Videos
|
Odisha

Student Union Election / ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଫଳାଫଳକୁ ନେଇ ଦ୍ବନ୍ଦ୍ବ

Ritu Das
Browse all articles by Ritu Das
·1 hour ago·2 min read
ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଫଳାଫଳକୁ ନେଇ ଦ୍ବନ୍ଦ୍ବ
India

Key Points

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଫଳାଫଳକୁ ନେଇ ଦ୍ବନ୍ଦ୍ବ
ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଫଳାଫଳକୁ ନେଇ ଦ୍ବନ୍ଦ୍ବ। ଏବେ ବି ବିଶ୍ବବିଦ୍ୟାଳୟରେ ଜାରି ରହିଛି ଗଣତି। ୩ ସଭାପତି ପ୍ରାର୍ଥୀଙ୍କୁ ଗଣତି ପାଇଁ ଡାକିଲେ ପିଜି କାଉନସିଲ୍ ଅଧ୍ୟକ୍ଷ। କ୍ୟାମ୍ପସ ଆଗରେ ଗହଳି ନ କରିବାକୁ ପୋଲିସର ଅପିଲ। ଏଜେଣ୍ଟ ରୁମ୍ ଛାଡ଼ି ଚାଲିଯାଇଥିବାରୁ କିଛି ସମୟ ପାଇଁ ବନ୍ଦ ରହିଛି ଗଣତି। ପ୍ରଥମେ କୁହାଯାଇଥିଲା କି ବିସିଜେଡି ଜିତିଯାଇଛି। କିନ୍ତୁ ଗଣତି ନ ସରି ପଞ୍ଚମ ରାଉଣ୍ଡ ଚାଲିଥିବାବେଳେ କେମିତି ଘୋଷଣା କରାଗଲା ଯେ, ରମାଦେବୀରେ ବିସିଜେଡି ଜିତିଛି। ଏନେଇ ଏବିଭିପି ପ୍ରାର୍ଥୀ ମାନେ ବିରୋଧ କରିବାକୁ ପରେ ସ୍ପଷ୍ଟ ଚିତ୍ର ଆସିଲା ଯେ ବିସିଜେଡି ଜିତିନି। ଏବେବି ଉଭୟ ପ୍ରାର୍ଥୀଙ୍କ ଛାତି ଧଡଧଡ଼ ହେଉଛି। କାରଣ ଫାଇନାଲ ପର୍ଯ୍ୟାୟର ଗଣତି ଏବେବି ବାକି ରହିଛି। ଆଉ ୧ଘଣ୍ଟା ଲାଗିବ ବୋଲି ଜଣାପଡ଼ିଛି। ସେପଟେ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନକୁ ନେଇ ଅନ୍ତରାଳରେ ଜାରି ରହିଛି ବିଶୃଙ୍ଖଳା। ପରିସ୍ଥିତିକୁ ଶାନ୍ତ କରିବାକୁ ପୋଲିସ ଫୋର୍ସ ମୁତୟନ ରହିଛି। ୧୧ଟା୩୦ ସୁଦ୍ଧା ଉତ୍କଳ ବିଶ୍ବବିଦ୍ୟାଳୟର ଫଳାଫଳ ଆସିବ ବୋଲି ଘୋଷଣା କରାଯାଇଛି। ତେବେ ୨ ବିଶ୍ବବିଦ୍ୟାଳୟର ଫଳାଫଳ ଜାଣିବାକୁ ସାରା ଓଡ଼ିଶାବାସୀ ଚାହିଁ ରହିଛନ୍ତି। ରମାଦେବୀର ଫଳାଫଳ ଏବେ ରୋମାଞ୍ଚକର ସ୍ଥିତିରେ ରହିଛି। 

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିବାଦ ଦେଖିବାକୁ ମିଳିଥିଲା । ଇପ୍ସିତା ସାହୁଙ୍କୁ ଅଟକ ରଖିଛି ପୋଲିସ । ଇପ୍ସିତାଙ୍କ ନାମରେ ପୁଣି ଥାନାରେ ଅଭିଯୋଗ କରିଥିଲା ABVP । ଜୀବନରୁ ମାରିଦେବାକୁ ଇପ୍ସିତା ଧମକ ଦେଇଥିବା ନେଇ ଅଭିଯୋଗ କରିଥିଲା ଏବିଭିପି । ଆଇଜି ହଷ୍ଟେଲରେ ଇପ୍ସିତା ସାହୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କୁ ମାଡ଼ ମାରିବା ଓ ଟଙ୍କା ବାଣ୍ଟିବା ଅଭିଯୋଗ ଥିଲା ଈପ୍‌ସିତାଙ୍କ ନାଁରେ

ଦୀର୍ଘ ୮ବର୍ଷାର ପ୍ରତିକ୍ଷାରେ ପଡିଛି ପୂର୍ଣ୍ଣଛେଦ। ଆଜି ଶେଷ ହୋଇଛି ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ନିର୍ବାଚନ ପାଇଁ ମତଦାନ। ଅପରାହ୍ନ ୨ଟାରୁ ଭୋଟ୍‌ ଗଣତି ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ କ୍ୟାମ୍ପସରୁ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପ୍ରକାଶିତ ପ୍ରାରମ୍ଭିକ ଫଳାଫଳ ଅନୁଯାୟୀ, ଆଖିଦୃଶିଆ ପ୍ରଦର୍ଶନ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ABVP ବହୁ ଆଗରେ ରହିଛି। ABVP ୯୦ରୁ ଅଧିକ କ୍ୟାମ୍ପସରେ ଜୟଯାତ୍ରା ସହ ଗଡ଼ ଦଖଲ କରିଛି। BCJD ୪୫ଟି ଆସନରେ ବିଜୟୀ ହୋଇ ନିଜର ଦବ୍‌ଦବା ବଜାୟ ରଖିଛି।

NSUI ଓ ଅନ୍ୟାନ୍ୟ ସଂଗଠନ ପ୍ରାୟ ୧୦ଟି କ୍ୟାମ୍ପସରେ ସଫଳତା ହାସଲ କରିଛନ୍ତି। ରାଜ୍ୟର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ,ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏବିଭିପି କ୍ଲିନ୍‌ ସ୍ୱିପ୍‌ କରିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ହାତେଇ ନେଇଛି। ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ପରେ ସମସ୍ତ କଲେଜ ଓ ୟୁନିଭର୍ସିଟି କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନେ ଅବିର ଖେଳିବା ସହ ବାଜା-ରୋଷଣୀରେ ନାଚିଗାଇ ବିଜୟ ଉତ୍ସବ ପାଳନ କରୁଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ୟାମ୍ପସର ପ୍ରତିଟି ଚିତ୍ର ଆପଣଙ୍କୁ ଆମେ ଜଣାଉଛୁ। ଏବେ ବି ଅନେକ କ୍ୟାମ୍ପସରେ ରେଜଲ୍ଟର ଟ୍ରେଣ୍ଡ ଆସୁଛି। ମୋଟାମୋଟି କହିବାକୁ ଗଲେ ରାଜ୍ୟର ଅଧିକାଂଶ କ୍ୟାମ୍ପସ ABVP କବଜାରେ ରହିଛି। ଆହୁରି ଅନେକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଚାଲିଛି ଗଣତି। ସବୁଠି ଛାତ୍ରଛାତ୍ରୀଙ୍କ ଅପେକ୍ଷା ରହିଛି ଫଳାଫଳକୁ। ଆସନ୍ତାକାଲି ସମସ୍ତ କ୍ୟାମ୍ପସରେ ବିଜୟୀ ପ୍ରାର୍ଥୀ ନେବେ ଶପଥ।