|
logo
Live
Argus News App
GET APP

Argus News - ବିଜେଡି ଲୋକସଭା ପ୍ରାର୍ଥୀ ଘୋଷଣା ପରେ ରାଜନଗରରେ ତାତି

Odisha

ବିଜେଡି ଲୋକସଭା ପ୍ରାର୍ଥୀ ଘୋଷଣା ପରେ ରାଜନଗରରେ ତାତି

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡି ଲୋକସଭା ପ୍ରାର୍ଥୀ ଘୋଷଣା ପରେ ରାଜନଗରରେ ତାତି

ଅର୍ଗସ ବ୍ୟୁରୋ : ରାଜନଗରେ ବିଜେଡି ଝଡ଼ । ବିଜେଡ଼ିକୁ ଜୋରଦାର ପ୍ରତିବାଦ କଲେ ବିଜେଡ଼ି ନେତା ଓ କର୍ମୀ । କହିଲେ ଯାହା ହେଲା ଭୁଲ ହେଲା । ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ଅଂଶୁମାନ ମହାନ୍ତିଙ୍କ ନାମ ଘୋଷଣା ପରେ ରାଜନଗର ବିଜେଡିରେ ପ୍ରତିବାଦ ଜୋର ଧରିଛି । ରାଜନଗରରୁ ବିଧାନସଭା ଆସନରୁ ଲଢ଼ିବା ପାଇଁ ଅଂଶୁମାନ ଓ ତାଙ୍କ ସମର୍ଥକ ମାନେ ବେଶ ଆଶାବାଦୀ ରହିଥିଲେ । କିନ୍ତୁ ବଦଳିଗଲା ପାଣିପାଗ ଯାହାକୁ ନେଇ ଏବେ ରାଜନଗରରେ ଝଡ଼ ।

ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ । କଣ ପାଇଁ ବିଜେଡି ସୁପ୍ରିମୋଙ୍କ ମୋହର ଉପରେ ପ୍ରଶ୍ନବାଚୀ । କିଛି ମାସ ତଳେ ଧ୍ରୂବ ସାହୁ ଓ ଅଂଶୁମାନଙ୍କ ରାଜନୈତିକ ଗୋଷ୍ଠୀକନ୍ଦଳ ଉଗ୍ର ରୂପ ନେଇଥିଲା । ତେବେ ଅଂଶୁମାନ କଂଗ୍ରେସ ଛାଡି ତାଙ୍କ ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ । ତେବେ ୨୦୨୪ନିର୍ବାଚନରେ ରାଜନଗରର ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଆଶାବାଦୀ ଥିଲେ । କିନ୍ତୁ ମଉଳି ଯାଇଥିଲା ସବୁ ଆଶାଭରସା 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଅନେକ ବାଦ ବିବାଦ ପରେ ଅଂଶୁମାନ ଓ ଧ୍ରୂବ ଗୋଟିଏ ମଞ୍ଚରେ ସଭା କରିବାର ଆୟୋଜନ କରାଯାଇଥିଲା । ତେବେ ଅଂଶୁମାନଙ୍କୁ ସାଂସଦ ପ୍ରାର୍ଥୀ ବିଜେଡି ଘୋଷଣା ପରେ ଅଧାରୁ ଭାଙ୍ଗିଲା ସଭା । ଅଂଶୁମାନଙ୍କୁ ସାଂସଦ ଟିକେଟ ମିଳି ଥିବାରୁ ଆଜିର ମିଶ୍ରଣ ପର୍ବରେ ଯୋଗ ନଦେଇ ଅଧା ବାଟରୁ ଫେରି ଗଲେ ଅଂଶୁମାନ । ଅଂଶୁମାନ ସମର୍ଥକ ମାନେ ରାଲିରୁ ଦେଲେ ଛତ୍ରଭଙ୍ଗ । ବିଜେଡି ସୁପ୍ରିମୋ ଅଂଶୁମାନଙ୍କୁ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି କର୍ମୀ ଓ ନେତା । 
 

Sponsored
ବିଜେଡି ଲୋକସଭା ପ୍ରାର୍ଥୀ ଘୋଷଣା ପରେ ରାଜନଗରରେ ତାତି | Argus News