Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Congress Faces Tension / ପାଖେଇ ଆସୁଛି ରାଜ୍ୟସଭା ନିର୍ବାଚନ, କଂଗ୍ରେସରେ ବଢୁଛି ଟେନସନ

Bikash Mohanty
Browse all articles by Bikash Mohanty
·4 months ago·2 min read
 ପାଖେଇ ଆସୁଛି ରାଜ୍ୟସଭା ନିର୍ବାଚନ, କଂଗ୍ରେସରେ ବଢୁଛି ଟେନସନ
Congress

Key Points

ଦିନକ ପରେ ରାଜ୍ୟସଭା ନିର୍ବାଚନ
କଂଗ୍ରେସରେ ବଢୁଛି ଟେନସନ
ଅସନ୍ତୋଷ ଝାଡ଼ିଛନ୍ତି  ଵିଧାୟିକା ସୋଫିଆ

ଦିନକ ପରେ ରାଜ୍ୟସଭା ନିର୍ବାଚନ। ସେପଟେ କଂଗ୍ରେସରେ ବଢୁଛି ଟେନସନ। ଦଳ ବିରୋଧରେ ଖୁଲ୍ଲମ ଖୁଲ୍ଲା ଅସନ୍ତୋଷ ଝାଡ଼ିଛନ୍ତି କଂଗ୍ରେସ ଵିଧାୟିକା ସୋଫିଆ ଫିର୍ଦ୍ଦୋଷ। ବିଜେଡିକୁ ସମର୍ଥନ କରିବା କଂଗ୍ରେସର ନିଷ୍ପତ୍ତି ଠିକ୍ ନଥିଲା ବୋଲି କହିଛନ୍ତି ସୋଫିଆ।  ଆଉଜଣେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗ ଦ୍ବନ୍ଦ୍ବରେ,
ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି ନେତା ମାନେ ଦାଶରଥୀଙ୍କ ସହ ଯୋଗାଯୋଗ କରୁଛନ୍ତି ହେଲେ ସେ ଫୋନ ଉଠାଉ ନାହାନ୍ତି ।
ରାଜ୍ୟସଭା ନିର୍ବାଚନକୁ ନେଇ ବର୍ଷିଲେ କଂଗ୍ରେସ ଵିଧାୟିକା ସୋଫିଆ ଫିର୍ଦ୍ଦୋଷ । ଖୋଲା ଅସନ୍ତୋଷ ଝାଡ଼ିଛନ୍ତି ବିଧାୟିକା ସୋଫିଆ । ବିଜେଡି ସହ ବୁଝାମଣାକୁ ନେଇ ବିଷୋଦଗାର କଲେ ସୋଫିଆ। ବିଜେଡିକୁ ସମର୍ଥନ କରିବା କଂଗ୍ରେସର ନିଷ୍ପତ୍ତି ଠିକ୍ ନଥିଲା। ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇ ନାହିଁ। କଂଗ୍ରେସର ଆଜିର ସ୍ଥିତି କେବଳ ବିଜେଡି ପାଇଁ। ବିଜେଡି ସର୍ବଦା ବିଜେପି ସହ ମିଶିକି ରହି ଆସିଛି। ଦୁଇ ଦଳର ମୁଖ୍ୟ ଏକାଠି ସ୍ବାଧୀନ ପ୍ରାର୍ଥୀ ଘୋଷଣା କରିଥିଲେ ଇଜ୍ଜତ ରହିଥାନ୍ତା । କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି ବୋଲି କହିଛନ୍ତି ସୋଫିଆ। କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ନେଇ କିଛି ସ୍ପଷ୍ଟ କରିନାହାନ୍ତି ସୋଫିଆ। 

କଂଗ୍ରେସକୁ ଘାରିଲାଣି ଘୋଡା ବେପାର ଭୟ । ଏଆଇସିସି ସ୍କାନରରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ । ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି ନେତା ମାନେ ଦାଶରଥୀଙ୍କ ସହ ଯୋଗାଯୋଗ କରୁଛନ୍ତି । ହେଲେ ସେ ଫୋନ ଉଠାଉ ନାହାନ୍ତି । ତଥାପି ତାଙ୍କ ଉପରେ କଂଗ୍ରେସ ଭରସା ରଖିଛି । ସେ ନିଶ୍ଚିତ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବେ । ଯେଉଁମାନେ କ୍ରସ ଭୋଟିଂ କରିବେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାମ ଚନ୍ଦ୍ର କାଡାମ।

ଘୋଡ଼ାବେପାର ରୋକିବା ପାଇଁ କଂଗ୍ରେସ ଟେନସନରେ। ଦଳର ୮ ବିଧାୟକ ବାଙ୍ଗାଲୋର ଏକ ରିସୋର୍ଟରେ ଡେରା ପକାଇଛନ୍ତି। ବିଧାୟକମାନଙ୍କୁ ନେଇ ପିସିସି ସଭାପତି ଭକ୍ତ ଦାସ କର୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ହେପାଜତରେ ରଖିଛନ୍ତି। ଭକ୍ତଙ୍କ ସହ ବିଧାୟକ ସିଏସ ରାଜନ ଏକ୍କା, ଅଶୋକ ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଁତ୍ତା, କ୍ରୀଡାକା ଆପାଲା ସ୍ଵାମୀ, ନୀଳମାଧବ ହିକକା, ସତ୍ୟଜିତ ଗମାଙ୍ଗ କର୍ଣ୍ଣାଟକରେ ଅଛନ୍ତି। କଂଗ୍ରେସର ସଙ୍କଟ ମୋଚକ କୁହାଯାଉଥିବା କର୍ଣ୍ଣାଟକର ପ୍ରଭାବଶାଳୀ ନେତା ଶିବ କୁମାର ଏବେ ଓଡ଼ିଶା ବିଧାୟକଙ୍କ ସୁରକ୍ଷା ଦାୟିତ୍ଵ ନେଇଛନ୍ତି। ବଡ଼ କଥା ହେଉଛି 16 ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡିବାକୁ ଦଳର ମୁଖ୍ୟ ସଚେତକ ସିଏସ ରାଜନ ଏକ୍କା ହୁଇପ ଜାରି କରିଥିଲେ ହେଲେ ସେ ନିଜେ ଆଜି ବାଙ୍ଗାଲୁରୁରେ।

ଏଥିସହ ପଢ଼ନ୍ତୁ: ବାଜି ମାରିନେଲା ବିଜେପି; ବିରୋଧି ଚିତପଟାଙ୍ଗ



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress Faces Tension | Rajya Sabha Election 2026: Congress Faces Rising Tension Ahead of Voting | Argus News