Videos
|
Odisha

ହଟକେଶ୍ବର ଦେବଙ୍କ ମହାକାଳରୂପ ଦର୍ଶନ କଲେ ସ୍ବାମୀ ରାମଭଦ୍ରାଚାର୍ଯ୍ୟ

Smruti Parija
Browse all articles by Smruti Parija
·2 years ago
ହଟକେଶ୍ବର ଦେବଙ୍କ ମହାକାଳରୂପ ଦର୍ଶନ କଲେ ସ୍ବାମୀ ରାମଭଦ୍ରାଚାର୍ଯ୍ୟ

ଖୋର୍ଦ୍ଧା:  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପ୍ରସିଦ୍ଧ ଏକାଦଶ ରୁଦ୍ର ଶ୍ରୀଶ୍ରୀ ହଟ୍ଟକେଶ୍ଵର ଦେବଙ୍କ ପୀଠରେ ସ୍ବାମୀ ରାମ ଭଦ୍ରାଚାର୍ଯ୍ୟ । ଆଜି ଅପରାହ୍ନ ସମୟରେ ସ୍ବାମୀଜୀ ପୁରୀରୁ ଏକ ସ୍ବତନ୍ତ୍ର ବସ ଯୋଗେ ବାବା ହଟ୍ଟକେଶ୍ଵର ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିର କମିଟି ପକ୍ଷରୁ ସ୍ବାମୀ ରାମ ଭଦ୍ରାଚାର୍ଯ୍ୟଙ୍କୁ ଭବ୍ୟ ସ୍ବାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ସ୍ବାମୀଜୀ ମନ୍ଦିର ଗର୍ଭ ଗୃହରେ ବାବା ହଟ୍ଟକେଶ୍ଵର ଦେବଙ୍କ ମହାକାଳ ବେଶ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ ।

କିଛି ସମୟ ମନ୍ଦିର ଭିତରେ ବିତାଇବା ପରେ ସ୍ବାମୀଜୀ ନୟାଗଡର ପ୍ରସିଦ୍ଧ ରଘୁନାଥଙ୍କ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ତେବେ ଏହି ଅବସରରେ ସ୍ବାମୀ ରାମ ଭଦ୍ରାଚାର୍ଯ୍ଯ ତାଙ୍କର ଓଡିଶା ଗ୍ରସ୍ତ ଏବଂ ହଟ୍ଟକେଶ୍ଵର ମହାପ୍ରଭୁଙ୍କ ଦର୍ଶନକୁ ନେଇ ବେଶ୍ ସନ୍ତୋଷ ବ୍ୟକ୍ତ କରିଥିଲେ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ramabhadracharya took-blessings- of Hatkeswara Dev | Argus News