Odisha News / ଜାନୁଆରୀ ପ୍ରଥମ ସପ୍ତାହରୁ ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ
·16 mins ago·2 min read

Key Points
ପ୍ରଥମ ପର୍ଯ୍ୟାୟରେ ଜୟପୁର ଓ ବିଶାଖାପାଟଣାକୁ ବିମାନ ଚଳାଚଳ କରିବାକୁ ଯୋଜନା ଥିବାବେଳେ ବ୍ରହ୍ମପୁରବାସୀ ଚାହୁଁଛନ୍ତି ଏଠାରୁ ଦେଶର ପ୍ରମୁଖ ସହରକୁ ମଧ୍ୟ ବିମାନ ଚଳାଚଳ ହେଉ ।
ବ୍ରହ୍ମପୁର: ଆସନ୍ତା ୨୦୨୭ ଜାନୁଆରୀ ପ୍ରଥମ ସପ୍ତାହରୁ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ଚଳାଚଳ । ଡିସେମ୍ବର ଶେଷ ସୁଦ୍ଧା ବିମାନ ବନ୍ଦରର ସମସ୍ତ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଏନ୍.ବି.ଏସ୍. ରାଜପୁତ ବିମାନ ବନ୍ଦର ପରିଦର୍ଶନ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଜୟପୁର ଓ ବିଶାଖାପାଟଣାକୁ ୧୯ ସିଟ୍ ବିଶିଷ୍ଟ ବିମାନ ଉଡ଼ିବାକୁ ଥିବାବେଳେ ବଡ଼ ବଡ଼ ସହରକୁ ବିମାନ ସେବା ଆରମ୍ଭ କରିବାକୁ ଦାବି କରିଛନ୍ତି ବ୍ରହ୍ମପୁରବାସୀ ।
ବର୍ଷ ବର୍ଷର ଅପେକ୍ଷା, ଦାବି ଓ ଆନ୍ଦୋଳନ ପରେ ଏବେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ବିମାନ ଉଡ଼ିବା ନେଇ ଦେଖାଦେଇଛି ଆଶାର ଆଲୋକ । ଜାନୁଆରୀ ପ୍ରଥମ ସପ୍ତାହରୁ ବିମାନ ଉଡ଼ାଣ ଆରମ୍ଭ ହେବା ଖବର ବ୍ରହ୍ମପୁରବାସୀଙ୍କ ମଧ୍ୟରେ ଖୁସି ଆଣିଛି ।
ଏଥିସହ ପଢ଼ନ୍ତୁ: ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର; ମୁଖ୍ୟ ଆକର୍ଷଣ ସାଜିବ ‘କଟକ ଇନ୍ କଟକ’

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଥମ ପର୍ଯ୍ୟାୟରେ ଜୟପୁର ଓ ବିଶାଖାପାଟଣାକୁ ବିମାନ ଚଳାଚଳ କରିବାକୁ ଯୋଜନା ଥିବାବେଳେ ବ୍ରହ୍ମପୁରବାସୀ ଚାହୁଁଛନ୍ତି ଏଠାରୁ ଦେଶର ପ୍ରମୁଖ ସହରକୁ ମଧ୍ୟ ବିମାନ ଚଳାଚଳ ହେଉ । ବିଶେଷ କରି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତା ଭଳି ସହରକୁ ୭୦ ସିଟ୍ ବିଶିଷ୍ଟ ବିମାନ ସେବା ଆରମ୍ଭ ହେଲେ ଗଞ୍ଜାମ ଜିଲ୍ଲାର ଶିଳ୍ପ, ଶିକ୍ଷା, ରୋଜଗାର ଓ ପର୍ଯ୍ୟଟନ କ୍ଷେତ୍ରକୁ ମିଳିବ ନୂଆ ଗତି ।
ଅନ୍ୟପଟେ ବିମାନ ଚଳାଚଳ ପାଇଁ ଚାଲିଥିବା ପ୍ରସ୍ତୁତିର ଅଗ୍ରଗତି ଜାଣିବାକୁ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ପରିଦର୍ଶନ କରିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଏନ୍.ବି.ଏସ୍. ରାଜପୁତ । ପ୍ରଥମ ପର୍ଯ୍ୟାୟରେ ୧୯ ସିଟ୍ ବିଶିଷ୍ଟ ବିମାନ ରଙ୍ଗେଇଲୁଣ୍ଡାରୁ କୋରାପୁଟ ଜିଲ୍ଲାର ଜୟପୁର ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଚଳାଚଳ କରିବ । ଏହାଦ୍ୱାରା ଦକ୍ଷିଣ ଓଡ଼ିଶାର ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବା ସହ ଆଗାମୀ ଦିନରେ ବିମାନ ସେବାର ପରିସର ବୃଦ୍ଧି ନେଇ ମଧ୍ୟ ଆଶା ରହିଛି ।
ରଙ୍ଗେଇଲୁଣ୍ଡାରୁ ବିମାନ ଉଡ଼ିବା ନେଇ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଥିବାବେଳେ ଏବେ ବ୍ରହ୍ମପୁରବାସୀଙ୍କ ଅପେକ୍ଷା କେବେ ଆରମ୍ଭ ହେବ ବଡ଼ ବଡ଼ ସହରକୁ ବିମାନ ସେବା ।