାନି ଆଉ ଚଳିବନି । ଘଟଣା ଘଟିବାର କିଛି ଦିନ ଭିତରେ ହିଁ ତଦନ୍ତ କରାଯାଇ ହୋଇଛି କାର୍ଯ୍ୟାନୁଷ୍ଠାନ । ଲୋକଙ୍କ ସ୍ବାର୍ଥରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର ।
ଆହୁରି ପଢନ୍ତୁ ଓଡିଶା ଖବର...