Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଣ ପାଇଁ ବିଜେଡ଼ି ନେତାଙ୍କୁ ଘାରିଛି ଫଳକ ଉଦଘାଟନ ନିଶା ?

Jitendra Dash
Browse all articles by Jitendra Dash
·2 years ago·2 min read
କଣ ପାଇଁ ବିଜେଡ଼ି ନେତାଙ୍କୁ ଘାରିଛି ଫଳକ ଉଦଘାଟନ ନିଶା ?

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ଯେତେ ପାଖେଇ ଆସୁଛି । ନେତା ଓ କର୍ମୀଙ୍କୁ ଘାରୁଛି ଟିକେଟ୍ ନିଶା । କେମିତି ଲୋକଙ୍କ ପାଖରେ ନିଜ ପ୍ରତିଛବିକୁ ସ୍ବଛ କରିବେ ସେ ନେଇ ଚାଲିଛି ବିଜେଡ଼ି ନେତାଙ୍କ କସରତ । ନିର୍ବାଚନ ଆଉ କିଛି ଦିନ ବାକି ଥିବା ବେଳେ ଏବେ ବିଜେଡ଼ି ନେତା  କରୁଛନ୍ତି ଫଳକ ଉଦଘାଟନ । ଯାହାକୁ ନେଇ ସରଗରମ ରାଜନଗର ନିର୍ବାଚନ ମଣ୍ଡଳି ।

ରାଜନଗର ବିଧାୟକଙ୍କୁ ଘାରିଛି ଫଳକ ଉଦଘାଟନ ନିଶା । ଯେଉଁ ପ୍ରକଳ୍ପକୁ ୨୦୧୯ରେ ମନ୍ତ୍ରୀ ପ୍ରତାପ ଜେନା ଶିଳାନ୍ୟାସ କରିଥିଲେ ସେହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ୨୦୨୩ରେ ଭିସି ଜରିଆରେ ପୁଣି ଥରେ ଶିଳାନ୍ୟାସ କରିଥିଲେ ଓ ସେ ସମୟରେ ବିଧାୟକ ରାଜନଗର ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଗତ କାଲି ସେହି ଫଳକକୁ ରାତି ଅଧିଆ ପୁଣି ଥରେ ଉଦଘାଟଲ କରିଛନ୍ତି ବିଧାୟକ ଧ୍ରୁବ ସାହୁ । ଏଠି ପ୍ରଶ୍ନ ଉଠୁଛି, କଣ ପାଇଁ ବିଜେଡ଼ି ନାତାଙ୍କୁ ଘାରିଛି ଫଳକ ଉଦଘାଟନ ନିଶା । ନିର୍ବାଚନ ସରିଗଲେ ଏ ନିଶା ରହିବ ତ ବିଜେଡ଼ି ନେତାଙ୍କର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ ବ୍ଲକରେ ବସଷ୍ଟାଣ୍ଡ ଥିବା ବେଳେ ୨୦୧୯ରେ ଶିଳାନ୍ୟାସ ହୋଇଥିଲେ ମଧ୍ୟ ୨୦୨୪ ଯାଏ ନିଦ ଭାଙ୍ଗି ନଥିଲା ବିଧାୟକଙ୍କର । କିନ୍ତୁ  ଆଜି ନିର୍ବାଚନୀ ଥୋପ ଦେଇ ପୁଣି ଶିଳାନ୍ୟାସର ନାଟକ କରିଛନ୍ତି ବିଧାୟକ । ଦୀର୍ଘ ବର୍ଷ ହେବ ପଟ୍ଟାମୁଣ୍ଡାଇରେ ବସଷ୍ଟାଣ୍ଡ ଟିଏ ନାହିଁ । ଷ୍ଟାଣ୍ଡକୁ ବସ୍ ଗୁଡ଼ିକ ନ ଆସିବା ଯୋଗୁ ଦୂର ଦୂରଦୂରାନ୍ତରୁ ବସରେ ଯାଉଥିବା ଯାତ୍ରୀମାନେ ବର୍ଷା ଓ ଖରାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଆଳି ଓ ରାଜନଗରରୁ ଆସୁଥିବା ବସ ଗୁଡିକ ନୂଆ ବାଇପାସ ରାସ୍ତାରେ ଠିଆ ହୋଇ ଲୋକ ଉଠାଉଛନ୍ତି  । ଯେଉଁଠି ସାମାନ୍ୟ ଯାତ୍ରୀ ବିଶ୍ରାମାଗାର ଟିଏ କି ଶୌଚାଳୟ ଟିଏ ନାହିଁ । 
 

Sponsored
Rajnagar BJD Issue | Argus News