Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Storm within BJD / ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପରେ ବିଜେଡିରେ ବିଷ୍ଫୋରଣ

Bikash Mohanty
Browse all articles by Bikash Mohanty
·3 months ago·2 min read
ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପରେ ବିଜେଡିରେ ବିଷ୍ଫୋରଣ
BJD

Key Points

କ୍ରସଭୋଟିଂ ପରେ ବିଜେଡିରେ ଘମାଘୋଟ
କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟକ ଅଶ୍ବୀନି ପାତ୍ର
ଦେବୀ ତ୍ରିପାଠୀ କହିଲେ ମୁଁ ବିଶ୍ୱାସଘାତ କରିନାହିଁ


ସରିଛି ରାଜ୍ୟସଭା ନିର୍ବାଚନ ହେଲେ ସରିନି ରାଜ୍ୟସଭା ତାତି । ଦୁଇଦିନ ପରେ ବି ଥମିନି ଚର୍ଚ୍ଚା । ଖାସ୍ କରି ହୋଇଥିବା ଘୋଡାବେପାରକୁ ନେଇ ତେଜିଛି ରାଜନୀତି । ଏହି ପରିପ୍ରେକ୍ଷୀରେ କ୍ରସଭୋଟିଂ କରିଥିବା ବିଧାୟକଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅଶ୍ୱୀନ ପାତ୍ର ।  ମୁଁ ବିଜେଡି ନେତା, ସାଧାରଣ ସମ୍ପାଦକ ରହିଛି । ମୁଁ ବିଶ୍ୱାସଘାତ କରିନାହିଁ । ଯାହା ମତେ ଠିକ ଲାଗିଛି ମୁଁ ତାହା କରିଛି କହିଛନ୍ତି କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକ ଦେବୀ ପ୍ରସାଦ ତ୍ରିପାଠୀ।

କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର । ଦଳର ନୀତି ଅଛି, ଆଦର୍ଶ, ସିଦ୍ଧାନ୍ତ ଅଛି । ଏହା ବିରୋଧରେ ଯିଏ ଯାଏ, ଦଳ ନିମ୍ନଗାମୀ ହୁଏ । ବିଜେଡି ସଭାପତି ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ସ୍ୱାଗତଯୋଗ୍ୟ କହିଛନ୍ତି ବିଜେଡି ବିଧାୟକ ଅଶ୍ୱୀନ ପାତ୍ର।

ସେପଟେ Bjdର ପ୍ରାଥମିକ ସଦସ୍ୟତା ପଦ ଛାଡିବା ପ୍ରଶ୍ନ ଉଠୁ ନାହିଁ । ମୁଁ ବିଜେଡି ନେତା, ସାଧାରଣ ସମ୍ପାଦକ ରହିଛି । ମୁଁ ବିଶ୍ୱାସଘାତ କରିନାହିଁ । ଯାହା ମତେ ଠିକ ଲାଗିଛି ମୁଁ ତାହା କରିଛି କହିଛନ୍ତି କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକ ଦେବୀ ପ୍ରସାଦ ତ୍ରିପାଠୀ। ମୁଁ ବିଜୁ ବାବୁଙ୍କ ଆଦର୍ଶରେ ଏବେ ବି bjdରେ ଜଡିତ ଅଛି । ମାର୍ଚ୍ଚ ୨୦ ସୁଦ୍ଧା କାରଣ ଦର୍ଶାଓ ନୋଟିସ ପାଇଁ ଜବାବ ରଖିବି । ଅପେକ୍ଷା କର କଣ ହେଉଛି ଦେଖିବ । ଆଇନ ଅନୁଯାୟୀ ଜବାବ ରଖିବି ବୋଲି ସେ ରୋକ୍‌ଠୋକ୍ ଶୁଣାଇଛନ୍ତି । ସେ ଓଲଟା ପ୍ରଶ୍ନ କରିଛନ୍ତି, ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା । ବିଜୁ-ନବୀନ ଟ୍ରଷ୍ଟକୁ ନେଇ ମଧ୍ୟ ସିଧାସଳଖ ମୁଖିଆଙ୍କୁ ଟାର୍ଗେଟ୍ କରିଛନ୍ତି ଦେବୀ।
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ କଂଗ୍ରେସ ପରେ ବିଜେଡି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏନେଇ ବିଜେଡି ଆଜି ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ତରଫରୁ ଜାରି ହୋଇଥିବା ଏହି ନୋଟିସ୍ ରେ ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ ରହିଛି।​​​​​​​

କ୍ରସଭୋଟିଂ ଅଭିଯେୋଗରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କୁ ନୋଟିସ୍ ଜାରି କରିଛି ବିଜେଡି। ବିଜେଡି ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି ଯେ, ଉପରୋକ୍ତ ବିଧାୟକମାନେ ଦଳର ଶୃଙ୍ଖଳାକୁ ଭଙ୍ଗ କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି। ଦଳର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି।

ଏଥିସହ ପଢ଼ନ୍ତୁ: ୩ ବିଧାୟକଙ୍କୁ ନିଲମ୍ବନ କଲା କଂଗ୍ରେସ, ବିଜେଡି ବି ନେଇପାରେ ବଡ଼ ଆକ୍ସନ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Storm within BJD | Rajya Sabha Election 2026: Cross Voting Triggers Major Crisis in BJD | Argus News