Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁଣି ହଟହଟା ହେଲେ ବିଧାୟକ ଧ୍ରୁବ ସାହୁ

Odisha

ପୁଣି ହଟହଟା ହେଲେ ବିଧାୟକ ଧ୍ରୁବ ସାହୁ

Jitendra Dash
Browse all articles by Jitendra Dash
·2 years ago·2 min read
ପୁଣି ହଟହଟା ହେଲେ ବିଧାୟକ ଧ୍ରୁବ ସାହୁ

ଅର୍ଗସ ବ୍ୟୁରୋ : ପୁଣି ହଟହଟା ହେଲେ ବିଧାୟକ ଧ୍ରୁବ ସାହୁ । ମହିଳାଙ୍କ ପ୍ରଶ୍ନ ବାଣରେ ହେଲେ ଘାଇଲା । ଆଉ କିଛି ଦିନ ରହିଲା ୨୦୨୪ ନିର୍ବାଚନ, ଠିକ୍ ଏହି ସମୟରେ ଧବ ଧବଳିଆଙ୍କ ମିଛ ଜନ ସେବାର ଅଭିନୟ ସବୁଆଡେ ଦେଖିବାକୁ ମିଳୁଛି । ଆଉ ଏହି ଅଭିନୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ବେସ ଆଗରେ ଅଛନ୍ତି । ପୁଣି ଥରେ ବିଧାୟକ ଟିକେଟ ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି । କିନ୍ତୁ ତାଙ୍କ ପ୍ରତି ଥିବା ଜନତାଙ୍କ ଘୃଣା ଭାବ ତାଙ୍କୁ ଆଗକୁ ଯିବାକୁ ଦେଉନି । 

ରାଜ୍ୟ ସରା ବିଜେଡି ବିଧାୟକଙ୍କ ବିରୋଧରେ ତେଜୁଛି ଜନ ଆକ୍ରୋଶ । ଗୁରୁବାର ଏହାର ଶିକାର ହୋଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ମହିଳାଙ୍କ ପ୍ରଶ୍ନ ବାଣରେ ଅଡୁଆରେ ପଡିଥିଲେ ବିଧାୟକ । ତାଳଚୁଆ ଠାରେ ରୋ -ପାକ୍ସ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସ୍ଥାନୀୟ ବିଜେଡି ବିଧାୟକଙ୍କୁ ମୌଳିକ ସମସ୍ୟା ନେଇ ପ୍ରଶ୍ନ କରିଥିଲେ ଉପସ୍ଥିତ ମହିଳା । କହିଛନ୍ତି, ୫ ବର୍ଷ ଶାସନ କାଳ ଭିତରେ ଯାହା କଲେ କେବଳ ତାଙ୍କ କର୍ମୀଙ୍କ ପାଇଁ । ଆମ ମାନଙ୍କ ପାଇଁ କିଛି କଲେ ନାହିଁ । ଆଉ ସବୁ ଦୁର୍ନୀତିର ସୀମା ପାର କରିଛନ୍ତି ବିଧାୟକ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶିଳାନ୍ୟାସ କାର୍ଯ୍ୟକ୍ରମ ସରିବା ପରେ ବିଧାୟକ ଧ୍ରୁବ ସାହୁଙ୍କ ପାଇଁ ତାଳଚୁଆ ପୋର୍ଟ ଠାରେ ଏକ ଜନସଭା ଆୟୋଜିତ ହୋଇଥିଲା । ସେଠାରେ ବିଧାୟକ ଧ୍ରୁବ ସାହୁ ଷ୍ଟେଜ୍ ଉପରେ ଭାଷଣ ଦେଉଥିବା ସମୟରେ ହଟାତ୍ ଷ୍ଟେଜ୍ ଆଗରେ ବସିଥିବା କିଛି ମହିଳା ମାନେ ବିଧାୟକ ଧ୍ରୁବ ସାହୁଙ୍କୁ ପ୍ରଶ୍ନ କରି ହୋ ହାଲ୍ଲା କରିଥିଲେ । 

ସେହି ଘଟଣାର କିଛି ସମୟ ପରେ ମହିଳା ମାନଙ୍କୁ ବିଧାୟକ ଧ୍ରୁବ ସାହୁ କଥା ଦେଇଥିଲେ ଯେ, ସେ ସବୁ  ଅଭାବ ପୂରଣ କରିବେ । କଥାରେ ଅଛି ବାହାଘର ବେଳେ ବାଇଗଣ ରୁହା । ଅର୍ଥାତ ୫ ବର୍ଷ ଶାସନ ସମୟରେ ଏହି ସବୁ ଅଭାବ ପୂରଣ କରି ପାରିଲେନି ବିଧାୟକ । କିନ୍ତୁ ଆଜି ବିଧାୟକ ଟିକେଟ ଲୋଭରେ ଏହି ଅଭାବକୁ ତୁରନ୍ତ ପୂରଣ କରିବାକୁ ଜବାବ ଦେଉଛନ୍ତି ।
 

Sponsored
Rajnagar bjd issue | Argus News