Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rajya Sabha Election / ରାଜ୍ୟସଭା ଭୋଟ, କଂଗ୍ରେସର ତିନି ବିଧାୟକ କଲେ କ୍ରସ ଭୋଟିଂ

Bikash Mohanty
Browse all articles by Bikash Mohanty
·4 months ago·2 min read
ରାଜ୍ୟସଭା ଭୋଟ, କଂଗ୍ରେସର ତିନି ବିଧାୟକ କଲେ କ୍ରସ ଭୋଟିଂ
Rajya sabha

Key Points

ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ
ବିଧାନସଭାରେ ଚାଲିଛି ମତଦାନ
କ୍ରସଭୋଟିଂ କଲେ ତିନି କଂଗ୍ରେସ ବିଧାୟକ
ସୋଫିଆ ଫିର୍ଦ୍ଦୋଶ,ରମେଶ ଜେନା ଓ ଦାଶରଥି ଗମାଙ୍ଗ

ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ। ଚାଲିଛି ମତଦାନ। ସେପଟେ କଂଗ୍ରେସର ତିନି ତିନି ଜଣ ବିଧାୟକ କଂଗ୍ରେସ ବିଧାୟକ କ୍ରସଭୋଟିଂ କରିବାର ସାଂଘାତିକ ଅଭିଯୋଗ ହେଉଛି। କଂଗ୍ରେସର ତିନି  ବିଧାୟକ ସୋଫିଆ ଫିର୍ଦ୍ଦୋଶ, ଦାଶରଥି ଗମାଙ୍ଗ ଓ ରମେଶ ଜେନା  କ୍ରସ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ଏଜେଣ୍ଟ ଭକ୍ତ ଚରଣ ଦାସ।  ଏହି ଦୁଇ ବିଧାୟକ ଦଳୀୟ ହୁଇପ ନ ମାନି ଅନ୍ୟତ୍ର ଭୋଟ ଦେଇଛନ୍ତି। "ଆମ ଅଭିଯୋଗକୁ ଗ୍ରହଣ କରି ବିଚାର କରିବାକୁ ଦାବି କରିଛନ୍ତି ଭକ୍ତଚରଣ ଦାସ"। 

ବିଜେଡି ଓ କଂଗ୍ରେସ ପାଇଁ ଚିନ୍ତା ବଢାଇଛି କ୍ରସ ଭୋଟିଂ। କଂଗ୍ରେସର ଦୁଇ ବିଧାୟକ ଦାଶରଥି ଗମାଙ୍ଗ ଓ ରମେଶ ଜେନା କ୍ରସ ଭୋଟିଂ କରିଛନ୍ତି। ସେପଟେ ସନାତନ ମହାକୁଡ଼ଙ୍କ ବୟାନ ବିଜେଡି ପାଇଁ ଚିନ୍ତା ବଢାଇଛି। ଆଉଜଣେ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ବିଜେପିକୁ ଭୋଟ ଦେବା ନେଇ ଚର୍ଚ୍ଚା ହେଉଛି। ଅରବିନ୍ଦ ବିଜେଡି ଏଜେଣ୍ଟକୁ ଦେଖେିଇ ନାହାନ୍ତି ନିଜ ଭୋଟ । ବିଜେପି ଏଜେଣ୍ଟଙ୍କୁ ଦେଖେଇଲେ ବୋଲି ଆସୁଛି ସୂଚନା। ସେପଟେ ଭୋଟ ଦେଇ ଆସିବା ପରେ  କଂଗ୍ରେସ ବିଧାୟକ ରମେଶ ଜେନା ରଖିଥିବା ବୟାନ ବଢାଇଲା ସସପେନ୍ସ। 

ରାଜ୍ୟସଭା ନିର୍ବାଚନ ନେଇ ମୁଁହ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ଦଳର ରାଜ୍ୟସଭା ପ୍ରାର୍ଥି ମନମୋହନ ସାମଲ। "ମୁଁ ପ୍ରଥମରୁ କହିଛି ଚତୁର୍ଥ ସିଟ୍ ଆମେ ଜିତିବୁ। ଏଥିରେ କିଛି ସନ୍ଦେହ ଅଛି କି"? ଆଜି ସମସ୍ତେ ଆସିଥିଲେ, ଆଲୋଚନା ହୋଇଛି, ଭୋଟ ଦେବାକୁ ଯାଉଛନ୍ତି. ଅପେକ୍ଷା କରନ୍ତୁ। ସନାତନ ମହାକୁଡ ଯାହାକୁ ବି ଭୋଟ ଦେଇଥିବେ ସେ ତାଙ୍କ ବିବେକ ଅନୁଯାୟୀ ଦେଇଥିବେ।

ଏଥିସହ ପଢ଼ନ୍ତୁ: କାହାକୁ ଭୋଟ ଦେଲେ ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼: ଜଣାଇଲେନି ପରୋକ୍ଷରେ ଇଙ୍ଗିତ କଲେ

କ୍ରସ୍‌ ଭୋଟିଂ ନାହିଁ କହିଲେ ଜୟନାରାୟଣ ମିଶ୍ର। ସମସ୍ତେ ବିବେକାନୁମୋଦିତ ଭୋଟ୍‌ ଦେବେ। କାମଳ ରୋଗୀଙ୍କୁ ସବୁ ହଳଦିଆ ଦିଶେ। ନବୀନ ବାବୁଙ୍କୁ ସେଥିପାଇଁ ସବୁ ହଳଦିଆ ଦିଶୁଛି। "୬ଟା ଯାଏଁ ଅପେକ୍ଷା କରନ୍ତୁ ଦେଖିବେ ରେଜଲ୍ଟ ବୋଲି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର'।

ଭୋଟ ଦେଇଛନ୍ତି ବିଜେଡି ବିଧାୟକ ଚକ୍ରମଣି କହଁର। ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ପହଞ୍ଚି ଭୋଟ ଦେଇଛନ୍ତି ଚକ୍ରମଣି କହଂର। ହେଲେ ମୁହଁ ଖୋଲିଲେନି ଚକ୍ରମଣି କହଁର । ଭୋଟ ଦେଇ ବାହାରିଲେ କିନ୍ତୁ କାହାକୁ ଭୋଟ ଦେଲେ ସେ ନେଇ ସ୍ପଷ୍ଟ କଲେନି । ଯାହାକୁ ନେଇ ବଢିଲା ସସପେନ୍ସ । ବିଜେଡି ବିଧାୟକଙ୍କ ତାଲିମରେ ଯୋଗ ଦେଇନଥିଲେ ଚକ୍ରମଣି। ବିଜେଡି ତାଙ୍କୁ ଏଥିପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

ମତଦାନ ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ। ବିଧାନସଭା କକ୍ଷରେ ଚକ୍ରମଣିଙ୍କ ସହ ଯୋଗାଯୋଗ ହୋଇଛି। ପ୍ରତାପ ଦେବ ବିଜେଡିର ଏଜେଣ୍ଟ ଅଛନ୍ତି। ପ୍ରତାପ ଦେବ୍‌ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ଅରୁଣ ସାହୁ।

ରାଜ୍ୟସଭା ଆସନ ପାଇଁ ଭୋଟ ଦେଇଛନ୍ତି ନିଲମ୍ବିତ ବିଜେଡି ବିଧାୟକ ସନାତନ ମହାକୁଡ଼ । ରାଜ୍ୟରେ ସ୍ବାର୍ଥ ପାଇଁ ଯିଏ କାମ କରିବ ତାଙ୍କୁ ଭୋଟ୍ ଦେଇଛି । ସସ୍ପେଣ୍ଡ୍ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ ନାହିଁ । କାଲି ପର୍ଯ୍ୟନ୍ତ ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି । ମୋତେ ଆମ ପ୍ରାର୍ଥୀ କିଏ, କାହାକୁ ଭୋଟ ଦେବାକୁ ହେବ କହି ନାହାନ୍ତି। ସନାତନଙ୍କ ବୟାନ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି।

ପଢନ୍ତୁ ଏହି ଖବର: ଏଥର ୨ ପର୍ଯ୍ୟାୟରେ ହେବ ମତଦାନ; ଜବାବ ରଖିଲେ ନିର୍ବାଚନ ଆୟୋଗ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cross voting | Cross voting | Cross voting | Cross voting | Cross voting | Rajya Sabha Election 2026: Cross Voting Suspense Worries BJD & Congress | Argus News