|
logo
Live

Argus News - ନବୀନଙ୍କ ଭାବାବେଗକୁ ପ୍ରଭାବିତ କରିବ କି ଏହି ପ୍ରସଙ୍ଗ ? 

Odisha

ନବୀନଙ୍କ ଭାବାବେଗକୁ ପ୍ରଭାବିତ କରିବ କି ଏହି ପ୍ରସଙ୍ଗ ? 

Smruti Parija
Browse all articles by Smruti Parija
·1 year ago·1 min read
ନବୀନଙ୍କ ଭାବାବେଗକୁ ପ୍ରଭାବିତ କରିବ କି ଏହି ପ୍ରସଙ୍ଗ ? 

ଅର୍ଗସ ବ୍ୟୁରୋ: ଆହେ ଦୟାମୟ ବିଶ୍ବବିହାରୀ ପ୍ରାର୍ଥନା ଉପରେ ଅଶ୍ଲାଳୀନ ମନ୍ତବ୍ୟ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ପାଇଁ ବଢିଲା ଅଡୁଆ । ଅଶ୍ଲାଳୀନ ମନ୍ତବ୍ୟ ନେଇ ସାଂସଦ ମୁନ୍ନା ଖାଁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଆସୁଛନ୍ତି ଆହେ ଦୟାମହ ବିଶ୍ବବିହାରୀର ରଚୟିତା ରାମକୃଷ୍ଣ ନନ୍ଦଙ୍କ ପରିବାରର ସଦସ୍ୟ । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ମୁନ୍ନାଙ୍କ ବହିଷ୍କାର ଦାବି କରିବେ ରାମକୃଷ୍ଣଙ୍କ ପରିବାର । ନବୀନଙ୍କ ଭାବାବେଗକୁ ପ୍ରଭାବିତ କରିବ କି ଏହି ପ୍ରସଙ୍ଗ ? 

ଅଧିକ ପଢ଼ନ୍ତୁ: ଆସ୍ଥା ଉପରେ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ଆଘାତ

ଆହେ ଦୟାମୟ ବିଶ୍ବବିହାରୀ ପ୍ରାର୍ଥନା ଉପରେ ଅଶ୍ଲାଳୀନ ମନ୍ତବ୍ୟ ଦେଇଥିବା ସାଂସଦ ମୁନ୍ନା ଖାଁଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ। ଓଡ଼ିଶାର ଘରେ ଘରେ ପରିଚିତ, ଆମ ସ୍କୁଲ୍ ମାନଙ୍କରେ ଜନପ୍ରିୟ ପ୍ରାର୍ଥନା `ଆହେ ଦୟାମୟ ବିଶ୍ବ ବିହାରୀ' । କବି ରାମକୃଷ୍ଣ ନନ୍ଦଙ୍କ ମହାନ ଭାବନାକୁ ଅପମାନିତ କରିଥିଲେ ମୁନା ଖାଁ।  ଜଣେ ଅଣହିନ୍ଦୁ ହୋଇ ଜାଣିଶୁଣି ଓଡ଼ିଆ, ସ୍ବାଭିମାନ, ସାହିତ୍ୟ, ସଂସ୍କୃତିକୁ କଲେ ଅପମାନିତ । ହିନ୍ଦୁ ଆସ୍ଥାକୁ କଲେ ଆଘାତ। ସବୁଆଡୁ କଡ଼ା ସମାଲୋଚନାର ଶିକାର ହେବା ପରେ ଶେଷରେ କ୍ଷମା ମାଗିଲେ ମୁନ୍ନା ଖାଁ । ଭାବାବେଗକୁ କୁଠାରାଘାତ କରିଥିବାରୁ ମୁନ୍ନାଙ୍କ ଗିରଫ ଦାବି କରି ଗତକାଲି କଟକ ଓଲଟପୁର ଥାନାରେ ଏତଲା ଦେଇଥିଲେ କବିଙ୍କ ନାତି ପ୍ରକାଶ ନନ୍ଦ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନବୀନଙ୍କ ଭାବାବେଗକୁ ପ୍ରଭାବିତ କରିବ କି ଏହି ପ୍ରସଙ୍ଗ ?  | Argus News