Speaker Rejects Disqualification plea / ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂରେ ବିଜେଡି ଓ କଂଗ୍ରେସକୁ ବଡ଼ ଝଟକା,ଉଭୟ ଦଳର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି
·1 hour ago·3 min read

Key Points
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ବିବାଦ
ବିଜେଡି ଓ କଂଗ୍ରେସକୁ ବଡ଼ ଝଟକା
ଉଭୟ ଦଳର ଅଯୋଗ୍ୟତା ଆବେଦନକୁ ଖାରଜ
ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ
ବିଜେଡି ଓ କଂଗ୍ରେସକୁ ବଡ଼ ଝଟକା
ଉଭୟ ଦଳର ଅଯୋଗ୍ୟତା ଆବେଦନକୁ ଖାରଜ
ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ
ଭୁବନେଶ୍ବର,୨୨/୦୬: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡି ଓ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ବିଜେଡି ଓ କଂଗ୍ରେସର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଦଳ ପକ୍ଷରୁ ହୋଇଥିବା ପିଟିସନ ସଂପୂର୍ଣ୍ଣ ନଥିଲା। ୧୧ବିଧାୟକ ବିଜେଡିର ୮ ଏବଂ କଂଗ୍ରେସର ୩ ଜଣ ବିଧାୟକଙ୍କ ପାଇଁ ଆବେଦନକୁ ଖାରଜ କରାଯାଇଛି. ତଥ୍ୟ ପ୍ରମାଣ ଅଭାବ ଯୋଗୁଁ ଖାରଜ ହୋଇଛି। ପ୍ରତି ଆବେଦନରେ ଏନକ୍ଲୋଜର ପେପରରେ ଦସ୍ତଖତ ନାହିଁ। ସେହିପରି ଯିଏ ପିଟିସନର ସତ୍ୟପାଠ ଦେବା କଥା କିନ୍ତୁ ତାହା ପ୍ରାପ୍ତ ହୋଇନି। ରୁଲ ୬ ର ସବ ରୁଲ ୬ ଏବଂ ୭ ଅନୁସାରେ ପ୍ରୁଫ ଆଉ ଫ୍ୟାକ୍ଟ ନଥିବାରୁ ଖାରଜ ହୋଇଛି ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢୀ।
ଗତ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସଭା ନିର୍ବାଚନ। ମୋଟ ୧୧ ବିଧାୟକଙ୍କ ବିରୋଧରେ କ୍ରସ ଭୋଟିଂ ଅଭିଯୋଗ ହୋଇଥିଲା। ଏଥିରେ ବିଜେଡିର ୬ ବିଧାୟକ ସୌଭିକ୍ ବିଶ୍ଵାଳ, ଦେବୀ ରଞ୍ଜନ ତ୍ରିପାଠୀ, ଚନ୍ଦ୍ରମଣି କହଁର, ସୁବାଷିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ ଓ ବିଜେଡିରୁ ନିଲମ୍ବିତ ହୋଇଥିବା ଦୁଇ ବିଧାୟକ ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର କ୍ରସ୍ ଭୋଟିଂ କରିଥିଲେ। ଏହି ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ବାଚସ୍ପତିଙ୍କୁ ଭେଟି ଦାବି କରିଥିଲା।
ସେପଟେ କଂଗ୍ରେସର ମଧ୍ୟ ୩ ବିଧାୟକ ସୋଫିଆ ଫିର୍ଦ୍ଦୋଷ, ରମେଶ ଜେନା, ଦାଶରଥୀ ଗମାଙ୍ଗ କ୍ରସ ଭୋଟିଂ କରିଥିଲେ। ସେହି ୩ ସଦସ୍ୟଙ୍କ ସଦସ୍ୟତା ପଦ ରଦ୍ଦ ପାଇଁ ଆବେଦନ କରିଥିଲା କଂଗ୍ରେସ। ବାଚସ୍ପତିଙ୍କ ନିକଟରେ ସମସ୍ତେ ପକ୍ଷ ରଖିଥିଲେ।
ବିଜେଡି ଦାଖଲ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ ଖାରଜ ପରେ ବିଧାୟକ ଅରବିନ୍ଦ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏହା ବିଜେଡ଼ିର ମୂର୍ଖାମୀ। ଆମେ ସ୍ଵ ଇଚ୍ଛାରେ ଭୋଟ ଦେଲୁ। କ୍ରସ ଭୋଟିଙ୍ଗ କଲେ ସଭ୍ୟ ପଦ ରଦ୍ଧ ହୁଏନି। ବିଜେଡି ଚର୍ଚ୍ଚାରେ ରହିବା ପାଇଁ ଏଭଳି କରୁଛି। ବିଜେଡି କିଛି ମୂର୍ଖଙ୍କ ଦ୍ୱାରା ପରିଚାଳିତ ହେଉଛି।
ପଢନ୍ତୁ ଏହି ଖବର: କ୍ରସ୍ ଭୋଟିଂରେ ବଡ଼ ଆକ୍ସନ୍, ବିଜେଡିର ୬ ବିଧାୟକ ନିଲମ୍ବିତ
କ୍ରସଭୋଟିଂ ପରେ ଦଳୀୟ ନେତୃତ୍ବକୁ ଖୋଲା ଚାଲେଞ୍ଜ କରିଥିଲେ ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ। ଖୋଲାଖୋଲି କହିଲେ ମୁଁ ବିଜେପି ସମର୍ଥିତ ପ୍ରାର୍ଥି ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଛି। ଦିଲ୍ଲୀପ ବାବୁ ବିଜୁ ଲିଗାସିର ଜଣେ ପ୍ରମୁଖ ସଦସ୍ୟ। ବିଜୁ ବାବୁଙ୍କ ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ, ସେଥିପାଇଁ ଭୋଟ୍ ଦେଲି ବୋଲି କହିଲେ ଦେବୀରଞ୍ଜନ।
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିଲା ବିଜେଡି । କାରଣ ଦର୍ଶାଅ ନୋଟିସର ଉତ୍ତର ରଖି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ କଡ଼ା ଜବାବ ଦେଇଥିଲେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ପ୍ରମିଳା ମଲ୍ଲିକଙ୍କୁ ଆଇନର ପାଠ ପଢାଇ ଦେବୀ ଲେଖିଥିଲେ, ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍ ଭିତ୍ତିହୀନ, ଆଧାରହୀନ ଓ ଅସାମ୍ବିଧାନିକ।
ସୁପ୍ରିମକୋର୍ଟର ଏକ ମାମଲାର ଉଦାହରଣ ଦେଇ କହିଥିଲେ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍ କାମ କରେ ନାହିଁ । ଏହା ECIଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରୁଛି । ନୋଟିସ୍ ଜାରି କରି ଧମକ ଦେବାକୁ ଚେଷ୍ଟା କରିବା ଦଣ୍ଡନୀୟ ଅପରାଧ। ତେଣୁ ନୋଟିସ୍ ପ୍ରତ୍ୟାହାର ନ କଲେ ପାଲଟା ମାମଲା ପାଇଁ କହିଛନ୍ତି ଦେବୀ । ରମାକାନ୍ତ ଭୋଇ ବି ସମାନ ଢଙ୍ଗରେ ଦେଇଥିଲେ କଡ଼ା ଜବାବ।
କ୍ରସ୍ ଭୋଟିଂକୁ ମାନିଥିଲେ ବିଜେଡି ବିଧାୟକ ସୌଭିକ୍ ବିଶ୍ବାଳ। ‘ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ତାଙ୍କୁ ଭୋଟ୍ ଦେଇଛି’। ବାପାଙ୍କୁ ବହିଷ୍କାର କରିଥିଲେ, ମୋତେ କଲେନି କାହିଁକି। ନବୀନ ନିବାସ ଘଟଣାକୁ ନେଇ କ୍ରୋଧିତ ବୋଲି ଜଣାଇଥିଲେ। ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ତାର ପ୍ରତିଶୋଧ ନେଇଛି କହିଥିଲେ ସୌଭିକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories