Hyderabad Iftar Party Controversy / ଇଫତାର ପାର୍ଟି ପାଇଁ ତେଜିଲା ବିବାଦ; ବ୍ୟାନର ଫାଡ଼ିଲେ ବିଜେପି ନେତ୍ରୀ
·3 weeks ago·2 min read

Key Points
ବର୍ତ୍ତମାନ ଉଭୟ ଦଳର ନେତା ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏହି ମାମଲା ରାଜନୈତିକ ବୟାନବାଜିରୁ ଆଗକୁ ବଢ଼ିବା ଭଳି ମନେ ହେଉଛି।
Hyderabad BJP Leeader Madhavi Latha: ପବିତ୍ର ରମଜାନ ବେଳେ ଇଫତାର ପାର୍ଟି ଆୟୋଜନ କରିବାକୁ ନେଇ ସରଗରମ ହୋଇଉଠିଛି ତେଲେଙ୍ଗାନା ରାଜନୀତି। ସଦ୍ୟ ରାଜ୍ୟ ରାଜଧାନୀ ହାଇଦ୍ରାବାଦ ସହରରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ। ସହରର ବଞ୍ଚାରା ହିଲ୍ସ୍ ଅଞ୍ଚଳରେ ସ୍ଥାନୀୟ ସାଂସଦ ଅସାଦୁଦ୍ଦିନ ୱୱେସୀଙ୍କ ଦଳ ଏଆଇଏମଆଇଏମ ପକ୍ଷରୁ ଲଗାଯାଇଥିବା ଇଫତାର ପାର୍ଟି ବ୍ୟାନର ଫାଡ଼ି ଦେଇଛନ୍ତି ୨୦୨୪ ନିର୍ବାଚନରେ ଭାଇରାଲ ହୋଇଥିବା ବିଜେପି ନେତ୍ରୀ ମାଧବୀ ଲତା।
ହାଇଦ୍ରବାଦ ସହରର ବଞ୍ଚାରା ହିଲ୍ସ୍ ଅଞ୍ଚଳରେ ଅବସ୍ଥିତ ବିରିଞ୍ଚି ହସ୍ପିଟାଲ। ଯାହାର ଅଧ୍ୟକ୍ଷ ହେଉଛନ୍ତି ବିଜେପି ନେତ୍ରୀ ମାଧବୀ ଲତା। ସେ ତାଙ୍କ ହସ୍ପିଟାଲ ବାହାରେ ଏଆଇଏମଆଇଏମ ପକ୍ଷରୁ ଲଗାଯାଇଥିବା ଇଫତାର ପାର୍ଟି ବ୍ୟାନର ଫାଡ଼ିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କୁ ତାଙ୍କ ହସ୍ପିଟାଲ ପରିସର ବାହାରେ ଇଫତାର ପାର୍ଟି ବ୍ୟାନର ହଟାଉଥିବାର ଦେଖିବାକୁ ମିଳୁଛି।
ରମଜାନ ଅବସରରେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ୱୱେସୀଙ୍କ ଦଳ ଏଆଇଏମଆଇଏମ ପକ୍ଷରୁ ଏକ ଇଫତାର ପାର୍ଟି ଦାବତ-ଏ-ଇଫତାର ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା। ଯେଉଁଥିପାଇଁ ଦଳ ପକ୍ଷରୁ ଦଳର ଅଧ୍ୟକ୍ଷଙ୍କ ସହ ତେଲେଙ୍ଗାନା ବିଧାନସଭାରେ ବିଧାୟକ ଦଳ ନେତା ଅକବରୁଦ୍ଦିନ ୱୱେସୀଙ୍କ ଫଟୋ ରହିଥିବା ବ୍ୟାନର ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଦଳୀୟ ନେତୃବୃନ୍ଦ ଯୋଗେ ଦେଇଥାନ୍ତେ।
ଏଥିସହ ପଢ଼ନ୍ତୁ: ଟିଭିକେ ସହ ହେବ କି ମେଣ୍ଟ? ଜବାବ ରଖିଲେ ଇପିଏସ୍
ପ୍ରଥମେ ରମଜାନ ଏବଂ ଇଫତାରର ଅର୍ଥ ବୁଝ: ମାଧବୀ ଲତା
ଭାଇରାଲ ଭିଡ଼ିଓରେ ମାଧବୀ ଲତା କହୁଛନ୍ତି, "ରମଜାନ ବେଳେ ଆୟୋଜିତ ଇଫତାର ସମୟରେ କାହାକୁ ଖାଇବାକୁ ଦେଇଥାନ୍ତି? ସେତେବେଳେ ଗରିବଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଏ। ଫଙ୍କସନ୍ ହଲ୍ ବ୍ୟବହାର ପାର୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ, ସେମାନେ କୌଣସି ଗରିବ ଅଥବା ଅନାଥ ଆଶ୍ରମର ପିଲାଙ୍କୁ ଖାଦ୍ୟ ଦେବା ଆବଶ୍ୟକ। ପ୍ରଥମେ ରମଜାନ ଏବଂ ଇଫତାରର ଅର୍ଥ ବୁଝନ୍ତୁ ବୋଲି କହିଛନ୍ତି ବିଜେପି ନେତ୍ରୀ ମାଧବୀ ଲତା।

Very Good !
— Oxomiya Jiyori 🇮🇳 (@SouleFacts) March 12, 2026
Madhavi Latha tears down AIMIM Iftar posters outside her hospital
“During Ramadan, feed the poor not on lavish parties.” a strong message to Owaisi🔥
Mr @asadowaisi, If your Iftar needs a hoarding to be noticed, it was never about faith. It was always about… pic.twitter.com/fucgnCMMFa
ରମଜାନ ଅବସରରେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ୱୱେସୀଙ୍କ ଦଳ ଏଆଇଏମଆଇଏମ ପକ୍ଷରୁ ଏକ ଇଫତାର ପାର୍ଟି ଦାବତ-ଏ-ଇଫତାର ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା। ଯେଉଁଥିପାଇଁ ଦଳ ପକ୍ଷରୁ ଦଳର ଅଧ୍ୟକ୍ଷଙ୍କ ସହ ତେଲେଙ୍ଗାନା ବିଧାନସଭାରେ ବିଧାୟକ ଦଳ ନେତା ଅକବରୁଦ୍ଦିନ ୱୱେସୀଙ୍କ ଫଟୋ ରହିଥିବା ବ୍ୟାନର ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଦଳୀୟ ନେତୃବୃନ୍ଦ ଯୋଗେ ଦେଇଥାନ୍ତେ।
ଏଥିସହ ପଢ଼ନ୍ତୁ: ଟିଭିକେ ସହ ହେବ କି ମେଣ୍ଟ? ଜବାବ ରଖିଲେ ଇପିଏସ୍
ପ୍ରଥମେ ରମଜାନ ଏବଂ ଇଫତାରର ଅର୍ଥ ବୁଝ: ମାଧବୀ ଲତା
ଭାଇରାଲ ଭିଡ଼ିଓରେ ମାଧବୀ ଲତା କହୁଛନ୍ତି, "ରମଜାନ ବେଳେ ଆୟୋଜିତ ଇଫତାର ସମୟରେ କାହାକୁ ଖାଇବାକୁ ଦେଇଥାନ୍ତି? ସେତେବେଳେ ଗରିବଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଏ। ଫଙ୍କସନ୍ ହଲ୍ ବ୍ୟବହାର ପାର୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ, ସେମାନେ କୌଣସି ଗରିବ ଅଥବା ଅନାଥ ଆଶ୍ରମର ପିଲାଙ୍କୁ ଖାଦ୍ୟ ଦେବା ଆବଶ୍ୟକ। ପ୍ରଥମେ ରମଜାନ ଏବଂ ଇଫତାରର ଅର୍ଥ ବୁଝନ୍ତୁ ବୋଲି କହିଛନ୍ତି ବିଜେପି ନେତ୍ରୀ ମାଧବୀ ଲତା।
ଦଳ ପକ୍ଷରୁ ଲଗାଯାଇଥିବା ଇଫତାର ପାର୍ଟି ବ୍ୟାନର ଫାଡ଼ି ଦେବା ଘଟଣାକୁ ନେଇ ନାରାଜ ହୋଇ ଉଠିଛନ୍ତି ଏଆଇଏମଆଇଏମ କର୍ମକର୍ତ୍ତା। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ସେମାନେ ଏପରି କାର୍ଯ୍ୟର ଜୋରଦାର ବିରୋଧ କରିଥିଲେ। ସ୍ଥାନୀୟ ବିଧାୟକ ମାଜିଦ୍ ହୁସେନଙ୍କ ସମେତ ଅନେକ ଦଳୀୟ ନେତା ଏହି ଘଟଣାରେ ପ୍ରତିକ୍ରିୟା ରଖିବା ସହ ଏହାକୁ ସମାଲୋଚନା କରିଥିଲେ। ଏହି ଘଟଣାକୁ ହାଇଦ୍ରାବାଦ ସହରରେ ବିଜେପି-ଏଆଇଏମଆଇଏମ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ଏହି ଘଟଣାକୁ ନେଇ ପୁଣି ଥରେ ସରଗରମ ହୋଇଉଠିଛି ସହରରେ ରାଜନୈତିକ ପାଣିପାଗ।A political controversy erupted after BJP leader K. Madhavi Latha was seen tearing down banners for an AIMIM Iftar party outside Virinchi Hospitals in Banjara Hills.
— Hate Detector 🔍 (@HateDetectors) March 13, 2026
The banners were put up for a grand Iftar gathering expected to be attended by Hyderabad MP and AIMIM chief… pic.twitter.com/KaVUSEtKPL
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories