Panaji Poll Goa / ବାଜି ମାରିନେଲା ବିଜେପି; ବିରୋଧି ଚିତପଟାଙ୍ଗ
·3 weeks ago·2 min read

Key Points
ଏହି ନିର୍ବାଚନ ପାଇଁ ଗତ ବୁଧବାର ଅନୁଷ୍ଠିତ ହୋଇଥିଲା ନିର୍ବାଚନ।
Panaji Municipal Corporation Polls Result 2026: ଗୋଆ ରାଜଧାନୀ ପାଣାଜୀ ସହରର ନଗର ନିଗର ନିର୍ବାଚନରେ ବାଜିମାତ ରାଜ୍ୟରେ କ୍ଷମତାସୀନ ବିଜେପି। ଶାସକ ଦଳ ଦଳର ବିଧାୟକ ଆଟାନାସିଓ ମୋନସେରାଟଙ୍କ ସମର୍ଥିତ ପ୍ରାର୍ଥୀଙ୍କ ପ୍ୟାନେଲ ଏହି ନିର୍ବାଚନରେ ବିଜୟବାନା ଉଡ଼ାଇଛି।
ରାଜଧାନୀ ପାଣାଜୀ ମହାନଗର ନିଗମ ନିର୍ବାଚନର ଶୁକ୍ରବାର ଘୋଷଣା କରିଥିଲେ ଗୋଆ ରାଜ୍ୟ ନିର୍ବାଚନ ଆୟୋଗ। ୨୦୨୬ ପାଣାଜୀ ନଗର ନିଗମ ନିର୍ବାଚନ ପାଇଁ ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ଏହି ନିର୍ବାଚନରେ ପ୍ରାୟ ୬୯% ମତଦାନ ହୋଇଥିଲା।
ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ବିଧାୟକ ଆଟାନାସିଓ ମୋନସେରାଟ। ଏନେଇ ସେ କହିଛନ୍ତି ଏହି ପ୍ୟାନେଲ ନେତୃତ୍ୱ ନେବା ପାଇଁ ମୋତେ ସୁଯୋଗ ଦେଇଥିବାରୁ ମୁଁ ଦଳୀୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଉଛି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଆମ ଦଳର ସଭାପତି ମୋତେ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଏହି ବିଜୟ ପାଇଁ ମୁଁ ମୋ ଦଳକୁ ଧନ୍ୟବାଦ ଦେଉଛି। ଗଣତନ୍ତ୍ରରେ ଜନମତ ହେଉଛି ସର୍ବୋଚ୍ଚ। ଲୋକେ ଏହାକୁ କରି ଦେଖାଇଛନ୍ତି। ନିର୍ବାଚନରେ ଆମ ଦଳକୁ ପରାସ୍ତ କରିବା ସମସ୍ତ ବିରୋଧି ହାତ ମିଳାଇଥିଲେ। ମାତ୍ର ଆମ ଦଳ ମବଜୁତ ହୋଇଥିବାରୁ ସେମାନେ ଆମକୁ ପରାସ୍ତ କରିପାରିଲେ ନାହିଁ।
ବିଜେପି ବିଧାୟକ ବିଧାୟକ ଆଟାନାସିଓ ମୋନସେରାଟଙ୍କ ପୁଅ ରୋହିତ ମୋନସେରାଟ ପୁନର୍ବାର ପାଣାଜୀ ମହାନଗର ନିଗମ ମେୟର ନିର୍ବାଚିତ ହୋଇଛନ୍ତି। ରୋହିତ ୨୭୩ ଭୋଟ ବ୍ୟବଧାନରେ ବାଜିମାତ କରିଛନ୍ତି। ଗତ ୨୦୨୧ ନିର୍ବାଚନରେ ପାଣାଜୀ ମେୟର ଭାବେ ନିର୍ବାଚିତ ହୋଇଥିଲେ ରୋହିତ ମୋନସେରାଟ।
ପାଣାଜୀ ନଗର ନିଗମ ନିର୍ବାଚନରେ ବିଜେପି ବିଧାୟକ ଏବଂ ଉତ୍ପଳ ପାରିକରଙ୍କ ପ୍ୟାନେଲ୍ ମଧ୍ୟରେ ମୁକାବିଲା ହୋଇଥିଲା। ଉତ୍ପଳ ପାରିକର ହେଉଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୁରୁଖା ବିଜେପି ନେତା ମନୋହର ପାରିକରଙ୍କ ପୁଅ। ଏଥର ଉତ୍ପଳ ପାରିକରଙ୍କ ପ୍ୟାନେଲ ତିନୋଟି ଆସନ ଜିତିଛି। ଗତ ୨୦୨୧ ନିର୍ବାଚନରେ ମୋନସେରାଟଙ୍କ ପ୍ୟାନେଲ୍ ୨୫, ପାରିକରଙ୍କ ପ୍ୟାନେଲ୍ ୪ ଏବଂ ସ୍ୱାଧିନ ପ୍ରାର୍ଥୀ ଗୋଟିଏ ଆସନରେ ଜିତିଥିଲେ।
ନଗର ନିଗମ ନିର୍ବାଚନରେ ଦଳ ବିଜୟୀ ହୋଇଥିବାରୁ ପାଣାଜୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମେୋଦ ସାୱନ୍ତ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, ପାଣାଜୀ ନଗର ନିଗମ ନିର୍ବାଚନରେ ବିଜେପି ନେତୃତ୍ୱାଧିନ ପ୍ୟାନେଲ୍ ଜବରଦସ୍ତ ଜନାଦେଶ ହାସଲ କରିଛି। ସହର ସେବା କରିବା ଏବଂ ସର୍ବାଙ୍ଗୀନ ବିକାଶର ଗତିକୁ ଜାରି ରଖିବା ପାଇଁ ଆମର ପ୍ରତିବଦ୍ଧତା ଉପରେ ଆପଣ ରଖିଥିବା ବିଶ୍ୱାସକୁ ପୁନର୍ବାର ଦୋହରାଇ ଥିବାରୁ ମୁଁ ପାଣାଜୀର ଜନସାଧାରଣଙ୍କୁ ହୃଦୟର କୃତଜ୍ଞତା ଜଣାଉଛି। ଏହି ଜନାଦେଶ ଏକ ପ୍ରଗତିଶୀଳ, ସ୍ୱଚ୍ଛ ଏବଂ ସୁଶାସିତ ପାଣାଜୀ ପାଇଁ ଆମର ଦୃଷ୍ଟିକୋଣ ପ୍ରତି ଲୋକଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି। ଯାହା ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ପାଇଁ ଆହୁରି ଅଧିକ ସମର୍ପିତ ହୋଇ କାମ କରିବାର ଆମର ସଂକଳ୍ପକୁ ମଜବୁତ କରିବ।
ପଢନ୍ତୁ ଏହି ଖବର: କଂଗ୍ରେସକୁ କ୍ରସ୍ ଭୋଟିଂ ଭୟ, ବେଙ୍ଗାଲୁରୁ ଗଲେ PCC ସଭାପତିଙ୍କ ସହ ୮ ବିଧାୟକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories