|
logo
Live

Argus News - ଲୋକଙ୍କ ପ୍ରଶ୍ନକୁ ନେଇ ଛାନିଆ ହେଲେ ବିଧାୟକ

Odisha

ଲୋକଙ୍କ ପ୍ରଶ୍ନକୁ ନେଇ ଛାନିଆ ହେଲେ ବିଧାୟକ

Jitendra Dash
Browse all articles by Jitendra Dash
·2 years ago·2 min read
ଲୋକଙ୍କ ପ୍ରଶ୍ନକୁ ନେଇ ଛାନିଆ ହେଲେ ବିଧାୟକ

ଅର୍ଗସ ବ୍ୟୁରୋ : ହରଡ ଘଣାରେ ରାଜନଗରର ବିଜେଡି ବିଧାୟକ ଧ୍ରୁବ ସାହୁ । ଦୁର୍ନୀତିକୁ ନେଇ ବିଧାୟକଙ୍କୁ ପ୍ରଶ୍ନ ବାଣରେ ଘାଇଲା କଲେ ଜନତା । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି । ଯାହା ଏବେ ରାଜନଗର ରାଜନୀତି ପାଣିପାଗକୁ ଗରମ କରିଛି । ମାର୍ଚ୍ଚ ୨ ତାରିଖ ଦିନ ଯୋଜନା କରି ଫସିଲେ ନିଜେ ବିଧାୟକ । ଦୋକାନରେ ଅଭିନବ ଉପାୟରେ ଚା ଖଟିର କରିଥିଲେ ପ୍ରୋଗ୍ରାମ । ଦିନେ ନାହିଁ କାଳେ ନାହିଁ ଗହ୍ମା ପୁନେଇରେ ମାଇଁ ମାଇଁ । ଏହି ମର୍ମରେ ପାଞ୍ଚ ବର୍ଷ ମଧ୍ୟରେ ଠିକାଦାରଙ୍କୁ ଛାଡି ଦେଲେ କେବେ ସାଧାରଣ ଲୋକଙ୍କ ସେବାରେ ବିଧାୟକଙ୍କର ତତ୍ପରତା ଦେଖାଇ ନଥିଲେ । କିନ୍ତୁ ଗତ ୨ ତାରିଖରେ ଦେଖାଇଥିଲେ । ଯାହା ସାଧାରଣ ମହଲରେ ବେଶ ଚର୍ଚ୍ଚା ହେଉଛି । କିଛି ଲୋକ କହିଛନ୍ତି,ନିର୍ବାଚନ ପୂର୍ବରୁ ବିଧାୟକ ସାଧାରଣ ଲୋକଙ୍କୁ ପୁଣି ଥରେ ଭୁଆଁ ବୁଲାଉଛନ୍ତି ।

ହେଲେ କିଛିଦିନ ତଳେ ଅଂଶୁମାନ ମହାନ୍ତି ବିଜେଡିରେ ମିସିବା ପରେ ପରେ ଧ୍ରୁବଙ୍କ ଚିନ୍ତା ବଢି ଯାଇଛି । ଯାହାକି ଏବେ ଘନ ଘନ ବୈଠକ କରୁଛନ୍ତି । କିନ୍ତୁ ଏ ସବୁରେ ପାଣି ଫାଟି ଯାଉଛି । ପୂର୍ବ ପ୍ରସ୍ତୁତି ଯୋଜନା ହିସାହରେ ରାଜନଗର ବ୍ଲକ ଛକ ନିକଟସ୍ଥ ନଳୀ ଚା ଦୋକାନରେ ପ୍ରାୟ ୪୦/୫୦ଟା ଚେୟାର ପଡିଥିଲା । ଅପରାହ୍ନରେ କିଛି ଶୁଭେଛୁଙ୍କ ସହ ବିଧାୟକ ଶ୍ରୀଯୁକ୍ତ ସାହୁ ସମ୍ପୃକ୍ତ ଚା ଦୋକାନରେ ବସି ନିଜେ ଚା ପିଇବା ସହ କର୍ମୀଙ୍କୁ ଚା ଦେଇଥିଲେ । ଏବଂ ଯାଉଥିବା ବା ଲୋକଙ୍କୁ ଡାକି ଚା ଦେଇଥିଲେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚା ପିଇବା ସାଙ୍ଗକୁ ପ୍ରବଚନ ମଧ୍ୟ ଦେଉଥିଲେ ବିଧାୟକ । ଏହି ସମୟରେ ସୁରକ୍ଷା ମଞ୍ଚର ପକ୍ଷରୁ ଶ୍ରୀ ମହାପାତ୍ର ରାଜନଗରରେ ବିକାଶ ନାଁରେ ପୁଳା ପୁଳା ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିଛିଲେ । ଯାହାକି କାର୍ଯ୍ୟ ନକରି ଅର୍ଥ ହଡପ ହୋଇଥିବା ପ୍ରମାଣ ସହ ବିଧାୟକ ଶ୍ରୀ ସାହୁଙ୍କୁ ପ୍ରଶ୍ନ କରିଥିଲେ l କିନ୍ତୁ ବିଧାୟକଙ୍କ ଠାରୁ ସଠିକ୍ ଉତ୍ତର ମିଳିନଥିଲେ ମଧ୍ୟ ଲିଖିତ ଅଭିଯୋଗ ଦିଅବୋଲି କହି, ତରତର ହୋଇ ବିଧାୟକ ଚା ଖଟି ଛାଡି ଚାଲିଯାଇଥିଲେ । 

ଏ ଘଟଣା ପରେ ଲୋକମାନେ କହୁଛନ୍ତି, ଆଗକୁ ନିର୍ବାଚନ ଥ‌ିବାରୁ ବିଧାୟକଙ୍କର ଏପରି ଅଭିନବ ପ୍ରୟାସ । ଯାହା ସାଧାରଣ ଲୋକଙ୍କୁ ମଜାର ଖୋରାକ ଯୋଗାଇଛି । ଦିନକୁ ଦିନ ଲୋକ ସମର୍ଥନ ବିଧାୟକଙ୍କ ପ୍ରତି ହ୍ରାସ ପାଉଛି । ବିଭିନ୍ନ ଉପାୟରେ ଲୋକଙ୍କ ନିକଟତମ ହେବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଉଛନ୍ତି ବିଧାୟକ । ଯାହା ଏବେ ସାଧାରଣ ମହଲରେ ଚର୍ଚ୍ଚା ଯୋର ଧରିଛି ।
 

Sponsored
ଲୋକଙ୍କ ପ୍ରଶ୍ନକୁ ନେଇ ଛାନିଆ ହେଲେ ବିଧାୟକ | Argus News