Rajya sabha fight / ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଭୟ, ହୁଇପ୍ ଜାରୀ କଲା ବିଜେଡି
·6 months ago·2 min read

Key Points
ରାଜ୍ୟସଭା ପାଇଁ ରାଜନୀତି ସରଗରମ || ଚତୁର୍ଥ ଆସନ ପାଇଁ ଶାସକ ବିଜେପି ଓ ଦୁଇ ବିରୋଧୀ ମୁହାଁମୁହିଁ || ବିଜେଡିକୁ ଘାରିଛି କ୍ରସ ଭୋଟିଂ ଭୟ ||ହୁଇପ୍ ଜାରୀ କରିଛି ବିଜେଡି
ରାଜ୍ୟସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ଓଡ଼ିଶା ରାଜନୀତି ସେତିକି ସରଗରମ ହେଉଛି। ଚତୁର୍ଥ ଆସନ ପାଇଁ ଶାସକ ବିଜେପି ଓ ଦୁଇ ବିରୋଧୀ ବିଜେଡି-କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ଚାଲିଛି। ଆଉ ଘୋଡ଼ା ବେପାର ହେବା ନେଇ ମଧ୍ୟ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ବିଜେଡିକୁ କ୍ରସ ଭୋଟିଂର ଭୟ ମଧ୍ୟ ଘାରିଛି। ଏମିତି ସ୍ଥିତିରେ ନିଜ ବିଧାୟକଙ୍କ ପାଇଁ ହୁଇପ୍ ଜାରି କରିଛି ବିଜେଡି। ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ନଛାଡ଼ିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ବିଧାୟକଙ୍କୁ ସଫା ସଫା ଜଣାଇ ଦେଇଛନ୍ତି।
ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ମିଳିତ ସମର୍ଥନରେ ଡ. ଦତ୍ତେଶ୍ଵର ହୋତା ପ୍ରାର୍ଥୀ ହୋଇଛନ୍ତି। ଆଉ ଏହି ଚତୁର୍ଥ ଆସନ ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ବିଜେପି ସମର୍ଥନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଏହା ପରେ କ୍ରସ ଭୋଟିଂର ସମ୍ଭାବନା ଅଧିକ ବଢିଛି। କାରଣ ଚତୁର୍ଥ ଆସନ ପାଇଁ ସଂଖ୍ୟାଗଣିତରେ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଆଗରେ ଅଛନ୍ତି। ତେଣୁ ଦିଲୀପ ରାୟ କ୍ରସ ଭୋଟିଂ ଜରିଆରେ ଭୋଟ୍ ହାତେଇବାର ମଧ୍ୟ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଅଧିକ ପଢ଼ନ୍ତୁ: ମିଡିଲ ଇଷ୍ଟରୁ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ
ହୁଇପ୍ ଜାରୀ କରିଛି ବିଜେଡି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେଡି ହୁଇପ୍ ଜାରି କରିଛି। ଦଳ କହିଛି ଯେ, ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଧାନସଭା ପରିସରରେ ମତଦାନ ହେବ। ତେଣୁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ, କେହି ଭୁବନେଶ୍ଵର ଛାଡ଼ି ଯାଇ ପାରିବେ ନାହିଁ। ମାର୍ଚ୍ଚ ୧୬ ଯାଏଁ ଭୁବନେଶ୍ଵର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।
ବିଜେଡିକୁ ଘାରିଛି କ୍ରସ ଭୋଟିଂ ଭୟ
କିଛି ବିଧାୟକ କ୍ରସ୍ ଭୋଟିଂ କରିବା ନେଇ ବିଜେଡି ଭିତରେ ଆଲୋଚନା ଆରମ୍ଭ ହେଲାଣି। ଏସବୁ ବିଧାୟକଙ୍କ ଉପରେ ଦଳ ଏବେ କଡ଼ା ନଜର ରଖିଛି। ସେଥିପାଇଁ ବିଧାନସଭା ଯାଇ ବିଜେଡି ବିଧାୟକ ମାନଙ୍କ ସହ ଆଲୋଚନା କରିଥିଲେ ସନ୍ତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା ଓ ସସ୍ମିତ ପାତ୍ର। ସେପଟେ ନବୀନ ନିବାସରେ ବିଧାୟକମାନଙ୍କୁ ପାଳି କରି ଡକାଯାଉଛି ଏବଂ ସେମାନଙ୍କୁ ମହାପ୍ରସାଦ ଛୁଆଇଁ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଶପଥ କରାଯାଉଛି। ଯେଉଁ ବିଧାୟକଙ୍କ ଉପରେ ସନ୍ଦେହ ରହିଛି, ସେମାନଙ୍କ ପାଇଁ ରିସୋର୍ଟ ଓ ହୋଟେଲ ପ୍ରସ୍ତୁତ ରଖାଯାଇଛି ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଜେପିର ଦାବୀ ଯାହା କଲେବି ଦିଲୀପ ରାୟ ନିଶ୍ଚିତ ଜିତିବେ ।

Related Topics
Explore more stories