Videos
|
Odisha

ବିଜେଡି ସୁପ୍ରିମୋଙ୍କୁ ଦଳିତ ନେତାଙ୍କ ଖୋଲା ଚ୍ୟାଲେଞ୍ଜ

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡି ସୁପ୍ରିମୋଙ୍କୁ ଦଳିତ ନେତାଙ୍କ ଖୋଲା ଚ୍ୟାଲେଞ୍ଜ

ରାଜନଗରରେ ବିଜେଡିରେ ବିଦ୍ରୋହ
ପଟ୍ଟାମୁଣ୍ଡାଇରେ ଦଳିତ ସଂଘର ଜୋରଦାର ବିକ୍ଷୋଭ
ଦଳିତ ନେତାଙ୍କୁ ଟିକେଟ ଦେବାକୁ କଲେ ଦାବି
 

ଅର୍ଗସ ବ୍ୟୁରୋ : ରାଜନଗର ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ଟେକିଲାଣି ବିଜେଡି ବିଦ୍ରୋହ । ପଟ୍ଟାମୁଣ୍ଡାଇର ଅସ୍ମିତା ପାଇଁ ଆରମ୍ଭ ହେଲାଣି ଲଢେଇ । ଲଢେଇକୁ ସଫଳ କରିବାକୁ କିଛି ଏମିତି ଢଙ୍ଗରେ ଏକାଠି ହୋଇଥିଲେ ସ୍ଥାନୀୟ ଅଞ୍ଚଳର ମହିଳା । ଯାହା ଏବେ ଦେଖିବାକୁ ମିଳୁଛି କେନ୍ଦ୍ରାପଡ଼ା ବିଜେଡିରେ । 

ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତି ମାନଙ୍କ ପାଇଁ ସଂରକ୍ଷିତ ଥିଲା ଓ ଦଳିତ ନେତାମାନେ ଏହି ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ନେଇ ସମସ୍ତ ବର୍ଗଙ୍କ କଲ୍ୟାଣ ପାଇଁ କାମ କରିଥିଲେ । ମାତ୍ର ୨୦୦୯ରେ ନିର୍ବାଚନ ମଣ୍ଡଳୀ ଉଛେଦ ପରେ ପଟ୍ଟାମୁଣ୍ଡାଇର ନାମ କୁ ଲିଭାଇ ଦେଇ ରାଜନଗର ନିର୍ବାଚନ ମଣ୍ଡଳୀ ନାମିତ କଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ନିର୍ବାଚନ ମଣ୍ଡଳୀ ସେହିଦିନ ଠାରୁ ସାଧାରଣ ବର୍ଗଙ୍କ ପାଇଁ ରହିଲା । ଫଳରେ ନେତୃତ୍ୱ ନେଉଥିବା ନେତା ମାନେ ଦଳିତଙ୍କ ସ୍ୱାର୍ଥକୁ ଅଣଦେଖା କଲେ ବୋଲି ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ସେହିଦିନ ଠାରୁ ବିଜେଡି ଦଳ ରାଜନଗରର ନେତାଙ୍କୁ ପ୍ରାଧାନ୍ୟ ଦେଇ ଚାଲିଛନ୍ତି ଓ ପଟ୍ଟାମୁଣ୍ଡାଇ ନେତୃତ୍ୱକୁ ଅଣଦେଖା କରିଛନ୍ତି ।

ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଦଳିତ ମାନଙ୍କୁ ନେତୃତ୍ୱର ସୁଯୋଗ ନଦେଇଥିବାରୁ ପଟ୍ଟାମୁଣ୍ଡାଇ ଦଳିତ ସଙ୍ଘ ପକ୍ଷରୁ ଏକ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିଛି । ବାଇପାସ ସ୍ଥିତ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ । ଯଦି ଆଗାମୀ ଦିନରେ ରାଜନଗର ନିର୍ବାଚନ ମଣ୍ଡଳୀରେ ଦଳିତ ନେତାଙ୍କୁ ସୁଯୋଗ ଦିଆନଯାଏ ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ନବୀନ ପଟ୍ଟନାୟକଙ୍କୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି ଦଳିତ ନେତା ।