Videos
|
Odisha

ଗାଁ ଗାଁରେ ଚାଲିଛି ରାମଲୀଳା, ୧୪ ଗୋଟି ମୁଖ୍ୟ କାହାଣୀକୁ ନେଇ ନାଟକ ପରିବେଷଣ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗାଁ ଗାଁରେ ଚାଲିଛି ରାମଲୀଳା, ୧୪ ଗୋଟି ମୁଖ୍ୟ କାହାଣୀକୁ ନେଇ ନାଟକ ପରିବେଷଣ

ଅର୍ଗସ ବ୍ୟୁରୋ: ହାତରେ ଧନୁତୀର,ପିଠିରେ ତୃଣୀର ଆଉ ଦେହରେ ଗୌରିକ ବସ୍ତ୍ର ପରିଧାନ କରି ବନବାସରେ ବାହାରିଛନ୍ତି ପ୍ରଭୁ ରାମଚନ୍ଦ୍ର । ସାଙ୍ଗରେ ଅଛନ୍ତି ଅନୁଜ ଲଷ୍ମଣ ଓ ମାତା ସୀତା । ଖାଲି ପାଦରେ ଘଂଚ ଜଙ୍ଗଲରେ ବୁଲୁଛନ୍ତି ଏମାନେ । ପିତା ଦଶରଥଙ୍କ ଆଦେଶକୁ ପାଳନ ପୁର୍ବକ ଏବେ ବନବାସରେ ଅଛନ୍ତି ଅଯୋଧ୍ୟାପତି। ଆଉ ଜଙ୍ଗଲରେ ବୁଲୁବୁଲୁ ଯେଉଁ ଗାଁରେ ପହଂଚୁଛନ୍ତି ସେଇଠି ପୁଣି ଗ୍ରାମବାସୀମାନେ ଭବ୍ୟ ସ୍ୱାଗତ ସହ ଫଳ ମୂଳ ଆହର କରିବାକୁ ଦେଉଛନ୍ତି । ଏହା ପୁରାଣର କାହଣୀ ହୋଇଥିଲେବି ଏବେ ସତ ସତିକା ବନବାସର ଚିତ୍ର ଦେଖିବାକୁ ମିଳୁଛି। ବୌଦ୍ଧ ଜିଲ୍ଲା ତାଳପଦର ଗାଁର ।

ତାଳପଦର ମାହେଶ୍ୱରୀ ନାଟ୍ୟ ସଂସଦ ପକ୍ଷରୁ ଚାଲିଥିବା ରାମଲୀଳା ନାଟକ ଚଳିତ ବର୍ଷ ୪୨ ବର୍ଷରେ ପହଂଚିଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗାଁରେ ଧୁମ ଧାମରେ ଆୟୋଜିତ ହେଉଛି ରାମଲୀଳା । ନିୟମ ଅନୁସାରେ ପ୍ରତି ୧୪ ବର୍ଷ ବ୍ୟବଧାନରେ ନାଟକ ମଂଚ ଛାଡି କଳାକାରମାନେ ଜଂଗଲକୁ ବନବାସ ଯିବାର ପରମ୍ପରା ରହିଛି । ରିତି ଅନୁସାରେ ଚଳିତ ବର୍ଷ ନାଟକର ୧୪ ବର୍ଷ ଥିବାରୁ ଏବେ ବନ ବାସରେ ଅଛନ୍ତି ରାମଚନ୍ଦ୍ର,ଲକ୍ଷ୍ମଣ ଓ ମାତା ସୀତା । ଆଉ ଏହି ସତ ସତିକା ବନବାସର ଦୃଶ୍ୟକୁ ଉପଭୋଗ କରୁଛନ୍ତି ସ୍ଥାନୀୟ ଲୋକେ ।

ଯୁଗ ବଦଳିଛି ଲୋକେ ଡିଜିଟାଲ ଦୁନିଆରେ ପାଦ ଥାପିଛନ୍ତି। ହେଲେ ଆଜିବି ଗ୍ରାମାଂଚଳରେ ରିତିନିତିରେ ଅଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଆସୁଛି ରାମଲୀଳା ନାଟକ । ଏହା ଗାଁରେ ଭାଇଚାରା ଓ ଧର୍ମୀୟ ଭାବନା ସୃଷ୍ଟି କରିବାରେ ସହାୟକ ହେବ ନିଶ୍ଚୟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: