Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ପ୍ରଚାର ପାଇଁ ଆସୁଛନ୍ତି ରାମାୟଣର ରାମ

Odisha

ଆଜି ପ୍ରଚାର ପାଇଁ ଆସୁଛନ୍ତି ରାମାୟଣର ରାମ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଜି ପ୍ରଚାର ପାଇଁ ଆସୁଛନ୍ତି ରାମାୟଣର ରାମ

ଅର୍ଗସ ବ୍ୟୁରୋ: ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ପ୍ରଥମ ଥର ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଜଣେ ଓଡିଆ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲା ହେବା ସହିତ ଚାରି ଦ୍ୱାର ଖୋଲାଯିବ । ଓଡିଆ ଅସ୍ମିତାର ସୁରକ୍ଷା ହେବ ଆମର ପ୍ରାଥମିକତା । ରାଜ୍ୟ ବିକାଶରେ ବାଧକ ସାଜିଥିବା ଦୁର୍ନୀତିଖୋର ଓ ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ କାଲି ଶେଷ ହୋଇଥିବା ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ବ୍ୟାପକ ସମର୍ଥନ ମିଳିଛି । ଆସନ୍ତା ୨୫ ତାରିଖ ଏବଂ ଜୁନ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ । ଏହି ପରିପ୍ରେକ୍ଷୀରେ ବିଜେପିର ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ।

ଲୋକପ୍ରିୟ ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀରାମ ଚରିତ୍ରରେ ଭୂମିକା ନିର୍ବାହ କରିଥିବା ସୁପ୍ରସିଦ୍ଧ ସିନେ ତାରକା ଅରୁଣ ଗୋଭିଲ ଆଜି ଓଡିଶା ଆସୁଛନ୍ତି।ଆଜି ୧୦.୪୫ରେ କେନ୍ଦୁଝରର ଚମ୍ପୁଆ, ମଧ୍ୟାହ୍ଣ ୧୨.୧୫ରେ ତେଲକୋଇଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ । ଗୋଭିଲ ଅପରାହ୍ନ ୧.୩୦ରେ ଢେଙ୍କାନାଳଠାରେ ଅନୁଷ୍ଠିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଗୋଭିଲ ଅପରାହ୍ନ ୩ଟାରେ ଜୟଦେବ ନିର୍ବାଚନମଣ୍ଡଳୀର ଗୋରୁହାଟ ପଡିଆଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Ram from Ramayana is coming today | Argus News