|
logo
Live

Argus News - ଏଥର ୨ ପର୍ଯ୍ୟାୟରେ ହେବ ମତଦାନ; ଜବାବ ରଖିଲେ ନିର୍ବାଚନ ଆୟୋଗ

Politics

ECI on WB Poll Schedule / ଏଥର ୨ ପର୍ଯ୍ୟାୟରେ ହେବ ମତଦାନ; ଜବାବ ରଖିଲେ ନିର୍ବାଚନ ଆୟୋଗ

Subhramjit Ray
Browse all articles by Subhramjit Ray
·3 weeks ago·2 min read
ଏଥର ୨ ପର୍ଯ୍ୟାୟରେ ହେବ ମତଦାନ; ଜବାବ ରଖିଲେ ନିର୍ବାଚନ ଆୟୋଗ
WB Poll 2026 Schedule

Key Points

ଏଥର ପଶ୍ଚିମବଙ୍ଗରେ କେବଳ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ଗତ ୨୦୨୧ ବିଧାନସଭା ନିର୍ବାଚନରେ ମୋଟ ୮ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ମାରାଥନ ମତଦାନ।
ECI on WB Poll 2026 Schedule: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ କାର୍ଯ୍ୟସୂଚୀ ଘୋଷଣା କରି ସାରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ।
ଏଥର ରାଜ୍ୟର ମୋଟ ୨୯୬ ଆସନ ପାଇଁ ୨ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ମତଦାନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ଅପ୍ରେଲ ୨୩ରେ ପ୍ରଥମ ଏବଂ ୨୯ରେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ଅନୁଷ୍ଠିତ ହେବ ଭୋଗ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୧୫୨ ଏବଂ ଶେଷ ପର୍ଯ୍ୟାୟରେ ୧୪୨ ଆସନ ପାଇଁ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ସେହିପରି ମେ ୪ ତାରିଖରେ ଘୋଷଣା କରାଯିବା ନିର୍ବାଚନ ଫଳାଫଳ।

ଏଥର ପଶ୍ଚିମବଙ୍ଗରେ କେବଳ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ଗତ ୨୦୨୧ ବିଧାନସଭା ନିର୍ବାଚନରେ ମୋଟ ୮ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ମାରାଥନ ମତଦାନ। ପ୍ରଥମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ଏବଂ ଅଷ୍ଟମ ପର୍ଯ୍ୟାୟ ମତଦାନ ଅପ୍ରେଲ ୨୯ରେ ଶେଷ ହୋଇଥିଲା। ରବିବାର (ମାର୍ଚ୍ଚ ୧୫) କାର୍ଯ୍ୟସୂଚୀ ଘୋଷଣା କରିବା ବେଳେ ନିର୍ବାଚନ ଆୟୋଗଙ୍କୁ ପଶ୍ଚିମବଙ୍ଗରେ କେବଳ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରିବା ନେଇ ପ୍ରଶ୍ନ ପଚରା ଯାଇଥିଲା। ଏହାର ଜବାବରେ ନିର୍ବାଚନ ଆୟୋଗ ଏବେକାର ପରିସ୍ଥିତି ଏବଂ ବର୍ତ୍ତମାନର ସୁବିଧା ସମ୍ପର୍କରେ ଉଲ୍ଲେଖ କରିଥିଲେ।

ପଶ୍ଟିମବଙ୍ଗରେ ହେବ ଦୁଇ ପର୍ଯ୍ୟାୟରେ ମତଦାନ: ନିର୍ବାଚନ ଆୟୋଗ

କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଆହୁରି କହିଛନ୍ତି, ସମସ୍ତଙ୍କ ସୁବିଧାକୁ ଧ୍ୟାନରେ ରଖି ଏଥର କେବଳ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି। କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଟିମ୍ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିଥିଲେ। ସମସ୍ତ ରାଜନୈତିକ ଦଳର ନେତା କମ୍ ପର୍ଯ୍ୟାୟରେ ମତଦାନ ଆୟୋଜିତ କରିବା ପାଇଁ ଆୟୋଗଙ୍କୁ କହିଥିଲେ।

ଏନେଇ ସେମାନେ ଉପସ୍ଥାପନ କରିଥିବା ଯୁକ୍ତି ଅନୁଯାୟୀ ବହୁ ପର୍ଯ୍ୟାୟରେ ନିର୍ବାଚନ କରିବା ଦ୍ୱାରା ପ୍ରଚାର ପାଇଁ ଅନେକ ସମୟ ବ୍ୟୟ କରିବାକୁ ପଡୁଛି। ଏଥିପାଇଁ ଶୀରୀରିକ ପରିଶ୍ରମର ଆବଶ୍ୟକତା ରହିଛି। ନିର୍ବାଚନ ପ୍ରକ୍ରିୟା ଲମ୍ବା ଚାଲୁଥିବାରୁ ଖର୍ଚ୍ଚର ପରିମାଣ ମଧ୍ୟ ବଢୁଛି।

ଆୟୋଗଙ୍କ କହିବା ଅନୁସାରେ ବହୁ ପର୍ଯ୍ୟାୟରେ ନିର୍ବାଚନ ଆୟୋଜିତ କରିବା ଦ୍ୱାରା ସରକାରଙ୍କ ରାଜକୋଷ ପ୍ରଭାବିତ ହେଉଛି। ବର୍ଦ୍ଧିତ ନିର୍ବାଚନ ଖର୍ଚ୍ଚ ସମଗ୍ର ପ୍ରକ୍ରିୟାକୁ କ୍ଲାନ୍ତିକର ଏବଂ ବିରକ୍ତିକର କରି ଦେଇଥାଏ। ଏପରି ପରିସ୍ଥିତିରେ ୫ ବର୍ଷ ପରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ପରେ ରାଜ୍ୟର ବର୍ତ୍ତମାନର ପରିସ୍ଥିତି ଏବଂ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ବିଚାର କରି ନିର୍ବାଚନ କମ୍ ପର୍ଯ୍ୟାୟରେ ଆୟୋଜିତ କରାଯାଉଛି।

ନିର୍ବାଚନ ଆୟୋଗ ଆହୁରି କହିଛନ୍ତି ଯେ ବିଭିନ୍ନ ଦିଗକୁ ବିଚାର କରିବା ପରେ ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟସୂଚୀ ଘୋଷଣା କରିବା ପୂର୍ବରୁ ସମ୍ବେଦନଶୀଳ ଏବଂ ଅତିସମ୍ବେଦନଶୀଳ ବୁଥ୍ ସଂଖ୍ୟା ବାବଦରେ ଆଲୋଚନା ହୋଇଥିଲା। ଯେଉଁଠି ପୂର୍ବରୁ ରାଜନୈତିକ ସଂଘର୍ଷ ଦେଖିବାକୁ ମିଳୁଥିଲା। ନିର୍ବାଚନ ପ୍ରସ୍ତୁତି ପାଇଁ ପଶ୍ଚିମବଙ୍ଗରେ ପ୍ରାୟ ୪୮୦ ବାଟାଲିୟନ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ନିର୍ବାଚନ ସମୟରେ ମୁକ୍ତ ଏବଂ ଅବାଧ ମତଦାନ ସୁନିଶ୍ଚିତ କରିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି।

ପଢନ୍ତୁ ଏହି ଖବର: ରାଜ୍ୟସଭା ନିର୍ବାଚନ; ନିଜ ବିଧାୟକଙ୍କୁ କାର୍ଯ୍ୟାନୁଷ୍ଠାନ ଡର ଦେଖାଇଲେ ବିଜେଡି, କଂଗ୍ରେସ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ECI on WB Poll Schedule: ଏଥର ୨ ପର୍ଯ୍ୟାୟରେ ହେବ ମତଦାନ; ଜବାବ ରଖିଲେ ନିର୍ବାଚନ ଆୟୋଗ | Argus News