Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Debendra Pradhan Tribute / ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ: ରାଜନାଥ ସିଂ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ: ରାଜନାଥ ସିଂ
Debendra Pradhan

Key Points

ଡାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ
ଡାକ୍ତର ପ୍ରଧାନଙ୍କ ସ୍ମୃତିସଭାରେ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଉନ୍ମୋଚିତ ହେଲା ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ଲିଖିତ ପୁସ୍ତକ ସ୍ମୃତିରେ ଡାକ୍ତର ବାବୁ
ଡାକ୍ତର ଦେବେନ୍ଦ୍ର ପ୍ରଧାନ ଥିଲେ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ । ତାଙ୍କରି ପ୍ରୟାସରେ ଆଜି ଓଡ଼ିଶାରେ ସମୃଦ୍ଧ ହୋଇଛି ବିଜେପି । ଡାକ୍ତର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଭୁବନେଶ୍ବର ଓୟୁଏଟି ପରିସରରେ ଆୟୋଜିତ ସ୍ମୃତିସଭାରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ଦ୍ବାରା ଲିଖିତ ପୁସ୍ତକ ସ୍ମୃତିରେ ଡାକ୍ତର ବାବୁର ଉନ୍ମୋଚନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାଧାରଣରୁ ଶୀର୍ଷ ଯାଏଁ ଦେବେନ୍ଦ୍ରଙ୍କ ପ୍ରେରଣାଦାୟକ ଯାତ୍ରାର କରିଛନ୍ତି ସ୍ମୃତିଚାରଣ ।

ବିଜେପି କ୍ଷମତାସୀନ ହେବା ପଛରେ ଅନ୍ୟତମ ପ୍ରମୁଖ ବିନ୍ଧାଣି, ଡାକ୍ତର ଦେବେନ୍ଦ୍ର ପ୍ରଧାନ । ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ବର ଓୟୁଏଟି ପରିସରରେ ଅନୁଷ୍ଠିତ ହୋଇଛି ସ୍ମୃତିସଭା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରିଛନ୍ତି ଡାକ୍ତର ପ୍ରଧାନଙ୍କ ସ୍ମୃତିଚାରଣ । ତାଙ୍କ ସହ କାମ କରିବାର ଅନୁଭୂତି ବାଣ୍ଟି ରାଜନାଥ କହିଛନ୍ତି ଦେବେନ୍ଦ୍ରଙ୍କ ଉଚ୍ଚାରଣ ଓ ଆଚରଣରେ ନଥିଲା ଭିନ୍ନତା । ସେ ଥିଲେ କଠିନ ପରିଶ୍ରମୀ, ଜଣେ ସଫଳ ଓ ହୃଦୟଗ୍ରାହୀ ଡାକ୍ତର । ତାଙ୍କରି ପ୍ରୟାସରେ ଆଜି ଓଡ଼ିଶାରେ ସମୃଦ୍ଧ ହୋଇଛି ବିଜେପି ।

ଏହି ଅବସରରେ ଉନ୍ମୋଚିତ ହୋଇଛି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ଦ୍ବାରା ଲିଖିତ ପୁସ୍ତକ ସ୍ମୃତିରେ ଡାକ୍ତର ବାବୁ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ସାଧାରଣରୁ ଶୀର୍ଷ ଯାଏଁ ଦେବେନ୍ଦ୍ରଙ୍କ ଯାତ୍ରା ପ୍ରେରଣାଦାୟକ, `କଠୋର ପରିଶ୍ରମ କରି ସେ ବିଜେପିକୁ ସଂଗଠିତ କରିଥିଲେ'। `ଦେବେନ୍ଦ୍ରଙ୍କ ପରିଶ୍ରମର ଫଳ ସ୍ବରୁପ ଆଜି ଓଡ଼ିଶାରେ ବିଜେପି କ୍ଷମତାରେ । ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳରେ ପରିଣତ କରିବା ଲାଗି ସେ ସଦା ଉଦ୍ୟମୀ ଥିଲେ । ଆଦର୍ଶ ସହ କେବେ ସାଲିସ୍ କରିନଥିଲେ ଦେବେନ୍ଦ୍ର ପ୍ରଧାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଦେବେନ୍ଦ୍ର ପ୍ରଧାନ ଥିଲେ ଆମର ମାର୍ଗଦର୍ଶକ । `ତ୍ୟାଗ, ତପସ୍ୟା ଓ ପରିଶ୍ରମର ମୂର୍ତ୍ତିମନ୍ତ ପ୍ରତୀକ । ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଡାକ୍ତର ଦେବେନ୍ଦ୍ର ପ୍ରଧାନ ଥିଲେ ରାଷ୍ଟ୍ରବାଦୀ ବିଚାରର ବ୍ୟକ୍ତି । ଦେବେନ୍ଦ୍ର ପ୍ରଧାନ ହିଁ କହିଥିଲେ ବୁଥ୍‌ ଜିତିଲେ ଭୋଟ ଜିତିବ । ଏହି କାର୍ଯ୍ୟକ୍ରମରେ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଥିଲା ଏକ ବାଲୁକା କଳା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajnath Singh Calls Debendra Pradhan ‘Bhishma Pitamah’ of Odisha BJP | Argus News