ରାଞ୍ଚି ଗଲା ସିମ୍ ବକ୍ସ ମାମଲାର ଅଭିଯୁକ୍ତ ରାଜୁ ମଣ୍ଡଳ: ଖୋଲିବ ଗୁମର
·1 year ago·1 min read

ଅର୍ଗସ ବ୍ୟୁରୋ: ସିମ୍ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳ ଗଲା ରାଞ୍ଚି। ଭୁବନେଶ୍ୱର, କଟକ ପରେ ଝାଡଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡିଛି। ଗତକାଲି କମିଶନରେଟ ପୋଲିସ ଏହି ସୂଚନା ଦେଇଥିଲା । ଏହାପରେ ତଦନ୍ତକାରୀ ଟିମ୍ ସହିତ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାଡଖଣ୍ଡ ନିଆଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଅସଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିଶନରେଟ ପୋଲିସ।
ଭୁବନେଶ୍ୱର, କଟକରୁ ସିମ୍ ବକ୍ସ ମିଳିବା ପରେ ୫ ଦିନିଆ ପୋଲିସ ରିମାଣ୍ଡରେ ରହିଛି ରାଜୁ ମଣ୍ଡଳ। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡର ୨ଟି ଟିମ୍ ରାଞ୍ଚି ଯାଉଛି। ତୃତୀୟ ସିମ୍ ବକ୍ସ ମିଳିବା ପରେ ଆହୁରି ଅଧିକ ତଥ୍ୟ ପୋଲିସକୁ ମିଳିବ। ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ମଧ୍ୟ ଆସି ଭୁବନେଶ୍ୱର ପହଞ୍ଚିବ ବୋଲି ସୂଚନା ରହିଛି। ଭୁବନେଶ୍ୱର ଓ କଟକରୁ ମୋଟ ୧୨ ଟି ସିମ୍ ବକ୍ସ ଜବତ କରିସାରିଲାଣି ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: