ଭୋକ ବିକଳରେ ତାଟିଆ କାମୁଡୁଛି ରଣପୁର ବିଜେଡି

ଅର୍ଗସ ବ୍ୟୁରୋ : ମଞ୍ଚ ବନ୍ଧା ହୋଇଥିଲା । ଚାଲିଥିଲା ସଭା । ଉଦ୍ୟସ ଥିଲା ଆମ ସଂକଳ୍ପ ବିକଶିତ ଭାରତ ଯାତ୍ରାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା । ଠିକ୍ ଏହି ସମୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ସଭା ଆରମ୍ଭରୁ ଦାଦାଗିରି ଆରମ୍ଭ କରିଦେଲେ ବିଜେଡି କର୍ମୀ । ଦେଖୁ ନାହାନ୍ତି କେମିତି କେମିତି ଅଭଦ୍ରାମି କରୁଛନ୍ତି ବିଜେଡ଼ି ନେତାଙ୍କ ଠାରୁ ଆରମ୍ଭ କରି ବିଜେଡ଼ି କର୍ମୀ ମାନେ । କୋଉଠୁ ପାଉଛନ୍ତି ଏତେ ସାହାସ । କିଏ ରହିଛି ତାଙ୍କ ପଛରେ ପାଖରେ । କେନ୍ଦ୍ର ସରକାରଙ୍କ ଉନ୍ନତି କାର୍ଯ୍ୟକ୍ରମରେ ବାଧା ସାଜିଛନ୍ତି ରାଜ୍ୟ ସରକାର । କେଉଁଠି ହୋହାଲ୍ଲା କାରି କାର୍ଯ୍ୟକ୍ରମକୁ ବନ୍ଦ କରୁଛନ୍ତି ତ ଆଉ କେଉଁଠି ଜନପ୍ରତିନିଧିଙ୍କ ଠାରୁ ମାଇକ ଛଡାଇନେଇ ଅଭଦ୍ରାମିର ପରିଚୟ ଦେଉଛନ୍ତି ।
କେନ୍ଦ୍ର ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଗୁଡିକ କିଭଳି ଗରିବ ଲୋକମାନେ ହାତ ପାହାନ୍ତାରେ ପହଞ୍ଚିବ, ସେ ନେଇ ମୋଦି ସରକାର ସରକାରୀ ସ୍ତରରେ ପ୍ରତି ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରୁଛନ୍ତି । ଏହି ଯାତ୍ରା ଚାଲିଥିବା ସମୟରେ ଏହାକୁ ବିରୋଧ କରୁଛନ୍ତି ରଣପୁର ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀମାନେ ।
📱 Get Argus News App
✨ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଆସୁଛି କାଳେ ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟ୍ୟମରେ ବିଜେପି ମାଇଲେଜ ନେଇଯିବ । ଏବଂ ଲୋକଙ୍କ ଆଗରେ ବିଜେଡି ସରକାରର ଦୁର୍ନୀତି, ବ୍ୟବିଚାର ଓ ଭ୍ରଷ୍ଟାଚାରର ପୋଲଖୋଲି ଯିବ । ସେ ଭୟରେ ଭୋକ ବିକଳରେ ତାଟିଆ ତାଟିଆ କାମୁଡିଛନ୍ତି ରଣପୁର ବିଜେଡି । ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ଚକ୍ରାନ୍ତ କରିଥିଲେ ବେଜେଡ଼ି କର୍ମୀ । କର୍ମୀ ମାନେ ଆସି ହୋ ହାଲ୍ଲା କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି ।
ଖାଲି ସେତିକି ନୁହେଁ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଜନସାଧାରଣ ଲୋକଙ୍କୁ ଅବଗତ କରାଇବା ସମୟରେ କିପରି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଠାରୁ ମାଇକ ଛଡାଇ ନେଉଛନ୍ତି ବିଜେଡି ନେତ୍ରୀ । ଏମାନଙ୍କର ମାଷ୍ଟରମାଇଣ୍ଡ ସାଜିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ । ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ବିରୁଦ୍ଧରେ କରୁନାହାନ୍ତି ଏମାନେ ଲୋକ ବିକାଶକୁ ବିରୁଦ୍ଧରେ କରୁଛନ୍ତି । ବିଜେଡି କର୍ମୀମାନଙ୍କର ଏଭଳି ଘୃଣ୍ୟ ଆଚରଣକୁ ନାପସନ୍ଦ କରିଛନ୍ତି ଅଞ୍ଚଳବାସୀ ।