|
logo
Live

Argus News - କ୍ରସ୍‌ ଭୋଟିଂରେ ବଡ଼ ଆକ୍ସନ୍, ବିଜେଡିର ୬ ବିଧାୟକ ନିଲମ୍ବିତ

Politics

Rajya Sabha Election / କ୍ରସ୍‌ ଭୋଟିଂରେ ବଡ଼ ଆକ୍ସନ୍, ବିଜେଡିର ୬ ବିଧାୟକ ନିଲମ୍ବିତ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
କ୍ରସ୍‌ ଭୋଟିଂରେ ବଡ଼ ଆକ୍ସନ୍, ବିଜେଡିର ୬ ବିଧାୟକ ନିଲମ୍ବିତ
BJD MLA

Key Points

କ୍ରସ୍ ଭୋଟିଂ କରିଥିବା ବିଜେଡିର ୬ ବିଧାୟକ ନିଲମ୍ବିତ
ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବିଧାୟକ ନିଲମ୍ବିତ
ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ନିଷ୍ପତ୍ତି
ନିଲମ୍ବିତ ହେଲେ ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରିଥିବା ୬ ବିଜେଡି ବିଧାୟକ । ଦଳ ବିରୋଧି କାର୍ଯ୍ୟ ପାଇଁ ବଡ଼ ଆକ୍ସନ ନେଲା ବିଜେଡି । ୬ ବିଧାୟକଙ୍କୁ କଲା ସସ୍‌ପେଣ୍ଡ । ଏହି ୬ ବିଧାୟକ ହେଉଛନ୍ତି- ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଚକ୍ରମଣି କହଁର ସସପେଣ୍ଡ ହୋଇଛନ୍ତି । ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏହି ୬ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି କରାଯିବ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଥିଲା ବିଜେଡି । ଶୁକ୍ରବାର ଡେଡ୍‌ଲାଇନ ଥିବା ବେଳେ ଉତ୍ତର ରଖି ଦଳର ମୁଖ୍ୟ ସଚେତକଙ୍କୁ କଡ଼ା ଜବାବ ଦେଇଥିଲେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ପ୍ରମିଳା ମଲ୍ଲିକଙ୍କୁ ଆଇନର ପାଠ ପଢାଇ ଦେବୀ ଲେଖିଥିଲେ, ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍‌ ଭିତ୍ତିହୀନ, ଆଧାରହୀନ, ଅସାମ୍ବିଧାନିକ ।

ସୁପ୍ରିମକୋର୍ଟର ଏକ ମାମଲାର ଉଦାହରଣ ଦେଇ କହିଥିଲେ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍‌ କାମ କରେ ନାହିଁ । ଏହା ECIଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରୁଛି । ନୋଟିସ୍‌ ଜାରି କରି ଧମକ ଦେବାକୁ ଚେଷ୍ଟା କରିବା ଦଣ୍ଡନୀୟ ଅପରାଧ । ତେଣୁ ନୋଟିସ୍‌ ପ୍ରତ୍ୟାହାର ନ କଲେ ପାଲଟା ମାମଲା ପାଇଁ କହିଛନ୍ତି ଦେବୀ । ରମାକାନ୍ତ ଭୋଇ ବି ସମାନ ଢଙ୍ଗରେ ଦେଇଥିଲେ କଡ଼ା ଜବାବ ।

ଏ ଦୁଇ ବିଧାୟକଙ୍କ ସହ ଚକ୍ରମଣି କଅଁର, ନବ ମଲ୍ଲିକ, ସୌଭିକ ବିଶ୍ୱାଳ ଓ ସୁବାସିନୀ ଜେନା ବି ଦେଇଥିଲେ ନୋଟିସ୍‌ର ଉତ୍ତର । ତେବେ ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକ ୧୭ ତାରିଖରେ ୬ ଜଣ ବିଧାୟକଙ୍କୁ ଦେଇଥିଲେ କାରଣ ଦର୍ଶାଅ ନୋଟିସ୍‌ । ଏଥିରେ ଲେଖିଥିଲେ ଦଳର ନିଷ୍ପତ୍ତିକୁ ନ ମାନି ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଦେବା ବିଶୃଙ୍ଖଳିତ ଆଚରଣ ।

ଏଥିସହ ପଢ଼ନ୍ତୁ: ପ୍ରତାପ ଜେନା ରହୁଥିବା ଘର ଉପରେ ଆକ୍ରମଣ ଘଟଣା, ତେଜିଲା ରାଜନୀତି, ବିଜେଡି କହିଲା ନିନ୍ଦନୀୟ,ବିଜେପି କହିଲା ସରକାରୀ ଘର ମାଡ଼ିବସିଛନ୍ତି ପ୍ରତାପ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha Election: କ୍ରସ୍‌ ଭୋଟିଂରେ ବଡ଼ ଆକ୍ସନ୍, ବିଜେଡିର ୬ ବିଧାୟକ ନିଲମ୍ବିତ | Argus News