|
logo
Live

Argus News - ରମ୍ପାଲୁଗା ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି

Odisha

ରମ୍ପାଲୁଗା ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି

Ritu Das
Browse all articles by Ritu Das
·2 years ago·2 min read
ରମ୍ପାଲୁଗା ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି

ଅର୍ଗସ ବ୍ୟୁରୋ: ଶୀତଦିନ ଆସିଲେ ଲୋକମାନେ ପିକନିକ କରିବା ପାଇଁ ବିଭିନ୍ନ ସ୍ଥାନଙ୍କୁ ଯାଇଥାନ୍ତି ଏବଂ ପରିବାର ସହ ଭରପୁର ମନୋରଞ୍ଜନ ଉପଭୋଗ କରିଥାନ୍ତି। ସେହିଭଳି ଝାରସୁଗୁଡ଼ା ଜିଲ୍ଲାର ରମ୍ପାଲୁଗା ପିକନିକ ସ୍ପଟ ଏବେ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରାକୃତିକ ପରିବେଶ ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରେ ନୌକା ବିହାର ରାଜ୍ୟ ଓ ରାଜ୍ୟବାହାର ପର୍ଯ୍ୟଟକମାନଙ୍କୁ ଟାଣି ଆଣୁଛି ଏହି ସ୍ଥାନକୁ।

ହୀରାକୁଦ ଜଳ ଭଣ୍ଡାରରେ ନୌକା ବିହାର କରିବା ସହିତ ଭୋଜି ଭାତର ଆସର ଜମିଥାଏ ଏହି ସ୍ଥାନରେ। ରମ୍ପାଲୁଗାରେ ଛୋଟ ଛୁଆଙ୍କ ଖେଳିବା ପାଇଁ ଚିଲଡ୍ରେନ ପାର୍କ ନିର୍ମାଣ ହୋଇଛି ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ନିର୍ମାଣ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେବା ସହ ବନ ବିଭାଗ ମଧ୍ୟ ସହଯୋଗୀ ହୋଇଛି । ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକରେ ଥିବା ଅନ୍ୟ ପର୍ଯ୍ୟଟନ କେନ୍ଦ୍ରଗୁଡିକ ଠାରୁ ଅନ୍ୟତମ ଆକର୍ଷଣ ସ୍ପଟ ହେଉଛି ରମ୍ପାଲୁଗାର । ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟରୁ NH-49 ଜାତୀୟ ରାଜପଥ ଦେଇ ୪୮ କିଲୋମିଟର ଗଲାପରେ ଆସିଥାଏ ରମ୍ପାଲୁଗା। ଜଙ୍ଗଲିଆ ରାସ୍ତା ସାଙ୍ଗକୁ ଦୁଇ ପାର୍ଶ୍ଵରେ ଥିବା ଗଛ ପର୍ଯ୍ୟଟକଙ୍କ ମନ ବେଶ ଆକର୍ଷିତ ହୋଇଥାଏ। ଏହି ପିକନିକ ସ୍ପଟ ଟି ହୀରାକୁଦ ଜଳଭଣ୍ଡାର ନିକଟରେ ଅବସ୍ଥିତ। ନଭେମ୍ବର ମାସରୁ ଫେବୃଆରି ମାସରେ ଏଠାରେ ବେଶ ଭିଡ ହୋଇଥାଏ । କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଆସି ଏହି ସ୍ଥାନଙ୍କୁ ଉପଭୋଗ କରନ୍ତି। କେବଳ ଯେ ଜିଲ୍ଲାରୁ ନୁହନ୍ତି ବରଂ ପାଖ ଜିଲ୍ଲା ଓ ପଡୋଶୀ ରାଜ୍ୟ ଛତିଶଗଡରୁ ବି ଲୋକଙ୍କ ସୁଅ ଛୁଟି ଥାଏ। ଏଠାରେ ହୀରାକୁଦ ଜଳଭଣ୍ଡାରର ସ୍ଥିର ଜଳରେ ନୌବିହାରର ମଜା ନେବା ପର୍ଯ୍ୟଟକଙ୍କ ଲାଗି ଭିନ୍ନ ଆକର୍ଷଣ ସାଜିଛି।   ପର୍ଯ୍ୟଟକମାନେ ଏହି ସ୍ଥାନରେ ଭୋଜିଭାତ କରି ସ୍ଥାନକୁ ବେଶ ଉପଭୋଗ କରିବା ସହିତ ସ୍ପିଡ଼ ବୋଟ ଏବଂ ନୌ ବିହାରର ମଜା ନେଇଥାନ୍ତି।
ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ କରିବା ଲାଗି ଜିଲ୍ଲା ପ୍ରଶାସନ ଓ ବନବିଭାଗ ଅନେକ କାମ ହାତକୁ ନେବାସହିତ ଏଠାରେ ରହିଛି ୱାଚ୍ଚ ଟାୱାର । ପର୍ଯ୍ୟଟକମାନେ କରୁଥିବା ନୌ ବିହାର ଏବଂ ସ୍ପୀଡ଼ ବୋଟିଂ, ବଣଭୋଜିରେ କୌଣସି ଅସୁବିଧା ନ ହେବ ସେଥିପ୍ରତି ଧ୍ୟାନରଖାଯାଉଛି । ପର୍ଯ୍ୟଟକ ମନଙ୍କ ପାଇଁ ବନ ବିଭାଗ ପକ୍ଷରୁ ତିନୋଟି ସ୍ପିଡ଼ ବୋଟ ଏବଂ ପେଡାଲ ବୋଟ ରହିଛି ଏବଂ ସ୍ଥାନୀୟ ଗ୍ରାମବାସୀମାନେ ରୋଜଗାର ପାଇଁ ଚାରୋଟି ଜେଟି ନୌକା ମଧ୍ୟ ରାହିଛି । ଯେଉଁଥିରେ ସ୍ଥାନୀୟ ଗ୍ରାମବାସୀମାନେ କିଛି ରୋଜଗାର ପାଇପାରୁଛନ୍ତି । ରମ୍ପାଲୁଗା ଠାରେ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ରହିଥିବା ହୀରାକୁଦ ଜଳଭଣ୍ଡାର ମଝିରେ ଥିବା ଦ୍ବୀପ ସୁଆକାନିରେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ପାଇଁ ବଣଭୋଜି କରିବା ସାଙ୍ଗକୁ କଟେଜ, କାଫେ ରେଷ୍ଟୁରଣ୍ଟର ବ୍ୟବସ୍ଥା କରିବା ଲକ୍ଷ୍ୟ ରଖାଯାଇଛି ଫଳରେ ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବ । 

ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶି, ବିଦେଶୀ ଏବଂ ଦେଶୀୟ ପକ୍ଷୀଙ୍କ ସ୍ୱର୍ଗ ଏବଂ ରମ୍ପାଲୁଗା ଡୁଙ୍ଗୁରି ତଥା ସୁଆକାଳୀର ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁଳ ଭାବେ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣୁଛି । ବର୍ଷ- ୨୦୨୩ର ବିଦାୟ ସମୟ ଏବଂ ୨୦୨୪ ନବ ବର୍ଷର ଆଗମନ ସମୟ ହୋଇଥିବାରୁ ଏବେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି। ରମ୍ପାଲୁଗାରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଭଳି ଯୋଜନା ପ୍ରସ୍ତୁତ କରାଯାଇଛି ବିକାଶ କାର୍ଯ୍ୟ ଆଗକୁ ନେବାପାଇଁ ସେଭଳି ଆଗକୁ ନିଆଯିବ ତହେଲ ଏଠାରେ ଆହୁରି ୪୦ ପ୍ରତିଶତ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସମ୍ଭାବନା ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ରମ୍ପାଲୁଗା ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି | Argus News