Videos
|
Odisha

ରାଜନଗରରେ ବିଜେଡି ଦୁଇଫାଳ, ଧ୍ରୁବଙ୍କୁ ଅଶୋକ ମାରିଲେ ବାଣ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜନଗରରେ ବିଜେଡି ଦୁଇଫାଳ, ଧ୍ରୁବଙ୍କୁ ଅଶୋକ ମାରିଲେ ବାଣ

ରାଜନଗରରେ ବିଜେଡି ଦୁଇଫାଳ
ଉଗ୍ର ହେଲାଣି ଗୋଷ୍ଠୀକନ୍ଦଳ  
ଧ୍ରୁବଙ୍କୁ ଅଶୋକ ମାରିଲେ ବାଣ  
କହିଲେ, ଧ୍ରୁବ ସାହୁ କିଏ ମୁଁ ଜାଣିନି ?
 

ଅର୍ଗସ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ ରାଜନଗର ବିଜେଡି ରାଜନୀତିରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଲାଣି । ଗୋଟିଏ ପଟେ ବିଧାୟକ ଧ୍ରୁବ ସାହୁ ଏବଂ ଅନ୍ୟପଟେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀଙ୍କ ମଧ୍ୟରେ ଲାଗିଥିବା ଶୀତଳଯୁଦ୍ଧ ଏବେ ଉଗ୍ର ରୂପ ନେବା ଆରମ୍ଭ କରିଛି । କିନ୍ତୁ ଦିନେ ଥିଲେ ଏମାନେ ଏକାନ୍ତ ଅନୁଗତ ଥିଲେ । ଏବେ କିନ୍ତୁ ପରସ୍ପରର ଛାଇ ଦେଖିଲେ ନାହି ଡେଉଁଛି । ସୋସିଆଲ ମିଡ଼ିଆରୁ ଆରମ୍ଭ ହୋଇଥିବା ଲଢେଇ ଏବେ ସାଂଘାତିକ ରୂପ ନେଲାଣି । ଅନ୍ୟପଟେ ବ୍ଲକ ସଭାପତି ପଦରୁ ଅଶୋକ ବିଦା ହେବା ପରେ ଆଜି ବିଶାଳ ଶୋଭାଯାତ୍ରା କରିବା ସହ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ନେଇ ଦେଇଛନ୍ତି ବଡ ବୟାନ, ଯାହା ରାଜନଗର ବିଜେଡି ରାଜନୀତିକୁ ରୋଚକ କରିଛି ।

 

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ବାର୍ଷିକ ଅବସରରେ ଜୀବନ ବିନ୍ଦୁ - ଓଡ଼ିଶା ମୋ ପରିବାର ଓ  ଅଶୋକ ଭାଇ ଫ୍ୟାନ କ୍ଲବ୍ ମିଳିତ ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଥିଲା,ଏଥିରେ ବ୍ୟାଘାତ କରିବା ପାଇଁ ବିଧାୟକ ଧ୍ରୁବ ସାହୁ ସତ ଚେଷ୍ଟା କରିଥିଲେ ମାତ୍ର ସଫଳ ହୋଇ ପାରିନଥିଲେ । ନିଜକୁ ନବୀନଙ୍କ ଅନୁଗତ ବୋଲାଉଥିବା ଧ୍ରୁବ ସାହୁ ନିଜେ ବିରୋଧ କଲେ ନବୀନଙ୍କ ଜନ୍ମ ଦିନରେ ହେଉଥିବା ରକ୍ତଦାନ ଶିବିରକୁ । ଏଭଳି ଅଭିଯୋଗ ଆଣିଛନ୍ତି ତାଙ୍କରି ଦଳର କର୍ମୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରକ୍ତଦାନ ପାଇଁ ଆବଶ୍ୟକୀୟ ଶଯ୍ୟା ଗୁଡିକ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିବାର ଥିଲା କିନ୍ତୁ ବିଧାୟକ ଧ୍ରୁବ ସାହୁ ଚାପରେ ମେଡିକାଲ କତୃପକ୍ଷ ଶଯ୍ୟା ଥାଇ ମଧ୍ୟ ମନାକରିଦେଲେ । ଜରିମୂଳ ମା ମାଟିଆ କଲ୍ୟାଣ ମଣ୍ଡପରେ ରକ୍ତଦାନ ଶିବିର ହେବାର ବ୍ୟବସ୍ଥା ଥିଲା ସେଠିବି ନିଜ ଶକ୍ତି ବଳରେ କଲ୍ୟାଣ ମଣ୍ଡପ ଚାବି ଛଡେଇ ନେଲେ, ଏହା ପଛରେ ଉଦେଶ୍ୟ ଥିଲା ଯେମିତି ବି ହେଉ ତାଙ୍କର ଏକାନ୍ତ ଅନୁଗତ୍ୟ ଅଶୋକ ପ୍ରତିହାରୀଙ୍କ ଦ୍ୱାରା ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ଜନ୍ମବାର୍ଷିକ ରକ୍ତଦାନ ଶିବିରକୁ ବନ୍ଦ କରିବା ।

ସେ ଭୁଲି ଯାଇଥିଲେ ଅଶୋକଙ୍କୁ ବିରୋଧ କରୁ କରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ବିରୋଧ କରୁଥେଲେ । ଯେଉଁ ମୁଖ୍ୟମନ୍ତ୍ରୀ ତାଙ୍କୁ 2019 ନିର୍ବାଚନରେ ଟିକେଟ ଦେଇଥିଲେ ସାମାନ୍ୟ ବ୍ୟକ୍ତିଗତ ବିବାଦ ପାଇଁ ତାଙ୍କ ନାମରେ ରକ୍ତଦାନ ଶିବିରକୁ କଲେ ବିରୋଧ । ପୂର୍ବରୁ ଅଶୋକ ପ୍ରତିହାରୀଙ୍କୁ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଆଖ୍ୟା ଦେଉଥିଲେ, ବର୍ତ୍ତମାନ ନିଜେ ଏଭଳି କାର୍ଯ୍ୟ କରି ସିଧା ମୁଖ୍ୟମନ୍ତ୍ରୀଙ୍କ ବିରୋଧୀ ହୋଇଗଲେ । ସେ ଯାହା ହେଉ ଆଗକୁ 2024 ନିର୍ବାଚନ ବିଧାୟକ ଟିକେଟ ପାଇବା ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ବିଧାୟକ ଧ୍ରୁବ ସାହୁ ତାହା ପାଣିଚିଆ ହୋଇଯିବନି ତ  ? ତାହା ଦେଖିବାକୁ ବାକି ରହିଲା ।