Opposition in fear / ଦିନକ ପରେ ରାଜ୍ୟସଭା ଭୋଟ, କଂଗ୍ରେସ ଓ ବିଜେଡିକୁ ଘାରିଛି କ୍ରସ ଭୋଟିଂ ଭୟ
·6 months ago·2 min read

Key Points
ଦିନକ ପରେ ରାଜ୍ୟସଭା ଭୋଟ
କଂଗ୍ରେସ ଓ ବିଜେଡିକୁ ଘାରିଲାଣି କ୍ରସ ଭୋଟିଂ ଭୟ
ଦଳ କଥା ମାନୁ ନାହାନ୍ତି ବିଧାୟକ

ଦିନକ ପରେ ରାଜ୍ୟସଭା ଭୋଟ । କଂଗ୍ରେସ ଓ ବିଜେଡିକୁ ଘାରିଲାଣି କ୍ରସ ଭୋଟିଂ ଭୟ । ନବୀନ ନିବାସରେ ବସିଥିଲା ବିଜେଡି ବିଧାୟକଙ୍କ ପାଇଁ ପାଠଶାଳା। ସମସ୍ତ ବିଧାୟକ ନବୀନ ନିବାସ ଆସିବାକୁ ହୋଇଥିଲା ଫତୁଆ। ହେଲେ ଫତୁଆକୁ ବୋଖାତିର କରିଥିଲେ ବିଧାୟକ। ଫତୁଆ ସତ୍ବେ ଆସିଲେନି ୪ ବିଧାୟକ ମନୋହର ରନ୍ଧାରୀ, ନବ ମଲ୍ଲିକ, ସାରଦା ନାୟକ ଓ ସୌଭିକ ବିଶ୍ବାଳ। ଏମାନଙ୍କ ଅନୁପସ୍ଥିତି ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଦଳରେ କ୍ରସ ଭୋଟିଂ ଡର ଆହୁରି ବଢ଼ିଛି ।
ବିରୋଧୀ ଦଳ ଶିବିରରେ କେବଳ ଗୋଟିଏ ଆଶଙ୍କା ଘୋଡ଼ା ବେପାର ଓ କ୍ରସ ଭୋଟିଂ। ଦଳର ବରିଷ୍ଠ ନେତୃମଣ୍ଡଳୀ ଘନଘନ ବୈଠକ କରୁଥିବା ସୂଚନା ମିଳିଛି। ନବୀନ ନିବାସରେ ବିଜେଡି ବିଧାୟକଙ୍କ ପାଠଶାଳାର ପ୍ରଥମ ଦିନରେ ଆସିଲେନି ୪ ବିଧାୟକ। ହେଲେ ବିଜେପି ନେତା ରବୀନ୍ଦ୍ର ଜେନାଙ୍କ ପତ୍ନୀ ବସ୍ତା ବିଧାୟିକା ସୁବାସିନୀ ବି ନବୀନ ନିବାସ ପହଞ୍ଚିଥିଲେ। ବିଜେଡିର ପାଠଶାଲାରେ ମନୋହର ରନ୍ଧାରୀ, ନବ ମଲ୍ଲିକ, ସାରଦା ନାୟକ ଓ ସୌଭିକ ବିଶ୍ବାଳ ଅନୁପସ୍ଥିତ ଥିଲେ। ସୌଭିକଙ୍କୁ ନେଇ ପ୍ରଥମରୁ ଦଳରେ ରହିଛି ସନ୍ଦେହ। ବାକି ୩ ଜଣଙ୍କ ଅନୁପସ୍ଥିତି ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ଦଳ ପକ୍ଷରୁ କୁହାଯାଉଛି, ମନୋହରଙ୍କୁ ଜ୍ଵର ଓ ଶାରଦା ବାଟରେ ଅଛନ୍ତି। ଶନିବାର ସମସ୍ତେ ଆସିବେ ।
କଂଗ୍ରେସ ବି ଟେନସନରେ। ଦଳର ୮ ବିଧାୟକ ବାଙ୍ଗାଲୋର ଏକ ରିସୋର୍ଟରେ ଡେରା ପକାଇଛନ୍ତି। ବିଧାୟକମାନଙ୍କୁ ନେଇ ପିସିସି ସଭାପତି ଭକ୍ତ ଦାସ କର୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ହେପାଜତରେ ରଖିଛନ୍ତି। ଭକ୍ତଙ୍କ ସହ ବିଧାୟକ ସିଏସ ରାଜନ ଏକ୍କା, ଅଶୋକ ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଁତ୍ତା, କ୍ରୀଡାକା ଆପାଲା ସ୍ଵାମୀ, ନୀଳମାଧବ ହିକକା, ସତ୍ୟଜିତ ଗମାଙ୍ଗ କର୍ଣ୍ଣାଟକରେ ଅଛନ୍ତି। କଂଗ୍ରେସର ସଙ୍କଟ ମୋଚକ କୁହାଯାଉଥିବା କର୍ଣ୍ଣାଟକର ପ୍ରଭାବଶାଳୀ ନେତା ଶିବ କୁମାର ଏବେ ଓଡ଼ିଶା ବିଧାୟକଙ୍କ ସୁରକ୍ଷା ଦାୟିତ୍ଵ ନେଇଛନ୍ତି। ବଡ଼ କଥା ହେଉଛି 16 ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡିବାକୁ ଦଳର ମୁଖ୍ୟ ସଚେତକ ସିଏସ ରାଜନ ଏକ୍କା ହୁଇପ ଜାରି କରିଥିଲେ ହେଲେ ସେ ନିଜେ ଆଜି ବାଙ୍ଗାଲୁରୁରେ।
ସେପଟେ ଦଳର ୬ ବିଧାୟକ ରାମ ଚନ୍ଦ୍ର କାଡାମ,ତାରା ବାହିନୀପତି, ସୋଫିଆ ଫିର୍ଦୋଷ,ସାଗର ଦାସ, ରମେଶ ଜେନା ଓ ଦଶରଥୀ ଗମାଙ୍ଗୋ ବାଙ୍ଗାଲୁରୁ ଯାଇନାହାନ୍ତି । ସେପଟେ ଶାସକ ବିଜେପି ବି ରାଜ୍ୟସଭା ନିର୍ବାଚନ ପାଇଁ ପୁରା ତୟାର।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାରି ଭିତରେ ବିଜେପି ବିଧାୟକ ଙ୍କୁ 16 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡିବାକୁ ଦଳ ଦେଇଛି କଡା ନିର୍ଦେଶ। ତେବେ CPI ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ଫୋନ ରେ କଥା ହୋଇ ସମର୍ଥନ ମାଗିଛନ୍ତି ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ।
ପଢନ୍ତୁ ଏହି ଖବର: ଇଫତାର ପାର୍ଟି ପାଇଁ ତେଜିଲା ବିବାଦ; ବ୍ୟାନର ଫାଡ଼ିଲେ ବିଜେପି ନେତ୍ରୀ

Related Topics
Explore more stories